OnePlus ଲଞ୍ଚ କଲା ବର୍ତ୍ତମାନ ସୁଦ୍ଧା ସବୁଠାରୁ ଶସ୍ତା ଫୋନ୍,ଏଥିରେ ଥିବା ଫିଚର୍ସ ଆପଣଙ୍କର ଉଡାଇଦେବ ହୋସ !

0

Get real time updates directly on you device, subscribe now.

OnePlus 10R 5G, Nord CE 2 Lite 5G Launched : ୱାନ ପ୍ଲସ ” More Power to you” ନାମକ ଗୋଟିଏ ଭର୍ଚୁଆଲ ଇଭେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ଶସ୍ତା ସ୍ମାର୍ଟ ଫୋନ୍ OnePlus Nord CE 2 Lite 5G ଲଞ୍ଚ କରିଦେଇଛି । ଏହା ବ୍ୟତୀତ ଏହି ଇଭେଣ୍ଟରେ ଆଉ ଗୋଟିଏ ସ୍ମାର୍ଟ ଫୋନ୍ OnePlus 10R 5G ଏଵଂ Nord Buds ମଧ୍ୟ ଲଞ୍ଚ ହୋଇଛି । ଚାଇନା ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ଆର- ସିରିଜ୍ ଅନୁଯାୟୀ ଦେଶରେ ୱାନ ପ୍ଲସ 10R କୁ ନିଜର ନବୀକରଣ ସ୍ମାର୍ଟ ଫୋନ୍ ରୂପରେ ଲଞ୍ଚ କରିଛି ।

OnePlus 10R 5G, Nord CE 2 Lite 5G ଏଵଂ Nord Buds ର ଲଞ୍ଚ ଇଭେଣ୍ଟ ସନ୍ଧ୍ୟା 7 ଟାରୁ ଆରମ୍ଭ ହୋଇଥିଲା । ଇଭେଣ୍ଟକୁ ୱାନପ୍ଲସର ଅଫିସିଆଲ୍ ୱେବସାଇଟ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଲାଇଭଷ୍ଟ୍ରୀମ କରାଯାଇଥିଲା ।

OnePlus Nord CE 2 Lite 5G ର ମୂଲ୍ୟ :-

OnePlus Nord CE 2 Lite 5G ସ୍ମାର୍ଟ ଫୋନ୍ 6 GB RAM ସହିତ 128GB ଷ୍ଟୋରେଜ ସହିତ ଆସିଥାଏ ଏବଂ ଏହାର ମୂଲ୍ୟ 19,999 ଟଙ୍କା ଅଟେ । ସେହିପରି 8GB RAM ସହିତ 128GB ର ମୂଲ୍ୟ 21,999 ଟଙ୍କା ରଖାଯାଇଛି । ଏହି ଫୋନକୁ ବ୍ଲାକ ଡସ୍କ ଏବଂ ବ୍ଲୁ ଟାଇଟ୍ କଲରରେ କିଣା ଯାଇପାରେ । ଫୋନକୁ ଆମାଜନ ବ୍ୟତୀତ ରିଟେଲ ଷ୍ଟୋରରୁ ଏପ୍ରିଲ 30 ତାରିଖ 12ଟା ସମୟରୁ କିଣି ପାରିବେ ।

OnePlus Nord CE 2 Lite 5G ର ସ୍ପେସିଫିକେସନ :-

OnePlus Nord CE 2 Lite 5G ରେ ଆଣ୍ଡ୍ରଏଡ 12 ଆଧାରିତ OxygenOS 12.1 ରହିଛି । ଏଥିରେ 6.59 ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ରହିଛି, ଯାହାର ରିଫ୍ରେସ ରେଟ 120Hz ଅଟେ । ଡିଷ୍ପ୍ଲେ ଉପରେ ଗୋରିଲ୍ଲା ଗ୍ଲାସ ୱିକ୍ଟସ ରହିଛି । ଫୋନରେ ସ୍ନାପଡ୍ରାଗନ୍ 695 ପ୍ରୋସେଶର ସହିତ ଗ୍ରାଫିକ୍ସ ପାଇଁ Adreno 619 GPU, 8 GB ପର୍ଯ୍ୟନ୍ତ LPDDR4X RAM ସହିତ 128GB ଷ୍ଟୋରେଜ ରହିଛି ।

OnePlus Nord CE 2 Lite 5G ରେ ତିନୋଟି ରୀୟର କ୍ୟାମେରା ଅଛି, ଯେଉଁଥିରେ ପ୍ରାଇମେରୀ ଲେନ୍ସ 64 ମେଗାପିକ୍ସଲର ରହିଛି । ଯାହାର ଅପର୍ଚର୍ f/1.7 ଅଟେ । ଦ୍ୱିତୀୟ ଲେନ୍ସ 2 ମେଗାପିକ୍ସଲର ଡେଫଥ ଏବଂ ତୃତୀୟ ଲେନ୍ସ ମଧ୍ୟ 2 ମେଗାପିକ୍ସଲର ଅଟେ । ସେଲ୍ଫି ପାଇଁ 16 2 ମେଗାପିକ୍ସଲର କ୍ୟାମେରା ଦିଆଯାଇଛି ।

ଏହାସହିତ ଏଥିରେ 5000mAh ବ୍ୟାଟେରୀ ରହିଛି, ଯାହା ସହିତ 33W ର SuperVOOC ଫାଷ୍ଟ ଚାର୍ଜିଙ୍ଗର ସପୋର୍ଟ ରହିଛି । ଦାବି ରହିଛି ଯେ 30 ମିନିଟରେ 50 ପର୍ସେଣ୍ଟ ବ୍ୟାଟେରୀ ଚାର୍ଜ ହୋଇଯିବ । ଫୋନର ଓଜନ 195 ଗ୍ରାମ ଅଟେ ।

Leave A Reply

Your email address will not be published.