ମଣ୍ଡପରେ ବର ବିଳମ୍ବରେ ପହଞ୍ଚିବାରୁ କନ୍ୟା ରାଗିଯାଇ ଆଉ ଜଣକୁ ହେଲା ବାହାଘର,ମୁଣ୍ତରେ ହାତ ଦେଇ ବସିଲା ବର ; ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଏହି ଘଟଣାଟି ମହାରାଷ୍ଟ୍ରର ବୁଲଢାଣାରୁ ସାମ୍ନାକୁ ଆସିଛି । ଏହି ଘଟଣାଟି ଏପ୍ରିଲ 22 ତାରିଖର ଅଟେ । ବାସ୍ତବରେ ମଲକାପୁର ପଙ୍ଗରା ଗାଁରେ ବିବାହ ହେଉଥିଲା । ଏଠାରେ ବିବାହର ସବୁ ପ୍ରସ୍ତୁତି ହୋଇ ସାରିଥିଲା । କେବଳ ବରଯାତ୍ରୀକୁ ଅପେକ୍ଷା କରାଯାଇଥିଲା । ବର ବରଯାତ୍ରୀ ନେଇ ବିବାହ ସ୍ଥାନରେ ପହଞ୍ଚି ଯାଇଥିଲା । ଯାହାଦ୍ଵାରା ସମସ୍ତଙ୍କୁ ଆଶ୍ଵାସନା ମିଳିଗଲା ।

ବିବାହ ପାଇଁ ସନ୍ଧ୍ୟା 4ଟା ସମୟରେ ଶୁଭ ମୁହୂର୍ତ୍ତ ବାହାର କରାଯାଇଥିଲା । ମଣ୍ଡପ ସଜା ଯାଇଥିଲା ଏବଂ କନ୍ୟା ମଧ୍ୟ ଠିକ ସମୟରୁ ମଣ୍ଡପରେ ବିବାହ ପାଇଁ ବସିଥିଲା । କିନ୍ତୁ ବର ଠିକ୍ ସମୟରେ ଆସିଲା ନାହିଁ ଏବଂ ଅପେକ୍ଷା ଶେଷ ହେଲାନାହିଁ । ଧିରେ ଧିରେ ସମୟ ବିତି ଚାଲିଥିଲା ଏବଂ ସନ୍ଧ୍ୟା 4ଟା ବଦଳରେ 8ଟା ବାଜିଗଲା, କିନ୍ତୁ ବର ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ ।

ମଦ ପିଇ ନାଚି ଚାଲିଲା, କନ୍ୟା ନେଇଗଲା ବଡ ନିଷ୍ପତ୍ତି :-

କନ୍ୟା ମଣ୍ଡପରେ ବସି ନିଜ ବରକୁ ସନ୍ଧ୍ୟା 4ଟା ସମୟରୁ ଅପେକ୍ଷା କରି ବସିଥିଲା । କିନ୍ତୁ ବରର ଏ ବିଷୟରେ ଚିନ୍ତା ନଥିଲା । ସେ ଆରାମରେ ନିଜ ସାଙ୍ଗମାନଙ୍କ ସହିତ ମଜା କରୁଥିଲା । ସେମାନଙ୍କ ସହିତ ମଦ ପିଇ ଡାନ୍ସ କରିବାରେ ବିଜି ବର ଏହି କଥା ପ୍ରତି ମଧ୍ୟ ଧ୍ୟାନ ଦେଲା ନାହିଁ ଯେ ଶୁଭ ମୁହୂର୍ତ୍ତ ପଳାଇବା ପୂର୍ବରୁ ସେ ମଣ୍ଡପରେ ପହଞ୍ଚିବା ଉଚିତ୍ ।

ଅନ୍ୟ ପଟେ ଝିଅ ଏବଂ ତା ଘର ଲୋକମାନେ ଅପେକ୍ଷା କରି ବସିଥିଲେ । ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ବର ମଣ୍ଡପରେ ଦେଖାଗଲା ନାହିଁ । ସେ ଷ୍ଟେଜ ଉପରେ ହିଁ ନାଚ ଗୀତ ଏବଂ ହଙ୍ଗାମା କରିବାରେ ବ୍ୟସ୍ତ ଥିଲା । ଏହାପରେ କନ୍ୟା ରାଗିଯାଇ ବଡ ନିଷ୍ପତ୍ତି ନେଇଗଲା । ଏପରିକି ସେ ଗୋଟିଏ ମଦୁଆ ଯୁବକ ସହିତ ବିବାହ କରିବାକୁ ମନା କରିଦେଲା ।

ନେଲା ଏମିତି ନିଷ୍ପତ୍ତି, ମୁଣ୍ଡରେ ହାତ ଦେଇ ବସିଲା ବର :-

କନ୍ୟା ମନା କରିବାପରେ ସେଠାରେ ହଙ୍ଗାମା ସୃଷ୍ଟି ହୋଇଗଲା । ଝିଅର ବାପା ମଧ୍ୟ ଚିନ୍ତାରେ ପଡିଗଲେ ଯେ ସବୁ ପ୍ରସ୍ତୁତି ହୋଇସାରିଛି, ବର୍ତ୍ତମାନ କଣ୍ ହେବ । ଏହାପରେ ସେ ନିଜ ସମ୍ପର୍କୀୟଙ୍କ ଯୁବକଙ୍କ ସହିତ ଝିଅର ବିବାହ କରିବାକୁ ନିଷ୍ପତ୍ତି ନେଲେ । ଆଶ୍ଚର୍ଯ୍ୟର କଥା ଯେ ଏହି ନିଷ୍ପତ୍ତିକୁ ଝିଅ ମଧ୍ୟ ମାନିନେଲା । ସେହି ମଣ୍ଡପରେ ଦୁହିଁଙ୍କର ବିବାହ କରି ଦିଆଗଲା ।

ସେହିପରି ମଦ ନିଶାରେ ରାତି 8ଟାରେ ଯେତେବେଳେ ବର ବିବାହ କରିବାକୁ ମଣ୍ଡପରେ ପହଞ୍ଚିଲା, ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲା । ସେଠାରେ କନ୍ୟା ନଥିଲା ଏବଂ ପଣ୍ଡିତ ମଧ୍ୟ ନଥିଲେ । ଝିଅର ବାପା କହିଲେ ଯେ ସେ ନିଜ ଝିଅର ବିବାହ ସମ୍ପର୍କୀୟ ଯୁବକ ସହିତ କରି ଦେଇଛନ୍ତି । ଏତିକି ଶୁଣିବାପରେ ବର ନିଜ ମୁଣ୍ତରେ ହାତ ଦେଇ ସେଇଠି ବସିପଡ଼ିଲା । ବର୍ତ୍ତମାନ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.