Back Pain : ଅଣ୍ଟା ଯନ୍ତ୍ରଣାରୁ ଶୀଘ୍ର ମିଳିବ ଆରାମ, କେବଳ ଆପଣାନ୍ତୁ ଡାକ୍ତର କହିଥିବା ଏହି ୬ଟି ଘରୋଇ ଉପାୟ !

0

Get real time updates directly on you device, subscribe now.

ଅଣ୍ଟା ଯନ୍ତ୍ରଣା କିମ୍ବା ଵ୍ୟାକ ପେନ ସବୁଠାରୁ ସାଧାରଣ ଶାରୀରିକ ରୋଗ ମଧ୍ୟରୁ ଗୋଟିଏ ଅଟେ । ଭାରତରେ ପିଠିର ତଳ ଭାଗରେ ଯନ୍ତ୍ରଣାର ଘଟଣା ମଧ୍ୟ ଚିନ୍ତାଜନକ ଅଟେ, କାରଣ ଭାରତରେ ପ୍ରାୟ 60 ପ୍ରତିଶତ ଲୋକ ନିଜ ଜୀବନରେ କେବେ ନା କେବେ ପିଠିର ତଳ ଭାଗରେ ଯନ୍ତ୍ରଣା ଦ୍ଵାରା ପୀଡିତ ହୋଇଥାନ୍ତି । ତେବେ ଦୀର୍ଘ ସମୟ ଧରି ହେଉଥିବା ଅଣ୍ଟା ଯନ୍ତ୍ରଣା ପାଇଁ ଡାକ୍ତରଙ୍କୁ ଦେଖାଇବାକୁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଅନେକଥର ହାଲକା ଅଣ୍ଟା ଯନ୍ତ୍ରଣାକୁ ଆପଣ ଘରେ ମଧ୍ୟ ଠିକ୍ କରିପାରିବେ ।

ଡାକ୍ତରଙ୍କ କହିବା ଅନୁଯାୟୀ ଅଣ୍ଟା ଯନ୍ତ୍ରଣାର ଚିକିତ୍ସା ପାଇଁ ଘରୋଇ ଚିକିତ୍ସା ସବୁଠାରୁ ଭଲ । ଏହାଦ୍ବାରା ଆପଣ ଔଷଧ ଖାଇବାରୁ ମଧ୍ୟ ମୁକ୍ତି ପାଇବେ ଏବଂ ଚିକିତ୍ସାରେ ଅଧିକ ପଇସା ମଧ୍ୟ ଖର୍ଚ୍ଚ ହୋଇନଥାଏ । ଯଦି ଆପଣଙ୍କର ମଧ୍ୟ ଅଣ୍ଟା ଯନ୍ତ୍ରଣା ହୋଇଥାଏ, ତେବେ ତଳେ କୁହାଯାଇଥିବା ଘରୋଇ ଉପାୟକୁ ଆପଣାଇ ପାରିବେ ।

ଚାଲନ୍ତୁ :-

ଅଲଗା ଅଲଗା ପ୍ରକାରର ପିଠି ଯନ୍ତ୍ରଣା ହେଉଥିବା ରୋଗୀମାନଙ୍କ ମଧ୍ୟରେ ଗୋଟିଏ ସାଧାରଣ ଭୁଲ ବୁଝାମଣା ଏହା ଯେ ସେମାନେ ଭଲରେ ଚାଲି ପାରନ୍ତି ନାହିଁ । କିନ୍ତୁ ଯଦି ଆପଣ ନିଜ ଆକ୍ଟୀଭିଟି ଜାରି ରଖନ୍ତି କିମ୍ବା ଚାଲିବା ଅଭ୍ୟାସ କରୁଥାନ୍ତି, ତେବେ ଅଣ୍ଟା ଯନ୍ତ୍ରଣାକୁ କମ୍ କରିବାରେ ସାହାଯ୍ୟ ମିଳିପାରେ । ଯାହାର ଅଣ୍ଟା ଯନ୍ତ୍ରଣା ରହିଛି, ତାକୁ ପ୍ରତିଦିନ ଅତି କମରେ 30 ମିନିଟ୍ ଚାଲିବା ଉଚିତ୍ ।

ଷ୍ଟ୍ରେଚିଙ୍ଗ ଏବଂ ଷ୍ଟ୍ରେନ୍ଥ ଏକ୍ସରସାଇଜ :-

ପେଟର କୋର ମସଲସ ପିଠିକୁ ସାହାରା ଦେବାରେ ସାହାଯ୍ୟ କରିଥାଏ । ଶକ୍ତି ଏବଂ ନମନୀୟତା ଉଭୟ ଆପଣଙ୍କ ଯନ୍ତ୍ରଣାରୁ ମୁକ୍ତି ଏବଂ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ | ତେଣୁ ଷ୍ଟ୍ରେଚ୍ ଏବଂ ବ୍ୟାକ୍ ମଜବୁତ ବ୍ୟାୟାମକୁ ଭୁଲନ୍ତୁ ନାହିଁ | ଏଥିପାଇଁ ଯୋଗ, ପିଲେଟସ ଏବଂ ତାଇ ଚି ଆପଣଙ୍କ କୋର ଏବଂ ହିପ୍ସର ଆଖପାଖର ମାଂସପେଶୀକୁ ମଜବୁତ୍ କରିବାରେ ସାହାଯ୍ୟ କରିପାରେ ।

ଓଜନ ମେଣ୍ଟେନ କରନ୍ତୁ :-

ଯଦି କାହାର ଓଜନ ଅଧିକ ରହିଥାଏ, ତେବେ ନିଶ୍ଚିତ ଭାବରେ ତାର ଅଣ୍ଟା ଯନ୍ତ୍ରଣା ହୋଇଥାଏ । ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବାପାଇଁ ନିଜ ଓଜନ କମ୍ କରନ୍ତୁ, ଯେପରିକି ପିଠିର ତଳ ଭାଗରେ ଚାପ କମ୍ ହୋଇପାରିବ । ଯଦି ଆପଣଙ୍କୁ ଓଜନ କମ କରିବାପାଇଁ ସାହାଯ୍ୟ ଆବଶ୍ୟକ, ତେବେ କୌଣସି ଫିଟନେସ ଟ୍ରେନରଙ୍କ ସାହାଯ୍ୟ ନେଇପାରିବେ ।

ବରଫ ଘସନ୍ତୁ :-

ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବାପାଇଁ ବରଫ ଘଷିବା ବହୁତ୍ ଭଲ ଉପାୟ ହୋଇପାରେ । ଯଦି ଆପଣଙ୍କ ଅଣ୍ଟାରେ ଅଧିକ ଯନ୍ତ୍ରଣା ହୋଇ କଷ୍ଟ ଲାଗୁଥାଏ ତେବେ ସାଧାରଣତଃ ଭାବରେ ବରଫ ସବୁଠାରୁ ଅଧିକ ଆରାମ ପ୍ରଦାନ କରିଥାଏ । ଯଦି ଆପଣ କଠୋର କିମ୍ବା ଚାପଗ୍ରସ୍ତ ମାଂସପେଶୀକୁ ଆରାମ ଦେବାକୁ ଚେଷ୍ଟା କରୁଛନ୍ତି, ତେବେ ଗୋଟିଏ ହିଟିଙ୍ଗ ପ୍ୟାଡ ସବୁଠାରୁ ଭଲ ବିକଳ୍ପ ହୋଇପାରେ । ଏଥିପାଇଁ 20 ମିନିଟ୍ ପର୍ଯ୍ୟନ୍ତ ଆଇସୀଙ୍ଗ କରିବା ସବୁଠାରୁ ଭଲ ଉପାୟ ହୋଇପାରେ ।

Leave A Reply

Your email address will not be published.