ମହଙ୍ଗା ପଡ଼ିଲା ଷ୍ଟଣ୍ଟ୍ ରାଇଡ୍,ବୃଦ୍ଧ ଗଣିଲେ ୨୬୫୦୦ ଟଙ୍କାର ଫାଇନ !

0

Get real time updates directly on you device, subscribe now.

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ତେବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଜଣେ ବାଇକ ବାବା ଙ୍କୁ।୫୫ବର୍ଷର ବୟସ୍କା ବ୍ୟକ୍ତି ବିଭିନ୍ନ ଭଙ୍ଗୀରେ ଷ୍ଟଣ୍ଟ ମାରୁଛନ୍ତି।ପଲସର ବାଇକ ଉପରେ ବୃଦ୍ଧ ଜଣଙ୍କର ଷ୍ଟଣ୍ଟ କରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।ବୃଦ୍ଧା ଜଣଙ୍କ ଜୀବନକୁ ବାଜିରେ ଲଗାଇ ବାଇକକୁ ଗୋଟିଏ ଚକାରେ ଚଳାଉଥିଲେ । ବାଇକ୍ ଚାଲୁଥିବା ସମୟରେ ସେ ଗାଡ଼ିର ପଛଭାଗରେ ଠିଆ ହୋଇ ଷ୍ଟଣ୍ଟ ଦେଉଥିଲେ ।ତେବେ ବୃଦ୍ଧ ଜଣଙ୍କ ଗାଜିଆବାଦର ୱେବ ସିଟିରେ ଏହି ଷ୍ଟଟ୍ ପ୍ରଦର୍ଶନ କରୁଥିଲେ ସେହି ରାସ୍ତାରେ ଟ୍ରାଫିକ ରହୁନଥାଏ ବୋଲି କୁହାଯାଉଥିଲା । ତେବେ ବର୍ତ୍ତମାନ ବାଇକ ବାବାଙ୍କୁ ଲାଗିଛି କଡ଼ା ଝଟକା । ଏହି ଷ୍ଟଣ୍ଟ ପାଇଁ ପୋଲିସ ତାଙ୍କୁ ୨୬,୫୦୦ ଟଙ୍କାର ଫାଇନ୍ ଲାଗୁ କରିଛି । ବିନା ହେଲମେଟରେ ଗାଡି ଚଳାଇବା ବିପଜ୍ଜନକ ହୋଇଥାଏ,ଏହା ସହ ଏଭଳି ଷ୍ଟଣ୍ଟ ବହୁତ୍ ବିପଦ ମଧ୍ୟ ହୋଇଥାଏ।

Leave A Reply

Your email address will not be published.