ପୁରୁଣା କାର କିଣିବାର ଅଛି ଯଦି ସର୍ବପ୍ରଥମେ ଏହି ଜିନିଷ ଉପରେ ଧ୍ୟାନ ରଖନ୍ତୁ,ନହେଲେ ହେବେ ବଡ ହଇରାଣ

0

Get real time updates directly on you device, subscribe now.

କାର ନେବା ସମସ୍ତଙ୍କ ସ୍ୱପ୍ନ ହୋଇଥାଏ| ତାହା ନୂଆ ହେଉ ବା ପୁରୁଣା|ଯଦି ଆମେ ନୂଆ କାର ଆଣୁ ତେଵେ ସିଧା ସୋରୁମ ଯାଇ ଫ୍ରେଶ କାର ଆଣୁ|କିନ୍ତୁ କ’ଣ ଆପଣ ଭାବିଛନ୍ତି ଯଦି ସେକେଣ୍ଡ ହ୍ୟାଣ୍ଡ କାର ନେବାକୁ ଯାଉଛନ୍ତି ତେଵେ ସର୍ବପ୍ରଥମେ କେଉଁ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ|ଏଥିରେ ମୁଁ ସେ ବିଷୟରେ ଆପଣଙ୍କୁ କହିବି|ସାଧାରଣତଃ ଯଦି କିଏ ପୁରୁଣା କାର ନେବାକୁ ଯାଉଥାଏ ସାଧାରଣତଃ ସେ କାରର ଦେମ୍ ଠାରୁ ନେଇ ଇଞ୍ଜିନ୍ ପର୍ଯ୍ୟନ୍ତ ଓ ବଡି ସ୍ପେଶିଫିକେସନ ପର୍ଯ୍ୟନ୍ତ ବହୁ ଫିଚର ଦେଖି କିଣିଥାଏ|

ସର୍ବପ୍ରଥମେ କାରକୁ ଚଳାଇ ଦେଖନ୍ତି ଓ ଏହାପରେ କାର ନେବା ନିଷ୍ପତ୍ତି ନେଇଥାନ୍ତି|ଏମିତିରେ ବହୁ ଜିନିଷ ଛାଡିଯାଏ ଓ ଆମକୁ ପରେ ଜଣାପଡେ ଯେ କାର ନେଵା ପରେ ସବୁଠାରୁ ବଡ ଜିନିଷ ମାଇଲେଜ ତେଣୁ କାର କିଣିବା ସମୟରେ ମାଇଲେଜକୁ ଧ୍ୟାନ ଦିଅନ୍ତୁ ଓ ପଚାରନ୍ତୁ କେତେ ମାଇଲେଜ ଦେଉଛି? ଯେପରି ପେଟ୍ରୋଲ ଡିଜେଲର ଦରବୃଦ୍ଧି ହେଉଛି ଲୋକଙ୍କ ଉପରେ ପ୍ରଭାବ ପଡିଛି ତେଣୁ କାରର ମାଇଲେଜ ନିଶ୍ଚିତ ଭାବରେ ପଚାରନ୍ତୁ ଓ ଚେକ କରନ୍ତୁ|

ଯଦି ଆପଣ କାରର ମାଇଲେଜ ଚେକ୍ କରିବେ ଫଳରେ ଏଥିରେ ଲାଭ ହେବ ଯେ ଆପଣ କାରର ମେଣ୍ଟେନାନ୍ସ ଉପରେ ଅନୁମାନ ଲଗାଇ ପାରିବେ|କାର ମାଇଲେଜ ଜଣାପଡିଲେ ଆପଣ ଜାଣି ପାରିବେ ଯେ କାରର ମାଲିକ କିଭଳି ଭାବରେ ବ୍ୟବହାର କରିଛି ଓ କେତେ ଯତ୍ନବାନ ହୋଇଥିଲା|ଏସବୁ ଜଣାପଡିଯିବ ଯଦି କାର ନିଜ କ୍ୟାପାସିଟିରୁ କମ ମାଇଲେଜ ଦେଇଥାଏ ସ୍ୱାଭାବିକ ଭାବରେ ତାର ମେଣ୍ଟେନାନ୍ସରେ କିଛି ସମସ୍ୟା ରହିଛି ଫଳରେ କେବଳ ମାଇଲେଜ ନୁହେଁ ଏହା ମଧ୍ୟ ଜଣାପଡିବ କାର କିଭଳି ମେଣ୍ଟେନ କରାଯାଇଥିଲା|

Leave A Reply

Your email address will not be published.