ଗୋଟିଏ ଚକଲେଟ ସାଜିଲା ମୃତ୍ୟୁର କାରଣ, ପ୍ରାୟ ୧୧ଟି ଦେଶରେ ଖେଳାଇ ସାରିଲାଣି ଏହି ମରଣାତ୍ମକ ବ୍ୟାକ୍ଟେରିଆ !

0

Get real time updates directly on you device, subscribe now.

ଏହି ବର୍ଷ ୟୁନାଇଟେଡ଼ କିଙ୍ଗଡ଼ମ WHO କୁ ବ୍ୟାକ୍ଟେରିଆଲ ଇଂଫକ୍ସନକୁ ବହୁତ ଦ୍ରୁତ ଗତିରେ ଭାଇରାଲ ହେଉଥିବା କଥା କହିଥିଲେ। WHO ନିଜ ଯାଞ୍ଚରୁ ପାଇଲେ କି, ଏହି ବ୍ୟାକ୍ଟେରିଆ ଗୁଡ଼ିକ ବେଲଜିୟରୁ ଏକ ଚକଲେଟରୁ ମିଳିଛି। ବେଲଜିୟମରୁ ପ୍ରସ୍ତୁତ ହେଉଥିବା ଏକ ଚକଲେଟ 113 ଦେଶକୁ ସପ୍ଲାଏ ହେଉଛି।

ସବୁ ଦେଶରୁ ଚକଲେଟ ରିଟର୍ଣ୍ଣ କରାଯିବାକୁ କୁହାଗଲା:-

ଏପ୍ରିଲ 10 ତାରିଖରୁ ସମସ୍ତ ଦେଶ ମାନଙ୍କ ଠାରୁ ଚକଲେଟ ରିକଲ ପାଇଁ ନିଷ୍ପତ୍ତି ନିଆଗଲା। ଏବେପର୍ଯ୍ୟନ୍ତ ୧୧ଟି ଦେଶରୁ ଏହି ଚକଲେଟ କାରଣରୁ ୧୫୧ ଲୋକ ରୋଗାଗ୍ରସ୍ତ ହେବାର ରିପୋର୍ଟ ସାମ୍ନାକୁ ଆସିଛି। ୧୫୧ ରୁ ୧୫୦ କେସ ୟୁରୋପରୁ ଆସିଛି ଓ ଗୋଟିଏ କେସ USA ରୁ ଆସିଛି।

ସାବଧାନ ରହିବା ବହୁତ ଜରୁରୀ:-

WHO କହିଥିଲା କି, ଯେଉଁ ଦେଶରୁ ଏହି ମାମଲା ସାମ୍ନାକୁ ଆସିଛି ତାହା ଆଡ଼ଭାନ୍ସ ଟେକ୍ନୋଲୋଜି ସହାୟତାରେ ହିଁ ସାମ୍ନାକୁ ଆସିଛି। WHO କହିବାହେଲା, ଇଷ୍ଟର ସମୟରେ ଏହି ଚକଲେଟର ସପ୍ଲାଏ ବହୁତ ଅଧିକ ହୋଇଥିଲା ତେଣୁ ସେଥିପାଇଁ ସତର୍କ ରହିବା ବହୁତ ଜରୁରୀ ଅଟେ।

ପ୍ଲାଣ୍ଟରେ ପ୍ରସ୍ତୁତ ହେଉଥିଲା ଏତେ ପ୍ରଡକ୍ଟ:-

ଏହି ରୋଗର ବୈଜ୍ଞାନିକ ନାମ ସାଲମନେଲା ଟାଇପିମରିୟମ। ଏହି ବ୍ୟାକ୍ଟେରିଆ ଫୁଡ଼ ପଏଜନିଂ ପାଇଁ ଦାୟୀ ଅଟେ। ବେଲଜିୟମରେ ଡିସେମ୍ବର 2021 ଓ ଜାନୁଆରୀ 2022 ରେ Alron ର ଫେରେରୋ କର୍ପୋରେଟ ପ୍ଲାଣ୍ଟରେ ଏହା ମିଳିଥିଲା। ଏଠାରେ କିଣ୍ଡର ପ୍ରଡକ୍ଟ ମଧ୍ୟ ବନା ଯାଇଥାର। ସଫା ସୁତୁରା ହେବାପରେ ଓ ଏହି ବ୍ୟାକ୍ଟେରିଆର ନେଗେଟିଭ ରିପୋର୍ଟ ଆସିବାପରେ ଫେରେରୋ ପ୍ଲାଣ୍ଟରେ କିଣ୍ଡର ପ୍ରଡକ୍ଟ ବନାଯାଇଥିଲା ଓ ଏହାକୁ ୟୁରୋପ ଓ ଅନ୍ୟ ଦେଶକୁ ସପ୍ଲାର କରାଗଲା। ଏହି ପ୍ଲାଣ୍ଟରେ କିଣ୍ଡରର Kinder Surprise, Kinder Mini Eggs, Kinder Surprise Maxi 100g and Kinder Schoko-Bons ଭଳି ପ୍ରଡକ୍ଟ ବନାଯାଇଥାଏ।

ଅପ୍ରଭାବିତ ହେଉଛି ଆଣ୍ଟି ବାୟୋଟିକ:-

ୟୁନାଇଟେଡ଼ କିଙ୍ଗଡ଼ମର ହେଲଥ ସିକ୍ୟୁରିଟି ଏଜେନ୍ସି ଯାଞ୍ଚ ମୁତାବିକ, ଏହି ବ୍ୟାକ୍ଟେରିଆ ଜରିଆରେ ବ୍ୟାପୁଥିବା ରୋଗ ଉପରେ ଆଣ୍ଟି ବାୟୋଟିକ କାମ କରୁନାହିଁ। Penicillins, Aminoglycosides,Streptomycin, Spectinomycin, Kanamycin and Gentamycin ଏହାବ୍ୟତୀତ Phenicols, Sulfonamides, Trimethoprim, Tetracyclines ଆଣ୍ଟି ବାୟୋଟିକ ମଧ୍ୟ କାମ କରୁନାହିଁ।

ଏବେ ଆପଣ ସେହି ୧୧ଟି ଦେଶ ମାନଙ୍କ ନାମ ଜାଣନ୍ତୁ ଯେଉଁଠାରୁ ଏହା ସାମ୍ନାକୁ ଆସିଛି।

ବେଲଜିୟମ 26, ଫ୍ରାନ୍ସ 25, ଜର୍ମାନୀ 10, ଆୟରଲାଣ୍ଡ 15, ଲକଜମବର୍ଗ 1, ନେଦରଲାଣ୍ଡ 2, ନରୱେ 1, ସ୍ପେନ 1, ସ୍ଵିଡେନ 4, UK 65, USA 1।

ଲୋକମାନଙ୍କ ମଧ୍ୟରେ ଦେଖାଯାଇଛି ଗମ୍ଭୀର ଲକ୍ଷଣ:-

ଏହି ରୋଗର ଅଧିକତର ମାମଲା ଡିସେମ୍ବର 2021 ରୁ ମାର୍ଚ୍ଚ 2022 ମଧ୍ୟରେ ଦେଖାଯାଇଛି। 10 ବର୍ଷରୁ କମ ବୟସର ପିଲାଙ୍କ ଠାରେ ଏହା ଅଧିକ ମାତ୍ରାରେ ଦେଖାଯାଇଛି। 21 ଜଣ ଲୋକେ ଗମ୍ଭୀର ରୋଗର ଶିକାର ହୋଇଥିଲେ। 12 ଜଣଙ୍କ ଠାରେ ରକ୍ତସ୍ରାବ ହୋଇଥିଲା ଓ 9 ଜଣଙ୍କୁ ସାଂଘାତିକ ପରିସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। କାହାର ମୃତ୍ୟୁ ମାମଲା ଆସିନାହିଁ। WHO ର କହିବା କଥା ହେଲା ଏହାର ମାମଲା ଏବେବି ଆସିପାରେ।

ସାଲମୋନେଲା ବ୍ୟାକ୍ଟେରିଆର ଇଂଫକ୍ସନରେ ବ୍ୟକ୍ତିକୁ ଜ୍ୱର, ପେଟ ଯନ୍ତ୍ରଣା ଓ ହଇଜା ହୋଇପାରେ। ଏହାର ଲକ୍ଷଣ ଖାଦ୍ୟ ଖାଇବାର 6 ରୁ 72 ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥାଏ। ଦୂଷିତ ପାଣି ଓ ଖାଦ୍ୟରୁ ଏହା ହୋଇଥାଏ। ସାଧାରଣତଃ 7 ଦିନରେ ରୋଗୀ ରିକଭର କରିଥାଏ ଓ କିଛି କ୍ଷେତ୍ରରେ ଏହା ଜୀବନ ନେବା ସାବ୍ୟସ୍ତ ହୋଇଥାଏ। ଏହି ବ୍ୟାକ୍ଟେରିଆର ଇଂଫକ୍ସନ ପଲଟ୍ରି ପ୍ରଡକ୍ଟସ ଓ ପାଳିତ ପଶୁଙ୍କୁ ମଧ୍ୟ ହୋଇଥାଏ।

Leave A Reply

Your email address will not be published.