ଛାତ୍ର ଜଣଙ୍କ ଦରଖାସ୍ତ ଲେଖିଲା -‘ମୋର ମୃତ୍ୟୁ ହୋଇଯାଇଛି, ମତେ ଅଧା ଦିନର ଛୁଟି ଦରକାର,ପ୍ରିନ୍ସିପାଲ ମଧ୍ୟ ଦେଇଦେଲେ ଛୁଟି

0

Get real time updates directly on you device, subscribe now.

ସ୍କୁଲରେ ଯେତେବେଳେ ବି ସ୍ଟୁଡେଣ୍ଟେସ୍ ଙ୍କୁ ଛୁଟି ଦରାକର ଥାଏ ସେତେବେଳେ ସେ ପ୍ରିନ୍ସପାଲଙ୍କୁ ଗୋଟେ ଦରଖାସ୍ତ ଲେଖିକରି ଦେବାକୁ ହୋଇଥାଏ | କିଛି ସ୍ଟୁଡେଣ୍ଟେସ୍ ଏମିତି ବି ଥାନ୍ତି କି, ଯେଉ ମାନେ ବିନା କାରଣରେ ଛୁଟି ନେବାକୁ ଚେଷ୍ଟା କରନ୍ତି | ଛୁଟି ପାଇଁ ମିଛ ଦରଖାସ୍ତ ମଧ୍ୟ ଲେଖିଥାନ୍ତି | ଛୁଟି ପାଇଁ ଅନେକ ଥର ସ୍ଟୁଡେଣ୍ଟେ ଅଜବ ଅଜବ ମିଛ କହିଥାନ୍ତି | ନିଜ ସଂପର୍କୀୟଙ୍କ ମୃତ୍ୟୁ ର ବାହାନା କରନ୍ତି ତ କେତେବେଳେ ଦେହ ଅସୁସ୍ଥତାର ବାହାନା ଦେଖେଇଥାନ୍ତି | ହେଲେ ଯଦି ଧରାପଡ଼ିଗଲେ ଦଣ୍ଡ ମଧ୍ୟ ମିଳିଥାଏ | ଜଣେ ସ୍ଟୁଡେଣ୍ଟେ ସବୁ ସୀମା ପର କରିଦେଲେ, ସେ ଅଧା ଦିନର ଛୁଟି ପାଇଁ ଗୋଟେ ଏମିତି ବାହାନା ବାନେଇଲେ, ଯାହାକୁ ପ୍ରିନ୍ସପାଲ ମଧ୍ୟ ଧରିପାରିଲେ ନାହିଁ |

ଅଧା ଦିନର ଛୁଟି ପାଇଁ ଛାତ୍ର ଲେଖିଲା ଏମିତି :-

ସୋସିଆଲ ମେଡ଼ିଆରେ ଗୋଟେ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି | ଯାହାକି ତିନି ବର୍ଷ ପୁରୁଣା ଅଟେ | କିନ୍ତୁ ଆଜି ମଧ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି | ଗୋଟେ ଛାତ୍ର ଅଧା ଦିନର ଛୁଟି ପାଇଁ ନିଜ ସ୍କୁଲର ପ୍ରିନ୍ସପାଲଙ୍କୁ ଗୋଟେ ଦରଖାସ୍ତ ଲେଖିଲେ | ଯେଉଁଥିରେ ସେ ଗୋଟେ ଏମିତି ବାହାନା ବାନେଇଛନ୍ତି, ଯେଉଁଥିରେ କାହାକୁ ବି ବିଶ୍ୱାସ ହେବ ନାହିଁ | ଛାତ୍ର ନିଜ ଦରଖାସ୍ତରେ ଲେଖିଛି, ‘ମୋର ମୃତ୍ୟୁ ହୋଇଯାଇଛି, ମତେ ଅଧା ଦିନର ଛୁଟି ଦରକାର |’ ଏହି ଦରଖାସ୍ତକୁ ଛାତ୍ର ଜଣଙ୍କ ପ୍ରିନ୍ସପାଲଙ୍କୁ ଦେଲା ଏବଂ ସେ ମଧ୍ୟ ଛାତ୍ରକୁ ଛୁଟି ଦେଇଦେଲେ | କହିରଖୁଛୁ ଯେ ଏହି ମାମଲା ଉତ୍ତରପ୍ରେଦେଶ ର କାନପୁର ଜିଲ୍ଲାର ଅଟେ |

ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଲେଖିଲା ଏମିତି ଦରଖାସ୍ତ :-

ଆମେ ଆପଣଙ୍କୁ କହିରଖୁଛୁ ଯେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଏହା କରିଥିଲେ | ଛାତ୍ର ଲେଖିଛନ୍ତି, ‘ସବିନୟ ଆବେଦନକାରୀ ଆଜି 20 ଅଗଷ୍ଟ 2019 ଦିନ 10 ଟା ସମୟରେ ଦେହାନ୍ତ କରିଛନ୍ତି | ଆବେଦନକାରୀଙ୍କୁ ଅର୍ଦ୍ଧ ସମୟରୁ ଦୟାକରି ଛୁଟି ପ୍ରଦାନ କରିବାକୁ ସାର୍ ଅନୁରୋଧ କରାଯାଇଛି, ଏହା ଏକ ବଡ଼ ଦୟା ହେବ |

ତିନି ବର୍ଷ ପୁରୁଣା ପୋଷ୍ଟ ଆଜି ବି ହେଉଛି ଭାଇରାଲ୍ :-

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହା ଯେ ପ୍ରିନ୍ସିପାଲ ନାଲି ପେନରେ ଠିକ ଚି଼ହ୍ନ ଲେଖିକରି ନିଜ ହସ୍ତଖର ଦେଇଛନ୍ତି | ସେ ଛାତ୍ର ନିଜ ଦରଖାସ୍ତ କିଛି ଦିନ ପର୍ଯ୍ୟନ୍ତ ଲୁଚେଇକି ରଖିଲେ, କିନ୍ତୁ ଯେମିତି ହିଁ ଏହି ଦରଖାସ୍ତ ସାଙ୍ଗ ଏବଂ ଶିକ୍ଷକ ମାନଙ୍କ ମଧ୍ୟରେ ପହଁଚିଲା ତେବେ ଚର୍ଚ୍ଚାର ବିଷୟ ବିନିଗଲା | ଏହାର ଅଭିଯୋଗ ପ୍ରାମ୍ଭଧନ ଏବଂ ବିଭାଗରେ ମଧ୍ୟରେ ହୋଇଥିଲା | ତିନି ବର୍ଷ ପୁରୁଣା ଏହି ପୋଷ୍ଟକୁ ସୋସିଆଲ ମେଡ଼ିଆରେ ଟ୍ରୋଲ୍ ପେଜ ଦ୍ୱାରା ସେୟାର କରାଯାଇଛି |

Leave A Reply

Your email address will not be published.