ପିଲାମାନଙ୍କ ଠାରେ ବ୍ୟାପୁଛି ଏହି ଖତରନାକ ଭାଇରସ, ଲିଭର ଉପରେ କରୁଛି ଆକ୍ରମଣ,ଜାଣନ୍ତୁ ଏହାର ଲକ୍ଷଣ ଏବଂ କିପରି ପାଇବେ ରକ୍ଷା

0

Get real time updates directly on you device, subscribe now.

Adenovirus Hepatitis Symptoms: ଆଜିକାଲି ସାରାଦୁନିଆର କିଛି ପିଲା ଏକ ରହସ୍ୟମୟ ହେପାଟାଇଟିସ ରୋଗ ସହିତ ସଂଘର୍ଷ କରୁଛନ୍ତି | ଏହି ରୋଗ 17 ଜଣ ପିଲାଙ୍କୁ ଏତେ ଅସୁସ୍ଥ କରିଦେଇଛି ଯେ ସେମାନଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ହେଉଛି | ଡାକ୍ତରୀ ବିଶେଷଜ୍ଞମାନେ ଏହି ରୋଗକୁ ନେଇ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଏହାର କାରଣ ବୁଝିବାପାଇଁ ଚେଷ୍ଟା କରୁଛନ୍ତି ।

ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କୁ ଦେଖାନ୍ତୁ :-

‘ ଦ ସନ’ର ରିପୋର୍ଟ ଅନୁଯାୟୀ ଏହି ରହସ୍ୟମୟ ରୋଗ ହେତୁ ଜଣେ ଶିଶୁର ମୃତ୍ୟୁ ଘଟିଛି । ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ କିଛି ଲକ୍ଷଣ ଜାରି କରି ବାପାମାଆଙ୍କୁ ସେଥି ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏହି ଲକ୍ଷଣଗୁଡ଼ିକ ପିଲାମାନଙ୍କଠାରେ ଦେଖାଯାଏ, ତେବେ ବିଳମ୍ବ ନକରି ଡାକ୍ତରଙ୍କ ନିକଟରେ ଦେଖାନ୍ତୁ, ଯାହାଫଳରେ ପିଲାଟିର ଠିକ୍ ସମୟରେ ଚିକିତ୍ସା କରାଯାଇପାରିବ ।

ଏହି ରୋଗ ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ହେପାଟାଇଟିସର ସମ୍ଭାବିତ କାରଣ ଏଡେନୋଭାଇରସ ଅଟେ । ଏହା ଗୋଟିଏ ସାଧାରଣ ଭାଇରସ, ଯାହା ଫ୍ଲୁ ଏବଂ ଗ୍ୟାଷ୍ଟ୍ରୋ ଲକ୍ଷଣ ସୃଷ୍ଟି କରିଥାଏ । ଏହି ଭାଇରସର ଚିକିତ୍ସା ପରେ ସମାଧାନ କରାଯାଇପାରେ ।

ଝାଡ଼ା, ବାନ୍ତି ଏବଂ ପେଟ ଯନ୍ତ୍ରଣାର ଲକ୍ଷଣ :-

ଯୁବକମାନଙ୍କଠାରେ ହେପାଟାଇଟିସ ବିରଳ ଅଟେ | ଅବଶ୍ୟ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ରିପୋର୍ଟରେ ଏହା ଜଣାପଡିଛି ଯେ ଏଡେନୋଭାଇରସ ଟାଇପ୍ 41F ଶିଶୁ ଏବଂ ଯୁବକମାନଙ୍କଠାରେ ହେପାଟାଇଟିସ୍ କରିବାପାଇଁ ଦାୟୀ ହୋଇପାରେ । ଏହି ରୋଗରେ ସଂକ୍ରମିତ ହେଲେ ସେମାନଙ୍କର ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ଏବଂ ଜ୍ୱର ହୋଇପାରେ |

ହାତ ଧୋଇବା ଏବଂ ଠିକ୍ ଭାବେ ନିଶ୍ବାସ ନେବାର ପ୍ରାକ୍ଟିସ :-

ନିୟମିତ ଭାବେ ହାତ ଧୋଇବା ଏବଂ ଠିକ୍ ଭାବେ ନିଶ୍ବାସ ନେବା ଦ୍ଵାରା ଏଡେନୋଭାଇରସ ସମେତ ଅନେକ ଅନ୍ୟ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ । ଯଦି କୌଣସି ପିଲାକୁ ବାନ୍ତି କିମ୍ବା ଝାଡ଼ା ଲାଗେ, ତେବେ ତାକୁ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ ଇନ୍ଫେକସନ ଠାରୁ ବଞ୍ଚିବା ପାଇଁ ଘରେ ହିଁ ରହିବା ଉଚିତ୍ । ଯେପର୍ଯ୍ୟନ୍ତ ଏହି ଲକ୍ଷଣ ଦେଖାଯାଉଥିବ, ସେପର୍ଯ୍ୟନ୍ତ ସେ ସ୍କୁଲ ଯିବା ଉଚିତ୍ ନୁହେଁ ।

Leave A Reply

Your email address will not be published.