ଖରାଦିନେ ଖାଆନ୍ତୁ କଞ୍ଚା ପିଆଜ ! ଜାଣନ୍ତୁ ୫ କାରଣ !

0

Get real time updates directly on you device, subscribe now.

ଆମ ଶରୀରରେ ଘଟୁଥିବା ଅନେକ ରୋଗ ପାଇଁ ପିଆଜ ଏକ ରାମବାଣ ଉପାୟ ଭାବରେ କାମ କରେ । ପିଆଜ ସ୍ୱାସ୍ଥ୍ୟ ପାଇଁ କୌଣସି ଆଶୀର୍ବାଦ ଠାରୁ କମ୍ ନୁହେଁ । ଆପଣ ପ୍ରତିଦିନ ଖାଦ୍ୟରେ ପିଆଜ ବ୍ୟବହାର କରନ୍ତି । କିନ୍ତୁ କଞ୍ଚା ପିଆଜ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ ।ପିଆଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ। ଏଥିରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ। ବିଶେଷ କରି କଞ୍ଚା ପିଆଜ ଖାଇଲେ ଏହା ଉପକାର ଅନେକ।ନିୟମିତ ଖାଦ୍ୟରେ କଞ୍ଚା ପିଆଜ ଖାଇଲେ ଏଥିରେ ଥିବା ସଲ୍‌ଫର କ୍ୟାନସର ଭଳି ମାରାତ୍ମକ ରୋଗଠାରୁ ଆମକୁ ଦୂରେଇ ରଖିଥାଏ।

୧.ଶରୀରର ତାପମାତ୍ରା ନିୟନ୍ତ୍ରଣ କରେ:-

ଆପଣଙ୍କର ରକ୍ତଚାପର ସମସ୍ୟା ରହିଥିଲେ,ଆପଣ ପ୍ରତିଦିନ ଦୁଇଟି ପିଆଜ ଖାଇପାରିବେ,ଏହା ରକ୍ତଚାପକୁ ହ୍ରାସ କରିଥାଏ । ପିଆଜ ଖାଇବା ଦ୍ୱାରା ରକ୍ତଚାପ ସମ୍ବନ୍ଧୀୟ ରୋଗରୁ ଆରାମ ମିଳିଥାଏ । କଞ୍ଚା ପିଆଜକୁ ଆପଣ ପ୍ରତିଦିନ ଖାଦ୍ୟ ସହିତ ସାଲାଡରେ ଅନ୍ତର୍ଭୂକ୍ତ କରିପାରିବେ ।ମଧ୍ୟାହ୍ନ ଭୋଜନ ସହିତ ଆପଣ ସାଲାଡ ଆକାରରେ କଞ୍ଚା ପିଆଜ ଖାଇପାରିବେ କିମ୍ବା ସବୁଜ ଧନିଆ ସହିତ ପ୍ରସ୍ତୁତ ଏହାର ଚଟନୀ ଖାଇପାରିବେ ।

୨. ଅନ୍ତନଳୀକୁ ଶକ୍ତିଶାଳୀ କରେ:-

କଞ୍ଚା ପିଆଜ ଖାଇବା ଦ୍ୱାରା ଅନ୍ତନଳୀରେ ଗୁଡ୍ ବ୍ୟାକ୍ଟେରିଆଙ୍କ ସଠିକ୍ ସଂଖ୍ୟା ରୁହେ, ଯାହାକି ପେଟ ଖରାପ କରୁଥିବା ଖରାପ ବ୍ୟାକ୍ଟେରିଆକୁ ବ୍ୟାପିବାକୁ ଦିଏନାହିଁ । ଏହାର ଅର୍ଥ କରାଦିନେ ପେଟକୁ ସୁସ୍ଥ ରଖିବାକୁ ଆପଣଙ୍କୁ କଞ୍ଚା ପିଆଜ ଖାଇବା ଆବଶ୍ୟକ ।ଗୋଟିଏ ଚାମଚ ପିଆଜ ରସ, ଗୋଟିଏ ରସୁଣ, ଅଳ୍ପ ଅଦା, ଗୋଟିଏ ଚାମଚ ମହୁ ଏବଂ ଦୁଇ ଚାମଚ ପାଣିର ମିଶ୍ରଣ ପ୍ରସ୍ତୁତ କରନ୍ତୁ

୩. ହାର୍ଟକୁ ସୁସ୍ଥ ରଖେ :-

ପ୍ରତିଦିନ ପିଆଜ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହୋଇପାରିବ । ଏହା ଲାଲ ରକ୍ତ କଣିକାକୁ ଏକାଠି ହେବାକୁ ରୋକିଥାଏ ଏବଂ ସ୍ନାୟୁ ଅବରୋଧ ହେବାରେ ମଧ୍ୟ ରୋକିଥାଏ । କାରଣ ପିଆଜ ଖାଇବା ଦ୍ୱାରା ଶରୀର ଭିତରେ କ୍ଲୋଟିଂ ସମସ୍ୟା ନିୟନ୍ତ୍ରଣରେ ରହିଥାଏ ।

୪. ବ୍ଲଡ ସୁଗରକୁ ନିୟନ୍ତ୍ରଣ କରେ:-

ଶରୀରରେ ବ୍ଲଡ ସୁଗର ଲେଭଲକୁ ନିୟନ୍ତ୍ରଣ କରିବାରେ ପିଆଜ ସାହାଯ୍ୟ କରିଥାଏ । ରିସର୍ଚ୍ଚରେ ଏହା ସାମ୍ନାକୁ ଆସିବା ପରେ ବୈଜ୍ଞାନିକମାନେ ଏହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ । ପରେ ସେମାନେ ଜାଣିବାକୁ ପାଇଲେ କି, ପିଆଜରେ ମିଳୁଥିବା ସଲ୍ଫର ଶରୀରରେ ଇନସୁଲିନ ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୫. କ୍ୟାନ୍ସର ସେଲ୍ସକୁ ବଢ଼ିବାରେ ରୋକିଥାଏ :-

ଲାଲ ପିଆଜ ଶରୀରରେ କ୍ୟାନ୍ସର ସେଲ୍ସକୁ ରୋକିବାରେ ସାହାଯ୍ୟ କରିଥାଏ । ତେବେ ପ୍ରତିଦିନ ଆମ ସମସ୍ତଙ୍କ ଶରୀରରେ ଏହିପରି କିଛି ସେଲ୍ସ ସୃଷ୍ଟି ହୁଏ, ଯାହା ଯଦି ଠିକ୍ ସମୟରେ ବିଲୋପ ନହୁଏ, ତେବେ ପରେ ଏହା କ୍ୟାନ୍ସରର ରୂପ ନେଇପାରେ । ସେଥିପାଇଁ ଏକ ସୁସ୍ଥ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଏ ।

Leave A Reply

Your email address will not be published.