Jio ର ଧମାକାଦାର ଅଫର୍, ରିଚାର୍ଜ କଲେ ମାଗଣାରେ ମିଳିବ ଫୋନ୍, ଏକ ବର୍ଷ ପର୍ଯ୍ୟନ୍ତ ମିଳିବ ଅନେକ ସର୍ଭିସେସ ! ଜାଣନ୍ତୁ ଅଫର ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

Jio ଦେଶରେ ସବୁଠାରୁ ଅଧିକ ୟୂଜ ହେଉଥିବା ଟେଲିକମ ଅପରେଟର୍ସ ମଧ୍ୟରୁ ଗୋଟିଏ ଅଟେ । କମ୍ପାନୀର ପୋର୍ଟଫୋଲିୟୋରେ ଶସ୍ତା ଏବଂ ମହଙ୍ଗା ଅନେକ ପ୍ରକାରର ପ୍ଲାନ୍ ରହିଛି । ତେବେ ଜିଓ ଏପରି କିଛି ମଧ୍ୟ ଅଫର୍ ଦେଇଥାଏ, ଯାହା ବୋଧହୁଏ କୌଣସି ଅନ୍ୟ ପ୍ଲାଟଫର୍ମ ଅପରେଟର ପାଖରେ ନାହିଁ । ଏପରି ଗୋଟିଏ ପ୍ରଡକ୍ଟ ହେଉଛି ଜିଓ ଫୋନ୍, ଯାହାକୁ କମ୍ପାନୀ 2G ଫୋନ୍ ୟୁଜରଙ୍କୁ ଧ୍ୟାନରେ ରଖି ଲଞ୍ଚ କରିଥିଲା ।

ବିଭିନ୍ନ କମ୍ପାନୀ ପରି ଜିଓ ମଧ୍ୟ ପ୍ରିପେଡ ଏବଂ ପୋଷ୍ଟପେଡ ଉଭୟ ପ୍ରକାରର ପ୍ଲାନ ଅଫର୍ କରିଥାଏ । ବ୍ରାଣ୍ଡ ଗୋଟିଏ ତୃତୀୟ ପ୍ରକାରର ରିଚାର୍ଜ ପ୍ଲାନ୍ ଦେଇଥାଏ, ଯାହା JioPhone ୟୁଜରମାନଙ୍କ ପାଇଁ ଅଟେ ।

କମ୍ପାନୀ ଜିଓ ଫୋନ୍ ସହିତ ବିଶେଷ ରିଚାର୍ଜ୍ ଅଫର୍ କରୁଛି । ଏହି ରିଚାର୍ଜ୍ ପ୍ଲାନରେ ଜିଓ ୟୁଜର ମାନଙ୍କୁ ଫୋନ୍ ଫ୍ରିରେ ମିଳୁଛି । ଯଦି ଆପଣ ମଧ୍ୟ ଏମିତି ପ୍ଲାନ୍ ଖୋଜୁଥାନ୍ତି, ଯାହା ଶସ୍ତା ହୋଇଥିବ, ତେବେ ଜିଓ ଆପଣଙ୍କୁ ପ୍ରିପେଡ ପ୍ଲାନ୍ ସହିତ ଫୋନ୍ ମଧ୍ୟ ଦେଉଛି । ଆସନ୍ତୁ ଜାଣିବା Jio ର ଅଫୋର୍ଡେଭଲ ରିଚାର୍ଜ୍ ପ୍ଲାନରେ କଣ୍ କଣ୍ ମିଳୁଛି ।

Jio 1499 ଟଙ୍କାର ରିଚାର୍ଜ୍ ପ୍ଲାନ୍ :-

ଜିଓ ନିଜ ୟୁଜରଙ୍କୁ 1499 ଟଙ୍କାରେ ଏକ ବର୍ଷ ପାଇଁ ରିଚାର୍ଜ୍ ଏବଂ Jio phone ଉଭୟ ଦେଉଛି । ଏହି ପ୍ଲାନରେ ୟୁଜର ମାନଙ୍କୁ ଏକ ବର୍ଷର ଭାଲିଡିଟି ମିଳିବ । ଏହି ସମୟରେ ୟୁଜର ଫ୍ରି ଅନଲିମିଟେଡ କଲ କରିପାରିବେ । ବର୍ଷ ସାରା ପାଇଁ ୟୁଜର ମାନଙ୍କୁ 24GB ଡାଟା ମିଳିବ । ଏହାସହିତ କମ୍ପାନୀ Jio Apps ର ସବସକ୍ରିପସନ ମଧ୍ଯ ଫ୍ରି ଦେଉଛି ।

କଣ ରହିଛି Jio Phone ର ବିଶେଷତା :-

Jio Phone ରେ ଆପଣ Jio TV ଏଵଂ Jio Cinema ଭଳି ଆପକୁ ସହଜରେ ୟୁଜ କରିପାରିବେ । ଫୋନରେ ଆପଣଙ୍କୁ ଫେସବୁକ, ହ୍ୱାଟସଆପ, ଯିଓ ସାଭନ୍, ୟୁଟ୍ୟୁବ ଭଳି ଆପର ମଧ୍ୟ ଆକ୍ସେସ ମିଳିବ । ଫୋନରେ ଫ୍ରଣ୍ଟ ଏବଂ ରୀୟର କ୍ୟାମେରା ମିଳିଥାଏ । Jio Phone KaiOS ରେ କାମ କରିଥାଏ ଏବଂ ଏଥିରେ ଆପଣଙ୍କୁ ସ୍ମାର୍ଟ ଫୋନ୍ ପରି ଅନେକ ଫିଚର୍ସ ମିଳିଥାଏ ।

ହ୍ୟାଣ୍ଡସେଟରେ 1500mAh ର ବ୍ୟାଟେରୀ ଦିଆଯାଇଛି । ଏହାସହିତ ୟୁଜର ମାନଙ୍କୁ ଟର୍ଚ୍ଚ ଏବଂ ଏଫଏମ ରେଡିଓ ଭଳି ଫିଚର୍ ମଧ୍ୟ ଦିଆଯାଇଛି । କମ୍ପ୍ୟାକ୍ଟ ଡିଜାଇନ୍ ସହିତ ଆସୁଥିବା ଏହି ଡିଭାଇସରେ ମାଇକ୍ରୋ ଏସଡି କାର୍ଡ ସ୍ଲଟ ମଧ୍ୟ ମିଳିଥାଏ । ଆପଣ ଏଥିରେ 128GB ର ଏସଡି କାର୍ଡ ୟୁଜ୍ କରିପାରିବେ ।

Leave A Reply

Your email address will not be published.