ସାନଭାଇ ଜଳି ଯିବାରୁ ସର୍ଜରୀ ପାଇଁ ଆବଶ୍ୟକତା ଟଙ୍କା ସଂଗ୍ରହ କରିବା ପାଇଁ ଘରଠାରୁ 1000 କିଲୋମିଟର୍ ଦୁରକୁ ଆସିଗଲା 18 ବର୍ଷୀୟ କିଶୋର,ଆଉ ତା ପରେ … ଆସନ୍ତୁ ସାକ୍ଷାତ କରିବା ରିଅଲ ହିରୋ ନନ୍ଦୁଙ୍କୁ !

0

Get real time updates directly on you device, subscribe now.

ସଙ୍କଟ ଆସିଲେ ସାମ୍ନା କରିବାକୁ ପଡ଼ିଥାଏ, କିନ୍ତୁ ଯିଏ ସଙ୍କଟକୁ ନ ଡରି ତାକୁ ସାହସର ସହିତ ସାମ୍ନା କରେ ତାକୁ ହିଁ କୁହାଯାଏ ପ୍ରକୃତ ହିରୋ । ଏମିତି ପ୍ରକୃତ ହିରୋ ହେଉଛି 18 ବର୍ଷୀୟ ନନ୍ଦୁ । ସେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ନୋଏଡା ସହରରେ ବର୍ତ୍ତମାନ ନାସ୍ତାର ଜିନିଷ ବିକ୍ରି କରୁଛି । ଆପଣ କହିବେ ଯେ ପାଠ ପଢ଼ିବା ବୟସରେ ଏହିପରି ଛୋଟ ରୋଜଗାର କରୁଥିବା ପ୍ରକୃତ ହିରୋ କିପରି ହୋଇପାରିବ । ତେବେ ଜାଣି ରଖନ୍ତୁ ଯେ ନନ୍ଦୁ ପାଠ ପଢା ଛାଡ଼ିନାହିଁ ବରଂ କିଛି ଦିନ ପାଇଁ ସ୍କୁଲରୁ ବ୍ରେକ ନେଇଛି ।

ଭାଇ ପାଇଁ କିଛି ବି କରିବ :-

ବିହାରର ମଧେପୁରାରେ ରହୁଥିବା ନନ୍ଦୁ ଗତ କିଛି ମାସ ପୂର୍ବରୁ ନୋଏଡା ଆସିଛି । ଖୁସିରେ ନୁହେଁ ବରଂ ବାଧ୍ୟ ହୋଇ । ନନ୍ଦୁର ସାନଭାଇ ଗତ ବର୍ଷ ଦୀପାବଳିରେ ବାଣ ଛାଡ଼ିବା ସମୟରେ ଜଳି ଯାଇଥିଲା । ତାର ଚିକିତ୍ସା ଚାଲିଛି ଏବଂ ଡାକ୍ତରମାନେ କହିଛନ୍ତି ଯେ ସର୍ଜରୀ କରିବାକୁ ପଡ଼ିବ, ଯେଉଁଥିପାଇଁ ଅଧିକ ପଇସା ଦରକାର୍ ପଡ଼ିବ । ନନ୍ଦୁ କୁହେ, ” ମୋ ବାପାମାଆ ଭାଇର ଚିକିତ୍ସା ପାଇଁ ବହୁତ୍ କଷ୍ଟରେ ପଇସା ଆଣନ୍ତି । ତେଣୁ ମୁଁ ଦଶମ ପରୀକ୍ଷା ଦେଇ ଏଠାକୁ ଆସିଗଲି ଏବଂ ସାଉଥ୍ ଇଣ୍ଡିଆନ ଫୁଡ୍ ଷ୍ଟଲ୍ ଖୋଲିଲି ।”

ନୋଏଡା ସେକ୍ଟର 15 ମେଟ୍ରୋ ଷ୍ଟେସନ ପାଖରେ ନନ୍ଦୁଙ୍କ ଷ୍ଟଲରେ ଦୋସା, ଇଡଲି, ବରା ଇତ୍ୟାଦି ମିଳିଥାଏ । ତାର ମାସକୁ 18 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଯାଏ, ଯେଉଁଥିରୁ ଅଧିକ ପଇସା ବଞ୍ଚାଇ ସେ ଘରକୁ ପଠାଇବା ପାଇଁ ଚେଷ୍ଟା କରିଥାଏ । ନନ୍ଦୂର କାମ ଭଲ ଚାଲିଛି, ସେଥିପାଇଁ କାମକୁ ସମ୍ଭାଳିବା ପାଇଁ ସେ ଦୁଇଜଣ ହେଲ୍ପର ରଖିଛି । ବର୍ତ୍ତମାନ ତାର କେବଳ ଗୋଟିଏ ଚିନ୍ତା ଯେ ମଧେପୁରାରେ ତାର ଗାଁରେ ଭଲ ଚିକିତ୍ସା ପାଇଁ ସୁବିଧା ନାହିଁ ।

ଗାଁକୁ ଫେରି ପାଠ ପଢ଼ିବାପାଇଁ ଇଚ୍ଛା :-

ନନ୍ଦୁ କହେ, “ମୋ ଭାଇର ଅଣ୍ଟା ତଳୁ ଗୁରୁତର ଭାବେ ଜଳି ଯାଇଛି । ଜଣେ ପ୍ରାଇଭେଟ୍ ଡାକ୍ତର କହିଲେ ଯେ ସର୍ଜରୀ ପାଇଁ ଅଧିକ ପଇସା ଲାଗିବ । ବର୍ତ୍ତମାନ ମଧ୍ୟ ଚିକିତ୍ସାର ଖର୍ଚ୍ଚ ଚାଲିଛି । ମୁଁ ସର୍ଜରୀ ପାଇଁ ହିଁ ପଇସା ରୋଜଗାର କରୁଛି । ଭାଇର ସର୍ଜରୀ ପାଇଁ ପଇସା ପୁରା ହୋଇଗଲେ ସେ ଘରକୁ ଫେରିଯିବ ।” ନନ୍ଦୁ ଚାହେଁ ଯେ ସେ ଯେମିତି ପାଠପଢ଼ା ନ ଛାଡ଼ୁ ଏବଂ ମଧେପୁରା ଫେରିଯାଇ ପୁଣି ପାଠପଢ଼ା ଆରମ୍ଭ କରିବ ।

Leave A Reply

Your email address will not be published.