ବରଯାତ୍ରୀରେ ନାଗିନ ଡ୍ୟାନ୍ସରେ ନାଚିବା ପାଇଁ ଆଣିଲେ ଅସଲି କୋବ୍ରା,ଆଉ ତା ପରେ ଆରମ୍ଭ ହେଲା ଅସଲି ମଜା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ କୋବ୍ରା ସାପ ସହିତ ବରଯାତ୍ରୀଙ୍କ ଡାନ୍ସ ମାମଲା ସାମ୍ନାକୁ ଆସିଛି । ବରପକ୍ଷର ଲୋକମାନେ ବିଶେଷ ଭାବରେ ବରଯାତ୍ରୀ ପାଇଁ ଭଡ଼ାରେ ଗୋଟିଏ କୋବ୍ରା ଆଣିଥିଲେ ଏବଂ ତାକୁ ତଳେ ରଖି ଗୀତ ବଜାଇ ଖୁବ୍ ନାଚିଲେ । ଅଭିଯୋଗ ମିଳିବା ପରେ ପୋଲିସ 5ଜଣ ଅଭିଯୁକ୍ତଂକୁ ହେପାଜତକୁ ନେଇଯାଇଛି ।

କରଞ୍ଜିଆର ରାସ୍ତାରେ ବରଯାତ୍ରୀଙ୍କୁ ସାପ ସାମ୍ନାରେ ‘ ମୁଁ ନାଗିନ…ନାଗିନ’ ଗୀତରେ ନାଚୁଥିବାର ଦେଖାଯାଇଥିଲା । ଏହି ବରଯାତ୍ରୀରେ ଭଡ଼ାରେ ଆଣିଥିବା ସାପକୁ ବାଉଁଶ ଟୋକେଇରେ ଘୋଡଣି ଖୋଲି ରଖାଯାଇଥିଲା । ଏହାଦ୍ବାରା ଭୟଭୀତ ହୋଇ ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେଲେ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୋବ୍ରାକୁ ଉଦ୍ଧାର କରାଗଲା ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସାପକୁ ଭୁଲ ବ୍ୟବହାର କରିବା ଦୋଷରେ ସାପୁଆ କେଳା ସହିତ ପାଞ୍ଚ ଜଣ ଲୋକଙ୍କୁ ହେପାଜତକୁ ନିଆଯାଇଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରହିଛି ଏବଂ ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, 1982 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସ୍ନେକ୍ ହେଲ୍ପଲାଇନ ସଂଯୋଜକ ସୁଭେନ୍ଦୁ ମଲିକ କହିଛନ୍ତି ଯେ ଏହି ବରଯାତ୍ରୀରେ ବାଜୁଥିବା ଉଚ୍ଚ ଡେସିବଲ ମ୍ୟୁଜିକ୍ କାରଣରୁ ସାପଟି ଭୟଭୀତ ହୋଇଥିବାର ଜଣାପଡିଥିଲା । ସେ କହିଛନ୍ତି, ସାପୁଆ କେଳା କୋବ୍ରାର ବିଷାକ୍ତ ଦାନ୍ତକୁ ବାହାର କରିଦେଇଛି, ଯାହା କି ବେଆଇନ ମଧ୍ୟ ଅଟେ | ଏପରି ଘୃଣ୍ୟ କାର୍ଯ୍ୟ ମାମଲାରେ ବର ଏବଂ ତାଙ୍କ ବାପାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛି । ଏହା ଦେଶରେ ଏଭଳି ପ୍ରଥମ ମାମଲା ମଧ୍ୟରୁ ଗୋଟିଏ ହୋଇପାରେ |

Leave A Reply

Your email address will not be published.