ରାଜ୍ୟ ସରକାରଙ୍କ ଏକ ବଡ଼ ନିଷ୍ପତି । ଆସନ୍ତା ଏପ୍ରିଲ ୨ ତାରିଖରୁ ଛାତ୍ରଛାତ୍ରୀମାନେ ସକାଳେ ସ୍କୁଲ ଯିବେ

0

Get real time updates directly on you device, subscribe now.

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହା ଭିତରେ ସ୍କୁଲ ଗୁଡିକରେ ଖରାଛୁଟି ଘୋଷଣା ହୋଇଛି । ଏନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜୁନ ବଦଳରେ ମେ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ଖରା ଛୁଟି ସମୟ ପରିବର୍ତ୍ତନ କରିବାକୁ ବିଚାର କରାଯାଇନି । ବିଚାର ବିଭାଗରେ ବିଚାର କରାଯାଇ ଯାହା ନିଷ୍ପତ୍ତି ନିଆଯିବ ।ଏବେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ପାଠ ପଢାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବର୍ତ୍ତମାନ କରୋନାର ଏତେଟା ପ୍ରଭାବ ନାହିଁ । ଦଶମ ଓ ଦ୍ୱାଦଶ ପରୀକ୍ଷାରେ କୌଣସି ପ୍ରଭାବ ପଡ଼ିବନି । ଯେଉଁ ସମୟରେ ଧାର୍ଯ୍ୟ ହୋଇଛି ସେହି ସମୟରେ ହିଁ ହେବ । ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁସ୍ତିକା ମିଳିବ । ଯେଉଁଥିରେ ୨ବର୍ଷର ପୁରୁଣା ପାଠ ରହିବ । ମେ ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଦୁଇ ବର୍ଷ ହେବ ପିଲାଙ୍କ ପାଠପଢା କ୍ଷତି ଭରଣ କରିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ହୋଇଛି । ଏହା କେବଳ ଖରାଛୁଟି ସମୟରେ ହେବାକୁ ଥିବା କ୍ଲାସରେ ପଢାଯିବନି ପୁରା ସେସନରେ ପଢାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଓସେପା, ଓଏଭିଏସ୍‌, ଏମ୍‌ଡିଏମ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶକ, ଏସ୍‌ସିଇଆରଟି ନିର୍ଦ୍ଦେଶକ, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କୁ ସ୍କୁଲ ସମୟରେ ପରିବର୍ତ୍ତନ ନେଇ ଚିଠି ଲେଖିଛନ୍ତି।ତେବେ ମିଳିଥିବା ବିଶେଷ ସୂତ୍ର ଅନୁସାରେ ବଦଳିଛି ଖରା ଛୁଟି ନିଷ୍ପତି I ବିଭିନ୍ନ ସ୍ଥାନରେ ଅଭିଭାବକ ଙ୍କ ଆପତ୍ତି ପରେ ଜୁନ ବଦଳରେ ମେ ମାସରେ ଖରା ଛୁଟି କରିବାକୁ ଦାବି ହେଇଥିଲା ।ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଛାତ୍ରଛାତ୍ରୀମାନେ ସକାଳେ ସ୍କୁଲ ଯିବେ । ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ହେବା ସହ ସକାଳ ୭ଟାରୁ ୧୧ଟା ଯାଏଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କ୍ଲାସ କରିବେ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ଆଗକୁ ଖରା ବଢିଲେ ପରିସ୍ଥିତି ଦେଖି ବିଭାଗ ଚିନ୍ତା କରି ନିଷ୍ପତ୍ତି ନେବ ।

Leave A Reply

Your email address will not be published.