Business Idea: ଏହି ସୁପରହିଟ ବିଜନେସକୁ ଆରମ୍ଭ କରିବା ମାତ୍ରେ ହିଁ ପ୍ରତିଦିନ ହେବ ମୋଟା ଅଙ୍କର ରୋଜଗାର, ଜାଣନ୍ତୁ ଏହି ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

Business Idea: ଯଦି ଆପଣ ମଧ୍ୟ କୌଣସି ନୂତନ ବିଜନେସ କରିବାପାଇଁ ପ୍ଲାନ୍ କରୁଛନ୍ତି ତେବେ ଆମେ ଆପଣଙ୍କୁ ଗୋଟିଏ ବିଶେଷ ବିଜନେସ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆରମ୍ଭ କରି ଆପଣ ଭଲ ରୋଜଗାର କରିପାରିବେ । ଏହା ଏମିତି ଏକ ବିଜନେସ ଅଟେ, ଯେଉଁଥିରେ କ୍ଷତି ହେବାର ଚାନ୍ସ ବହୁତ୍ କମ ରହିଛି । ଏହାର ସବୁଠାରୁ ବଡ଼ ବିଶେଷତା ଏହା ଯେ ଏହାର ସିଜିନ କେବେ ବି ଶେଷ ହେବାର ନାହିଁ । ଆମେ ଆପଣଙ୍କୁ ଫଳ ଏବଂ ପନିପରିବାର ୱେଫର୍ସ ବିଷୟରେ କହୁଛୁ । ଅର୍ଥାତ୍ ଆଳୁ, କଦଳୀ, ଗାଜର ଏବଂ ପପେୟା ଚିପ୍ସ ତିଆରି କରିପାରିବେ ।

ଏହି ୱେଫର୍ସର ମାର୍କେଟରେ ଜବରଦସ୍ତ ଡିମାଣ୍ଡ ରହିଛି । ସବୁଠାରୁ ବଡ କଥା ଏହା ଯେ ବର୍ତ୍ତମାନ ସୁଦ୍ଧା ଏହି ସେକ୍ଟରରେ ବଡ କମ୍ପାନୀ ଆସିନାହିଁ । ତେଣୁ କୌଣସି ପ୍ରକାରର କମ୍ପିଟିସନକୁ ମଧ୍ୟ ସାମ୍ନା କରିବାକୁ ପଡ଼ିବ ନାହିଁ । ଯଦି ଆପଣ ଏଥିରେ ଭଲ ପରିଶ୍ରମ କରିବେ, ତେବେ ଆପଣଙ୍କ ବିଜନେସ କିଛି ଦିନରେ ଚାରି ଗୁଣା ବଢିଯିବ ।

ଏହିପରି କରନ୍ତୁ ଆରମ୍ଭ :-

ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ କଞ୍ଚା ମାଲ ଦରକାର୍ ହେବ । ଆପଣ ଫଳ କିମ୍ବା ପନିପରିବା ଯାହାର ବି ୱେଫର୍ସ ତିଆରି କରିବେ, ତାର ଆବଶ୍ୟକ ହେବ । ଏହାସହିତ ଆପଣଙ୍କର ଲୁଣ, ମସଲା ଏବଂ ଖାଦ୍ୟ ତେଲ ଆବଶ୍ୟକ ହେବ । ୱେଫର୍ସ ତିଆରି କରିବାପାଇଁ ମେସିନ ମଧ୍ୟ ଦରକାର ପଡ଼ିବ । ଫଳ ଏବଂ ପନିପରିବାକୁ ଚାଞ୍ଛିବା, କାଟିବା ଏବଂ ସିଝାଇବା ପାଇଁ ମେସିନ ଲଗାଇବାକୁ ପଡ଼ିବ । ସେହିପରି ଫ୍ରାଇ କରିବା ଏବଂ ମସଲା ମିଶାଇବା ପାଇଁ ମଧ୍ୟ ମେସିନ ଆବଶ୍ୟକ ହେବ । ପ୍ରିଣ୍ଟିଙ୍ଗ ପାଉଚ ପାଇଁ ମଧ୍ୟ ଗୋଟିଏ ମେସିନ ଦରକାର୍ ହେବ । ଯଦି ଆପଣ କିଣିବାପାଇଁ ଚାହୁଁନାହାଁନ୍ତି, ତେବେ ଆପଣ ଏହାକୁ ଭଡ଼ାରେ ମଧ୍ୟ ନେଇପାରିବେ କିମ୍ବା ବାହାରେ ପ୍ରିଣ୍ଟ ମଧ୍ୟ କରାଇ ପାରିବେ ।

ଏହିପରି ହେବ ଲାଭ :-

ଯଦି ଆପଣ 100 କିଲୋ ପ୍ରଡକ୍ଟ ତିଆରି କରିବେ, ତେବେ କଞ୍ଚା ଜିନିଷ, ମସଲା ଏବଂ ଖାଦ୍ୟ ତେଲ ସହିତ ଅନ୍ୟ ଖର୍ଚ୍ଚ ମିଶାଇ ପ୍ରାୟ 5000 ରୁ 7000 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ବେଳେବେଳେ ପନିପରିବା କିମ୍ବା ଅନ୍ୟ ଫ୍ରୁଟର ମୂଲ୍ୟ ଟିକେ ଅଧିକ ହୋଇଯାଏ । ଏପରି ପରିସ୍ଥିତିରେ ଟିକେ ଅଧିକ ବଜେଟ ବଢିପାରେ । ୱେଫର୍ସର ମୂଲ୍ୟ ବଜାରରେ ପ୍ରାୟ କିଲୋ ପ୍ରତି 150 ଟଙ୍କା ଅଟେ । 100 କିଲୋର ମୂଲ୍ୟ 15,000 ଟଙ୍କା ହୋଇଯିବ । 7000 ଟଙ୍କା ଖର୍ଚ୍ଚ ବାହାର୍ କରିଦେଲେ 8000 ଟଙ୍କା ବଞ୍ଚିଯିବ । କିଛି ଲୋକ ଦିନକୁ 40 ରୁ 70 କିଲୋ ଲେଖାଏଁ ୱେଫର୍ସ ତିଆରି କରନ୍ତି । ଏହିପରି ଆପଣ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

Leave A Reply

Your email address will not be published.