Business Idea : ମାତ୍ର ୧୦ ହଜାର ଟଙ୍କା ନିବେଶ କରି ଆରମ୍ଭ କରନ୍ତୁ ଏହି ବିଜନେସ, ଯାହାଦ୍ୱାରା ମାସକୁ ହେବ ଲକ୍ଷେ ଟଙ୍କାର ରୋଜଗାର,ଜାଣନ୍ତୁ ବିଜିନେସ ବିଷୟରେ ସଂପୂର୍ଣ୍ଣ ସୂଚନା

0

Get real time updates directly on you device, subscribe now.

ଆଜିକାଲି ଲୋକେ ଚାକିରୀ ପରିବର୍ତେ ବିଜନେସ ଆଡ଼କୁ ମୁହାଁଇଛନ୍ତି। ଦେଖାଯାଏ ତ କରୋନା ମହାମାରୀ କାରଣରୁ 2020 ମସିହାରେ ଲକ୍ଷ ଲକ୍ଷ ଲୋକଙ୍କ ଚାକିରୀ ଚାଲିଯାଇଥିଲା, ଯାହାପରେ ଲୋକଙ୍କୁ ଘର ଖର୍ଚ୍ଚ ଉଠାଇବା ମଧ୍ୟ ସମସ୍ୟା ହୋଇଗଲା। ଚାକିରୀ ଯିବାପରେ ଲୋକେ ନିଜର ଛୋଟ ମୋଟ ବିଜନେସ ଆରମ୍ଭ କରିବାକୁ ମନ ବଳାଇଥିଲେ ଓ ଭାରତ ସରକାର ମଧ୍ୟ ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରୁଥିଲେ। ଏହାସହ ସରକାରଙ୍କ ତରଫରୁ ଆଜି ମଧ୍ୟ ଲୋକଙ୍କ ପାଇଁ କେତେକ ଯୋଜନା ଚଳାଯାଉଛି, ଯାହାଦ୍ୱାରା ଲୋକେ ଯେମିତି ଆତ୍ମନିର୍ଭରଶୀଳ ହୋଇପାରିବେ।

ଯଦି ଆପଣଙ୍କ ଆଇଡ଼ିଆ ସଠିକ ରହିଛି ଓ ଏହାକୁ ସଠିକ ଉପାୟରେ କରାଯାଏ ତାହେଲେ ଆପଣ କେବେବି ଅସଫଳ ହେବେନାହିଁ। ଆଜି ଆମେ ଆପଣଙ୍କ ପାଇଁ ବହୁତ କମ ବଜେଟରେ ଏକ ଭଲ ବିଜନେସ ଆଇଡ଼ିଆ ନେଇଆସିଛୁ ଯାହାଦ୍ୱାରା ଆପଣ ବହୁତ ଟଙ୍କା ରୋଜଗାର କରିପାରିବେ।

ଆଚାର ବନାଇବା ବିଜନେସ:-

ଆଚାର ମେକିଂ ବିଜନେସ ଆପଣ ଆରମ୍ଭ କରିପାରିବେ। ଏହାକୁ ଆରମ୍ଭ କରିବାପାଇଁ ବହୁତ ସାରା ଟଙ୍କା ଦରକାର ହେବନାହିଁ। ଏହି ବିଜନେସକୁ ଆପଣ 10 ହଜାର ଟଙ୍କା ନିବେଶ କରି ଆରମ୍ଭ କରିପାରିବେ। ଆଚାର ଡିମାଣ୍ଡ ମାର୍କେଟରେ ସର୍ବଦା ରହିଥାଏ। ଆପଣ ବିଭିନ୍ନ ପ୍ରକାରର ଆଚାର ବନାଇ ପାରିବେ ଯେମିତିକି ଆମ୍ବ ଆଚାର, ଲଙ୍କା ଆଚାର, ଲେମ୍ବୁ ଆଚାର, ଅଁଳା ଆଚାର ଓ ମିକ୍ସ ଆଚାର ଇତ୍ୟାଦି।

ଘରେ ବସି ଏହି ବିଜନେସକୁ ଆରମ୍ଭ କରିବାପରେ ଆପଣ ମାସକୁ 25 ରୁ 30 ହଜାର ଟଙ୍କା ବହୁତ ସହଜରେ କମାଇ ପାରିବେ। ଆପଣଙ୍କ ରୋଜଗାର ପ୍ରଡକ୍ଟର ଟେଷ୍ଟ ଉପରେ ନିର୍ଭର କରିବ। ଆପଣଙ୍କ ପ୍ରଡକ୍ଟର କ୍ବାଲିଟି ଭଲ ହେବ ତ ମାର୍କେଟରେ ଏହାର ଡିମାଣ୍ଡ ରହିବ। ଏଥିପାଇଁ ଜରୁରୀ ରହିଛି ମାର୍କେଟ ରେ ନାମ ବନାଇବା ପୂର୍ବରୁ ନିଜର କ୍ବାଲିଟି ଉପରେ ବିଶେଷ କରି ଧ୍ୟାନ ଦିଅନ୍ତୁ। ଆଚାରକୁ ଅନଲାଇନ ରିଟେଲ ମାର୍କେଟ ଓ ରିଟେଲ ଚେନ ଦ୍ୱାରା ବହୁତ ସହଜରେ ବିକ୍ରି କରାଯାଇପାରିବ।

ବିଜନେସ ପାଇଁ ଲାଇସେନ୍ସ:-

ଆଚାର ମେକିଂ ବିଜନେସ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ଲାଇସେନ୍ସ ଆବଶ୍ୟକ ପଡ଼ିଥାଏ। ବିଜନେସ ଆରମ୍ଭ କରିବାପାଇଁ ଫୁଡ଼ ସେଫ୍ଟି ଆଣ୍ଡ ଷ୍ଟାଣ୍ଡର୍ଡ଼ ଅଥରିଟି (FSSAI) ପାଖରୁ ଆପଣଙ୍କୁ ଲାଇସେନ୍ସ ନେବାକୁ ହେବ। ଏହି ଲାଇସେନ୍ସ ପାଇଁ ଆପଣ ଘରେ ବସି ଅନଲାଇନ ଆବେଦନ କରିପାରିବେ।

Leave A Reply

Your email address will not be published.