ସ୍ତ୍ରୀ ଯିବାପାଇଁ ମନା କରିବାରୁ ନିଜ ନାବାଳିକା ଶାଳୀକୁ ନେଇ ଫେରାର ହେଇଗଲା ଭେଣେଇ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିହାରର ଛପରା ଜିଲ୍ଲାରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଗଡଖାର କଦନା ଗାଁରେ ଜଣେ ବ୍ୟକ୍ତି ସ୍ତ୍ରୀକୁ ଶାଶୂଘର ନେଇଯିବାକୁ ପହଞ୍ଚିଲା, କିନ୍ତୁ ସ୍ଵସୁରଘର ଲୋକେ ପଠାଇଲେ ନାହିଁ । ଏହାପରେ ସେ ନିଜର ନାବାଳିକା ଶାଳୀକୁ ନିଜ ପ୍ରେମ ଜାଲରେ ଫସାଇଲା ଏବଂ ତାକୁ ନେଇ ଫେରାର ହୋଇଗଲା । ନାବାଳିକାଙ୍କ ବାପା ଏହି କଥାକୁ ନେଇ ଥାନାରେ ଅଭିଯୋଗ କରିଦେଲେ । ଏହାପରେ ମାମଲା ଯାଇ ମହିଳା ହେଲ୍ପଲାଇନରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ନାବାଳିକା ମହିଳା ହେଲ୍ପଲାଇନରେ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କଲା ଯେ ସେମାନେ ତାଙ୍କ ବିବାହ ଜବରଦସ୍ତି କରାଇବା ପାଇଁ ଚାହୁଁଛନ୍ତି । ଏହି ସମୟରେ ପୋଲିସ ନାବାଳିକାଙ୍କୁ ନେଇ ଯାଇଥିବା ବ୍ୟକ୍ତିଙ୍କୁ ଗିରଫ କରିନେଲା । ଥାନାରେ ରୁଜ୍ଜୁ ହୋଇଥିବା ମାମଲା ଅନୁଯାୟୀ, ଶାଳୀ-ଭେଣେଇଙ୍କର ଏହି ମାମଲାରେ ଏପ୍ରିଲ 6ତାରିଖରେ ଗରଖା ଥାନା ଅଂଚଳର କଦନା ମୋହମ୍ମଦପୁର ଗାଁ ବାସିନ୍ଦା ତେରସ ରାମ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ ଦରିଆପୁର ଥାନା ଅଞ୍ଚଳର ଅକବରପୂର୍ ସିତଲପୂର୍ ଗାଁ ବାସିନ୍ଦା କୃଷ୍ଣ ରାମଙ୍କ ବିରୋଧରେ ଥିଲା । ଏଥିରେ ତେରସ ରାମ ନିଜ ଝିଅ ଅପହରଣ ହୋଇଥିବା କେସ କରିଥିଲେ । ତେରସ ରାମଙ୍କ ଅଭିଯୋଗ ଥିଲା ଯେ ତାଙ୍କ ଜ୍ୱାଇଁ କୃଷ୍ଣା ରାମ ତାଙ୍କ ସାନଝିଅକୁ ଫସାଇ ନେଇଯାଇଛନ୍ତି । ଅଭିଯୋଗ ପରେ ନାବାଳିକା ମହିଳା ହେଲ୍ପଲାଇନରେ ପହଞ୍ଚିଲା ଏବଂ ନିଜ ବାପା ଉପରେ ହିଁ ଜବରଦସ୍ତି ବାଲ୍ୟ ବିବାହ କରାଇବାର ଅଭିଯୋଗ କରିଦେଲା ।

ମାମଲାର ସୂଚନା ମିଳିବା ମାତ୍ରେ ହିଁ ହେଲ୍ପଲାଇନ ସମ୍ବନ୍ଧୀୟ ବିଡ଼ିଓ ଏବଂ SP କୁ ଦେଲେ । ନାବାଳିକା ଆସିବାର ସୂଚନା ପାଇବା ମାତ୍ରେ ସମସ୍ତେ ମହିଳା ହେଲ୍ପଲାଇନରେ ପହଞ୍ଚି ଗଲେ ଏବଂ ତାପରେ ପୁରା ମାମଲାରେ ଅଭିଯୁକ୍ତ ଭେଣେଇର ଭୂମିକା ବିଷୟରେ ଜଣାପଡ଼ିଲା । ଜାଞ୍ଚରେ ଜଣାପଡ଼ିଲା ଯେ ନାବାଳିକା ଝିଅର ଭେଣେଇ କୃଷ୍ଣା ରାମ ନିଜେ ହିଁ ତାକୁ ନେଇ ମହିଳା ହେଲ୍ପଲାଇନରେ ପହଞ୍ଚିଥିଲା । ଯେଉଁଠାରେ ନାବାଳିକା ନିଜ ଘର ଲୋକଙ୍କ ଉପରେ ବାଲ୍ୟ ବିବାହ କରାଇବାର ଅଭିଯୋଗ କରିଥିଲା । କିନ୍ତୁ ଯାଞ୍ଚ ପରେ ମାମଲା ଆଉ କିଛି ବାହାରିଲା । ନାବାଳିକାଙ୍କ ଅପହରଣ ମାମଲା ସାମ୍ନାକୁ ଆସିବା ମାତ୍ରେ ହିଁ ପୋଲିସ ଅଭିଯୁକ୍ତ ଭେଣେଇକୁ ଗିରଫ କଲା ଏବଂ ନାବାଳିକାଙ୍କୁ କୋର୍ଟରେ ହାଜର କରିବାପାଇଁ ନିଜ ହେପାଜତରେ ରଖିଲା ।

12 ବର୍ଷ ପୂର୍ବରୁ ହୋଇଥିଲା ବିବାହ :-

କୁହାଯାଉଛି ଯେ କୃଷ୍ଣା ରାମଙ୍କ ବିବାହ 12 ବର୍ଷ ପୂର୍ବରୁ ତେରସ ରାମଙ୍କ ଝିଅ ସିକାନ୍ତି ଦେବୀଙ୍କ ସହିତ ହୋଇଥିଲା । କୃଷ୍ଣା ରାମଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛି । ନିଜ ସ୍ବାମୀ ଉପରେ ରାଗିଯାଇ ତାଙ୍କ ସ୍ତ୍ରୀ ବାପଘରକୁ ଚାଲି ଆସିଥିଲେ । ଯେତେବେଳେ କୃଷ୍ଣା ରାମ ତାଙ୍କୁ ଆଣିବାପାଇଁ ଗଲା, ସେତେବେଳେ ଶାଶୂଘର ଲୋକେ ସ୍ତ୍ରୀକୁ ପଠାଇବା ପାଇଁ ମନା କରିଦେଲେ । ଏହାପରେ କୃଷ୍ଣା ରାମ ନିଜ ଶାଳୀକୁ ନେଇ ଫେରାର ହୋଇଗଲା । କିନ୍ତୁ ଶାଳୀ କହିଛି ଯେ ବାଲ୍ୟ ବିବାହରୁ ବଞ୍ଚିବା ପାଇଁ ସେ ଭେଣେଇ ସହିତ ଯାଇଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ ଜାରି ରଖିଛି ।

Leave A Reply

Your email address will not be published.