ଗୋଟିଏ ସିଗାରେଟ ହିଁ କରିଦେଲା ପ୍ଲେନ୍ କ୍ରାସ,ମୃତ୍ୟୁ ମୁହଁକୁ ଚାଲିଗଲେ 66 ଜଣ ଲୋକ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପ୍ଲେନରେ ଯାତ୍ରା କରିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦ୍ରୁତ ଗତିରେ ପହଞ୍ଚିବାର ସବୁଠାରୁ ବେଷ୍ଟ ଅପ୍ସନ୍ ଅଟେ । ତେବେ ଏଥିରେ ବହୁତ୍ ସୁବିଧା ଥିବା ସହିତ କିଛି ରିସ୍କ ମଧ୍ୟ ଥାଏ । ପ୍ଲେନ କ୍ରାସ୍ ହେବାର ବିପଦ ସବୁବେଳେ ରହିଥାଏ । ତେବେ ଏହାର ସମ୍ଭାବନା ବହୁତ୍ କମ ଥାଏ, କିନ୍ତୁ ତଥାପି ଗୋଟିଏ ରିସ୍କ୍ ନିଶ୍ଚିତ ଭାବେ ରହିଥାଏ । ଆମେ ମଧ୍ୟ ବେଳେବେଳେ ଇଞ୍ଜିନ ଖରାପ୍ ହେବା ଏବଂ ପାଇଲଟ ପ୍ଲେନ ଉପରେ କଣ୍ଟ୍ରୋଲ ହରାଇବା କାରଣରୁ ଲୋକଙ୍କ ଜୀବନ ଯିବାର ଖବର ଶୁଣିଥାଆନ୍ତି ।

ଗୋଟିଏ ସିଗାରେଟ୍ କରିଦେଲା ପ୍ଲେନ କ୍ରାଶ :-

ଏହାମଧ୍ୟରେ ଏପରି ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ପାଇଲଟର ଗୋଟିଏ ଛୋଟ ଭୁଲ କାରଣରୁ 66 ଲୋକଙ୍କର ଜୀବନ ଚାଲିଗଲା । ପାଇଲଟ କକ୍ପିଟରେ ସିଗାରେଟ୍ ଜଳାଇବା ଭାରି ପଡ଼ିଗଲା । ଦେଖୁ ଦେଖୁ ନିଆଁ ପୁରା ପ୍ଲେନରେ ବ୍ୟାପିଗଲା ଏବଂ ତାହା କ୍ରାଷ ହୋଇଗଲା । ଏହି ଘଟଣାଟି 2016 ମସିହାର ଅଟେ । କିନ୍ତୁ ସେତେବେଳେ ପ୍ଲେନ କ୍ରାଷ୍ ହେବାର କାରଣ ଜଣାପଡି ନଥିଲା । ତେବେ ବର୍ତ୍ତମାନ ଯାଞ୍ଚ ଅଧିକାରୀମାନେ ପ୍ଲେନ ଦୁର୍ଘଟଣାର ପ୍ରକୃତ କାରଣ ଜାଣି ପାରିଛନ୍ତି ।

ଏହି ଦୁର୍ଘଟଣା ଯେଉଁ ପ୍ଲେନରେ ହୋଇଥିଲା, ତାହା ଫ୍ରାନ୍ସର ପେରିସ ଚାର୍ଲ୍ସ ଡି ଗଲ ଏୟାରପୋର୍ଟରୁ ମିଶ୍ରର କାହିରା ଯାଉଥିଲା । ଏହି ପ୍ଲେନ ଖସିବା କାରଣରୁ 66 ଲୋକଙ୍କର ଜୀବନ ଚାଲି ଯାଇଥିଲା । ଏଥିରେ ଜଣେ ବ୍ରିଟିଶ ବ୍ୟକ୍ତି, 12ଜଣ ଫ୍ରେଞ୍ଚ୍ ପର୍ଯ୍ୟଟକ, 30ଜଣ ମିଶ୍ରର ବାସିନ୍ଦା, ଦୁଇଜଣ ଇରାକି ଏବଂ କାନାଡାଇ ନାଗରିକ ସାମିଲ ଥିଲେ । ଏହି ପ୍ଲେନ ଯେତେବେଳେ କ୍ରାସ ହେଲା, ସେତେବେଳେ ସିଧା ଭୁମଧ୍ୟ ସାଗରରେ ଯାଇ ପଡ଼ିଥିଲା । ପ୍ଲେନର ନାମ EgyptAir flight MS804 ଥିଲା । ଏହାକୁ ପାଇଲଟ Mohamed Said Shoukair ଚଳାଉଥିଲେ ।

ଯାଞ୍ଚରେ ଜଣାପଡ଼ିଲା ଦୁର୍ଘଟଣାର ଡିଟେଲସ :-

ଏହି ଦୁର୍ଘଟଣା ପରେ ଲୋକମାନେ କ୍ରାସକୁ ନେଇ ଅନେକ କଳ୍ପନାଜଳ୍ପନା କରୁଥିଲେ । କିଛି ରିପୋର୍ଟ ଅନୁଯାୟୀ ଏହା ଆତଙ୍କବାଦୀ ଆକ୍ରମଣ ବୋଲି ମଧ୍ୟ କହି ଦେଇଥିଲେ । କିନ୍ତୁ ଯେତେବେଳେ ଏହି କଥାକୁ ନେଇ ଗୋଟିଏ ସର୍ଚ୍ଚ ଅଭିଯାନ ଆରମ୍ଭ କରାଗଲା, ସେତେବେଳେ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଲା । ବର୍ତ୍ତମାନ ଦାବି କରାଯାଉଛି ଯେ କ୍ରାସ ହେବା ସମୟରେ ପ୍ଲେନର ଏମର୍ଜେନ୍ସି ମାସ୍କରୁ ଅକ୍ସିଯେନ୍ ଲିକ୍ ହେଉଥିଲା ।

ଏହି ସମୟରେ ପ୍ଲେନ ଉଡାଉଥିବା ପାଇଲଟ କକପିଟରେ ସିଗାରେଟ୍ ଜଳାଇ ଦେଲେ । ଏହାଦ୍ବାରା ନିଆଁ ଲାଗିଗଲା । ଏହି ନିଆଁ କକପିଟରୁ ଯାଇ ପୁରା ପ୍ଲେନରେ ବ୍ୟାପି ଗଲା । ଏହାଦ୍ବାରା ପ୍ଲେନ ତୁରନ୍ତ କ୍ରାସ ହୋଇ ସମୁଦ୍ରରେ ଖସି ପଡିଲା । ଏହା ବହୁତ୍ ଦୁଃଖଦ ଅଟେ ଯେ ପାଇଲଟଙ୍କ ଗୋଟିଏ ଛୋଟ ଭୁଲ କାରଣରୁ 66 ଲୋକଙ୍କର ଜୀବନ ଚାଲିଗଲା ।

Leave A Reply

Your email address will not be published.