ବିଲେଇ ପାଳୁଥିବା ପୁରୁଷମାନେ ହୋଇଯାଆନ୍ତୁ ସାବଧାନ ! ଏହା ଆପଣଙ୍କ ପାଇଁ ହୋଇପାରେ ବହୁତ ବିପଜ୍ଜନକ,ଜାଣନ୍ତୁ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ପଶୁମାନଙ୍କୁ ଭଲ ପାଉଥିବା ଲୋକମାନେ କୁହନ୍ତି ଯେ ଘରେ ପଶୁମାନଙ୍କୁ ପାଳିଲେ ଖୁସି ମିଳିଥାଏ, ଏହାଦ୍ବାରା ସେମାନେ ଚାପରୁ ମୁକ୍ତି ପାଇଥାନ୍ତି । କିନ୍ତୁ ବିଲେଇମାନଙ୍କ ମାମଲାରେ ଗୋଟିଏ ନୂତନ ଅନୁସନ୍ଧାନରୁ ମିଳିଥିବା ଫଳାଫଳ କିଛି ଲୋକଙ୍କ ମନକୁ କଷ୍ଟ ଦେଇପାରେ ।

ବିଲେଇ ପାଳିବା ଦ୍ଵାରା ପରବର୍ତ୍ତୀ ସମୟରେ ମାନସିକ ସମସ୍ୟାର ବିପଦ ବଢିଯାଏ । ବିଶେଷ କଥା ଏହା ଯେ ଏହା କେବଳ ପୁରୁଷମାନଙ୍କ ସହିତ ହୋଇଥାଏ । ନିକଟରେ ହୋଇଥିବା ଗୋଟିଏ ଅନୁସନ୍ଧାନରୁ ଜଣାପଡିଛି ଯେ ଗୋଟିଏ ପ୍ୟାରାସାଇଟ କାରଣରୁ ପରବର୍ତ୍ତୀ ସମୟରେ ମାନସିକ ରୋଗ ହେବାର ସମ୍ଭାବନା ରହିଥାଏ । ବିଲେଇମାନଙ୍କ ଠାରେ ଟୋକ୍ସୋପ୍ଲାଜମୋସିସ ଗୋଣ୍ଡି ନାମକ ଗୋଟିଏ ସାଧାରଣ ପରଜୀବୀ ମିଳିଥାଏ । ଏହା ବିଲେଇର ମଳ ସଂସ୍ପର୍ଶରେ ଆସୁଥିବା ପୁରୁଷମାନଙ୍କ ମଧ୍ୟରେ ଟ୍ରାନ୍ସମିଟ ହୋଇପାରେ ।

ଦଶନ୍ଧି ଧରି ଟି. ଗୋଣ୍ଡି ଏବଂ ସାଇକୋସିସ ମଧ୍ୟରେ ଥିବା ସଂପର୍କ ଉପରେ ବିତର୍କ ଚାଲିଛି | କେତେକ ଅଧ୍ୟୟନରେ ଏହି ପରଜୀବୀ ଦ୍ଵାରା ସଂକ୍ରମିତ ଲୋକଙ୍କୁ ସ୍କିଜୋଫ୍ରେନିଆ ହୁଏ ବୋଲି ମଧ୍ୟ କୁହାଯାଇଛି । ବେଳେବେଳେ କଞ୍ଚା ମାଂସ କିମ୍ବା ଦୂଷିତ ପାଣିରେ ଥିବା ଏହି ଛୋଟ ପ୍ରୋଟୋଯୋଆ ସମସ୍ତ ଗରମ ରକ୍ତ ବାଲା ପଶୁମାନଙ୍କୁ ସଂକ୍ରମିତ କରିପାରେ ଏବଂ ଏହା ମଣିଷମାନଙ୍କ ଠାରେ ବହୁତ୍ ପ୍ରଚଳିତ ଅଟେ ।

ଅଧିକାଂଶ ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରେ ଏପରି କୌଣସି ଲକ୍ଷଣ ଦେଖାଯାଏ ନାହିଁ ଏବଂ ସେମାନେ ଏହା ମଧ୍ୟ ଜାଣିନଥାନ୍ତି ଯେ ସେମାନଙ୍କ ମଧ୍ୟରେ କୌଣସି ପରଜୀବୀ ମଧ୍ୟ ରହିଛି । କିନ୍ତୁ କିଛି ଲୋକଙ୍କ ମଧ୍ୟରେ ଗମ୍ଭୀର ସମସ୍ୟା ହୋଇପାରେ । ଯେପରିକି ଜ୍ଵର କିମ୍ବା ନିଶ୍ବାସ ନେବାରେ ଅସୁବିଧା । ଗତ ଅଧ୍ୟୟନରେ ଏହା ଜଣାପଡ଼ିଛି ଯେ ଯେଉଁ ପିଲାମାନେ ଘରେ ବିଲେଇ ସହିତ ବଡ ହୁଅନ୍ତି, ସେମାନଙ୍କ ଠାରେ ବଡ ହେବା ପରେ ମାନସିକ ବିକୃତି ହେବାର ସମ୍ଭାବନା ଅଧିକ ରହିଥାଏ ।

ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଏକାକୀ ବିଲେଇ ପାଳିବା ଦ୍ୱାରା ସାଇକୋସିସ୍ ହେବାର ଆଶଙ୍କା ବଢି ନଥାଏ । ଏହି ଆଶଙ୍କା ସେମାନଙ୍କ ମଧ୍ୟରେ ଅଧିକ ଦେଖାଯାଏ ଯେଉଁମାନଙ୍କର ମୁଣ୍ଡରେ ଆଘାତ ଲାଗିଥାଏ, ଯେଉଁମାନେ ପିଲାଦିନେ ଅନେକଥର ଘରୁ ଚାଲିଯାଆନ୍ତି ଏବଂ ଯେଉଁମାନେ ଜଂଗଲୀ ବିଲେଇ ପାଳନ୍ତି । ଏହାସହିତ ଅନୁସନ୍ଧାନକାରୀମାନେ ଏହା ବୁଝିବାରେ ଅସଫଳ ହୋଇଛନ୍ତି ଯେ ଏହାଦ୍ବାରା କେବଳ ପୁରୁଷମାନେ ହିଁ କାହିଁକି ପ୍ରଭାବିତ ହୋଇଥାନ୍ତି ।

Leave A Reply

Your email address will not be published.