ଦେଖନ୍ତୁ ଭିଡ଼ିଓ :କୁକୁରର ହିଟ୍ ଏଣ୍ଡ ରନର ଭୟାନକ ଭିଡିଓ ଭାଇରାଲ,ଜନତା କହିଲେ -କୁକୁରକୁ ଆରେଷ୍ଟ କରନ୍ତୁ !

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ,ଯାହାକୁ ଦେଖି ଆପଣ ହସ କଣ୍ଟ୍ରୋଲ କରିପାରନ୍ତି ନାହିଁ|କିଛି ଭିଡିଓ ଏପରି ଯେ ତାକୁ ଦେଖି ଆଶ୍ଚର୍ଯ୍ୟ ଲାଗେ|ଏଵେ ସୋସିଆଲ ମିଡିଆରେ ବୁଲା କୁକୁର ସହ ଜଡ଼ିତ ଭିଡିଓ ଖୁବ ଦେଖାଯାଉଛି|ଭିଡିଓ ଦେଖିଲା ପରେ ୟୁଜର କହୁଛନ୍ତି,”ଏହା ହିଟ୍ ଏଣ୍ଡ ରନର କେଶ୍”|ଭିଡିଓରେ କୁକୁରକୁ ପାର୍କିଂରୁ ବାହାରି ରୋଡ ଅତିକ୍ରମ କରୁଥିବା ଜଣେ ବ୍ୟକ୍ତିକୁ ଜୋରଦାର ଝଟକା ମାରି ସେଠାରୁ ଦୈଡୁଥିବା ଦେଖାଯାଏ|

ଭାଇରାଲ ହେଉଥିବା ସିସିଟିଭି ଫୁଟେଜରେ ଆପଣ ଦେଖିପାରିବେ ଯେ ଗୋଟିଏ ଧଳା କାର ପାର୍କରେ ଠିଆ ହୋଇଥାଏ|ଏହାପରେ ସେଠାରୁ ଜଣେ ବ୍ୟକ୍ତି ବାହାରେ ଯିଏ ପାର୍କିଂ ବାହାରେ ଥିବା ରୋଡ କ୍ରସ ପାଇଁ ଆଗକୁ ବଢେ|ଏହାପରେ ସଡକର ଉଭୟ ପାର୍ଶ୍ବ ଦେଖି ଅତିକ୍ରମ କରେ|ଏସମୟରେ ଗୋଟିଏ କୁକୁର ହାଇ ସ୍ପିଡରେ ଆସେ ଓ ବ୍ୟକ୍ତିକୁ ଝଟକା ମାରି ପଳେଇଯାଏ|ଭିଡିଓରେ ଆପଣ ଦେଖିପାରିବେ ଯେ କୁକୁରର ଟକ୍କର ପରେ ବ୍ୟକ୍ତି ଡେଇଁ ସଡକରେ ଖସିପଡେ|କିଛି ସମୟ ପର୍ଯ୍ୟନ୍ତ ତାକୁ ଜଣାପଡ଼େ ନାହିଁ ତା ସହ କ’ଣ ହୋଇଛି?

କିଛି ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଧୁମ ମଚାଉଛି|ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଏହି ଭିଡିଓକୁ ୨ ଲକ୍ଷ ୮୪ ହଜାରରୁ ଉର୍ଦ୍ଧ୍ବ ଦେଖିଛନ୍ତି|

View this post on Instagram

A post shared by Meemlogy (@meemlogy)

ଏହି ଭିଡିଓରେ ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ ୟୁଜର ଲେଖିଛନ୍ତି,”ଏହି ଦୁର୍ଘଟଣା ଦେଖିବାପରେ‌ କୁକୁର ଯୁବକଙ୍କ ଏକ୍ସକୁ କହିଥିବ “ତୁମର କାମ ହୋଇଗଲା,ଏଵେ ୫୦୦ ବାହାର କର “|ଆଉଜଣେ ଲେଖିଛନ୍ତି,”କାହାକୁ ଲାଗୁଛି କୁକୁର ଜାଣିଶୁଣି ମାରି ନାହିଁ”|ଆଉଜଣେ ଲେଖିଛନ୍ତି,”ସିସିଟିଭି ରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ହିଟ ଏଣ୍ଡ ରନ୍” ରେକର୍ଡ ହୋଇଛି|ଏହାକୁ ଲୋକମାନେ ପସନ୍ଦ କରିବା ସହ ଖୁବ ଉପଭୋଗ କରୁଛନ୍ତି|

Leave A Reply

Your email address will not be published.