Small business ideas: ମାତ୍ର 20 ହଜାର ଟଙ୍କାରେ ଆରମ୍ଭ କରନ୍ତୁ ପେନ ବ୍ୟବସାୟ ! ଜାଣନ୍ତୁ ଏଥିପାଇଁ କେମିତି କଣ କରିବାକୁ ପଡିବ !

0

Get real time updates directly on you device, subscribe now.

ଡିସ୍ପୋଜେବଲ ବଲ ପେନର ନିର୍ମାଣ ଗୋଟିଏ ଘରୋଇ ବ୍ୟବସାୟ ଅଟେ । ପ୍ରଡକ୍ଟର ଡିମାଣ୍ଡ ସବୁବେଳେ ରହିଥାଏ, ସେଥିପାଇଁ ଏହା ବିକ୍ରି କରିବା ପାଇଁ କୌଣସି ଚିନ୍ତା ନଥାଏ । ଏହି ବିଜନେସ ପାଇଁ ମାତ୍ର 20 ହଜାର ଟଙ୍କା ଲଗାଇଲେ ମଧ୍ୟ ସବୁକିଛି ଠିକରେ ହୋଇପାରିବ । କେବଳ ଥରେ ଖର୍ଚ୍ଚ କରିବାକୁ ପଡେ । କାମ କରିବାପାଇଁ ଗୋଟିଏ ପରିବାର ହିଁ ଯଥେଷ୍ଟ । ମାସକୁ 50000 ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରେ ।

New business ideas from home :-

ଡିସ୍ପୋଜେବଲ ବଲ ପେନର ପ୍ରଡକ୍ସନ ୟୁନିଟ ସ୍ଥାପନ କରିବାପାଇଁ ଅଧିକରୁ ଅଧିକ ପାଞ୍ଚଟି ଛୋଟ ଛୋଟ ମେସିନ ଦରକାର୍ । ଏହି ମେସିନ ଲୋକାଲ ମେଡ ମଧ୍ୟ ମିଳିଥାଏ ଏବଂ ଏଗୁଡ଼ିକୁ ଆମାଜନ, ଇଣ୍ଡିଆ ମାର୍ଟ ଇତ୍ୟାଦିରୁ ମଧ୍ୟ ମଗାଇ ପାରିବେ । ଏହାକୁ ଘରେ ବସି ଅନଲାଇନରେ କିଣି ପାରିବେ ଏବଂ ଗ୍ୟାରେଣ୍ଟି ମଧ୍ୟ ମିଳିଥାଏ ।

ଲୋକାଲ ମେଡ ଅଧିକ ଶସ୍ତା ମିଳିଥାଏ ଏବଂ ଏହାକୁ ବିକ୍ରି କରୁଥିବା ଲୋକ ପରେ ସର୍ଭିସ ମଧ୍ୟ ଦିଅନ୍ତି । ଗୋଟିଏ ପେନ୍ ତିଆରି କରିବାପାଇଁ 1 ଟଙ୍କାରୁ ଅଧିକ ଖର୍ଚ୍ଚ ହୁଏନାହିଁ । ଦିନକୁ 10000 ପେନ୍ ତିଆରି କରାଯାଇପାରେ, କିନ୍ତୁ ଅଧିକାଂଶ ଲୋକ 2000 ରୁ 5000 ପର୍ଯ୍ୟନ୍ତ ତିଆରି କରନ୍ତି ।

ଡିସ୍ପୋଜେବଲ ବଲ ପେନ ପାଇଁ କେଉଁ କେଉଁ ମେସିନ ଦରକାର୍ :-

1. ଆଡ଼ପଟର ଫିଟିଙ୍ଗ ମେସିନ

2. ସାହି ଭର୍ତ୍ତି କରିବାର ମେସିନ

3. ନୋଜଲ ଫିଟିଙ୍ଗ ମେସିନ

4. ସେଣ୍ଟ୍ରିଫ୍ୟୁଗଲ ମେସିନ

5. ପେନ୍ ଉପରେ ନାଁ ଲେଖିବାର ମେସିନ

ଡିସ୍ପୋଜେବଲ ବଲ ପେନ କେଉଁଠାରେ ବିକ୍ରି କରିବେ :-

– ନିଜ ସହରର ଷ୍ଟେସନାରୀ ଷ୍ଟୋରରେ ସପ୍ଲାଇ କରିପାରିବେ ।

– ସହରର ସବୁ ସ୍କୁଲରେ କନଟ୍ରାକ୍ଟ୍ କରିପାରିବେ ।

– ସରକାରୀ କାର୍ଯ୍ୟାଳୟରେ ଷ୍ଟେସନାରୀ ସପ୍ଲାଇ କରୁଥିବା ଠିକାଦାର ମାନଙ୍କ ଠାରେ ବିକ୍ରି କରିପାରିବେ ।

– ରେଲୱେ ଷ୍ଟେସନ, ବସ ସ୍ଟପ ଏବଂ ପବ୍ଲିକ ପ୍ଲେସରେ ବସି ବିକ୍ରି କରୁଥିବା ଲୋକମାନଙ୍କୁ ମଧ୍ୟ ବିକ୍ରି କରିପାରିବେ ।

– କିଛି ଲୋକାଲ ସପ୍ଲାୟରମାନଙ୍କ ଠାରୁ ମେସିନ କିଣିଲେ ବଲ୍ ପେନ୍ ତିଆରି କରିବାର କନଟ୍ରାକ୍ଟ୍ ମଧ୍ୟ ମିଳିଯାଏ ।

Leave A Reply

Your email address will not be published.