ସ୍ବାମୀ ପଇସା ରୋଜଗାର ପାଇଁ ଗଲା ମୁମ୍ବାଇ, ଘରେ ଥିବା ସ୍ତ୍ରୀ ଭଲପାଇ ବସିଲା ପଡ଼ୋଶୀ ଯୁବକଙ୍କୁ, ଆଉ ବହୁତ୍ ଖରାପ ହେଲା ଅବୈଧ ସମ୍ପର୍କର ଅନ୍ତ

0

Get real time updates directly on you device, subscribe now.

ମଧ୍ୟପ୍ରଦେଶରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କୁ ଅବୈଧ ସମ୍ପର୍କ ରଖିଥିବାରୁ ନିଜ ଜୀବନ ଦେଇ ମୂଲ୍ୟ ଦେବାକୁ ପଡ଼ିଲା । ମହିଳାଙ୍କ ସ୍ବାମୀ ଗରିବ ପରିବାରର ଥିଲା । ସେ ନିଜ ଘର ଚଳାଇବା ଏବଂ ପରିବାର ପାଳିବା ପାଇଁ ମୁମ୍ବାଇ ଚାଲି ଯାଇଥିଲା । ସେଠାରେ ସେ ଛୋଟ ମୋଟ ଚାକିରି କରିବାକୁ ଲାଗିଲା । ଏପଟେ ସ୍ତ୍ରୀର ମନ ଜଣେ ପଡ଼ୋଶୀ ଉପରକୁ ଆସିଗଲା ।

ମହିଳାଙ୍କୁ ଏହି ଅଫେୟରର ମୂଲ୍ୟ ବଦଳରେ ନିଜ ଜୀବନ ଦେବାକୁ ପଡ଼ିଲା । ଆଶ୍ଚର୍ଯ୍ୟର କଥା ଏହା ଯେ ତାଙ୍କ ପ୍ରେମିକ ହିଁ ମହିଳାଙ୍କୁ ହତ୍ୟା କରିଥିଲା । ପୋଲିସ ଯେତେବେଳେ ମାମଲାକୁ ଯାଞ୍ଚ କଲା, ସେତେବେଳେ ପ୍ରେମିକ ହିଁ ହତ୍ୟାକାରୀ ବାହାରିଲା । ସେ ମହିଳାଙ୍କୁ ହତ୍ୟା କରିବାର ଯେଉଁ କଣ କହିଲା, ତାକୁ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା । ଆସନ୍ତୁ ଜାଣିବା ପ୍ରକୃତରେ ପୁରା ମାମଲାଟି କଣ୍ ରହିଛି ।

ଏହି ଘଟଣା ମଧ୍ୟପ୍ରଦେଶର ଶହଡୋଲରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କର ଅତି ନିର୍ଦ୍ଦୟ ଭାବେ ହତ୍ୟା କରି ଦିଆଯାଇଛି । ଏପ୍ରିଲ 23 ତାରିଖରେ କିଛି ଲୋକ ମହିଳାଙ୍କ ଶବ ଦେଖିଥିଲେ । ଏହି ଶବ ଝରୌସି ରେଲୱେ ପୂଲ୍ ପାଖରେ ପଡ଼ିଥିଲା । ଲାସ ଦେଖିବା ମାତ୍ରେ ହିଁ ଲୋକମାନେ ପୋଲିସକୁ ସୂଚନା ଦେଲେ । ପୋଲିସ ମଧ୍ୟ ତୁରନ୍ତ ସେଠାରେ ପହଞ୍ଚିଗଲା ଏବଂ ଶବକୁ ନିଜ କବଜାକୁ ନେଇଗଲା ।

ତେବେ ସେ ଶବ କେଉଁ ମହିଳାଙ୍କର ତାହା ଜଣା ପଡ଼ିନଥିଲା । ଶବକୁ ପୋଷ୍ଟମର୍ଟମ କରିବାରୁ ଜଣାପଡ଼ିଲା ଯେ ମହିଳାଙ୍କୁ ତୀକ୍ଷ୍ଣ ହତିଆର ଦ୍ଵାରା ହତ୍ୟା କରାଯାଇଛି । ଏହାପରେ ପୋଲିସ ଆଗକୁ ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ ମହିଳାଙ୍କ ପରିବାର ଲୋକମାନେ ଏ ଖବର ପାଇଗଲେ । ତାପରେ ପଡୋଶୀଙ୍କ ସାହାଯ୍ୟରେ ପୁରା ମାମଲା ଖୁଲାସା ହୋଇପାରିଲା । ସେତେବେଳେ ଯାଇ ପୋଲିସ ସେହି ପ୍ରେମିକକୁ ଗିରଫ କଲା ।

ଯୁବକଙ୍କ ସହିତ ମହିଳାଙ୍କର ଥିଲା ଅବୈଧ ସମ୍ପର୍କ :-

ମହିଳାଙ୍କ ନାମ ମାୟା ପଟେଲ ଥିଲା । ତାଙ୍କ ସ୍ଵାମୀ ମୁମ୍ବାଇ ଚାଲି ଯାଇଥିଲା । ସେ ସେଠାକୁ 6 ମାସ ପୂର୍ବରୁ ହିଁ ଯାଇଥିଲା ଏବଂ ସେଠି ରହୁଥିଲା । ଏହା ମଧ୍ୟରେ ମାୟା ନିଜ ବାପଘରେ ରହୁଥିଲା । ତାଙ୍କ ପଡୋଶୀ ନରେନ୍ଦ୍ର ପଟେଲ ଓରଫ ସୋନୁ ନାମକ ଯୁବକ ରହୁଥିଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା ଏବଂ ତାପରେ ନିକଟତରତା ବଢ଼ିବାକୁ ଲାଗିଲା ।

ଦୁହେଁ ପରସ୍ପର ସହିତ ଦେଖା କରିବାକୁ ଲାଗିଲେ । ସେମାନେ ଦେଖା କରୁଥିବାର ପଡ଼ୋଶୀ ମାନେ ମଧ୍ୟ ଦେଖିଥିଲେ । ଏହାପରେ ସେମାନେ କାହାକୁ ବି ଖାତିର କରୁନଥିଲେ । ଦୁହିଁଙ୍କର ଦେଖା କରିବା ଜାରି ରହିଲା । ତାପରେ ଧୀରେ ଧୀରେ ମାୟା ସୋନୁ ପାଖରେ ଏମିତି ଜିଦ୍ କରିବାକୁ ଲାଗିଲା ଯେ ସୋନୁ ତାଠାରୁ ପିଛା ଛଡ଼ାଇବା ପାଇଁ ଚେଷ୍ଟା କରିବାକୁ ଲାଗିଲା । ଏହାପରେ ସୋନୁ ବଡ ପଦକ୍ଷେପ ନେଇଗଲା ।

ଜାଣନ୍ତୁ କାହିଁକି କଲା ମହିଳାଙ୍କ ହତ୍ୟା :-

ପୋଲିସ ସୋନୁକୁ ଗିରଫ କରିନେଲା ଏବଂ ତାପରେ ଘଟଣାର ଖୁଲାସା ହେଲା । ସେ କହିଲା ଯେ ମାୟା ଏବଂ ତାର ଅଫେୟର ଚାଲିଥିଲା । ମାୟା ତାର ଦୁଇ ପିଲା ଏବଂ ସ୍ୱାମୀକୁ ଛାଡି ତା ସହିତ ରହିବାକୁ ଚାହୁଁଥିଲା । ସେ ନିଜ ଘର ଛାଡ଼ି ତା ଘରେ ଆସି ରହିବାକୁ ଚାହୁଁଥିଲା । କିନ୍ତୁ ସୋନୁ କେବଳ ମଜା ମସ୍ତି କରିବାପାଇଁ ତାଙ୍କ ସହିତ ସମ୍ପର୍କ ରଖିବାପାଇଁ ଚାହୁଁଥିଲା ।

ଯେତେବେଳେ ସେ ମହିଳାଙ୍କ କଥାରେ ବିରକ୍ତ ହେବାକୁ ଲାଗିଲା, ସେତେବେଳେ ସେ ଷଡ଼ଯନ୍ତ୍ର କରିବାକୁ ଲାଗିଲା । ସୋନୁ ମାୟା କୁ ଦେଖା କରିବାକୁ ଡାକିଲା । ମାୟାକୁ ବାଇକରେ ବସାଇ ଝରୌସି ପୋଲ ପାଖକୁ ନେଇଗଲା । ସେଠାରେ ସେ ତୀକ୍ଷ୍ଣ ହତିଆର ଦ୍ଵାରା ତାଙ୍କ ବେକକୁ କାଟିଦେଲା । ତାପରେ ସେ ମାୟାଙ୍କ ଶବକୁ ସେଠାରେ ଛାଡି ଘଟଣାସ୍ଥଳରୁ ଫେରାର ହୋଇଗଲା ।

Leave A Reply

Your email address will not be published.