Magic Video : ବ୍ୟକ୍ତି ଜଣକ ଲେମ୍ବୁରେ ଦେଖାଇଲେ ଏମିତି ଜାଦୁ, ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ଲୋକମାନେ,ଦେଖନ୍ତୁ ଭିଡିଓ !

0

Get real time updates directly on you device, subscribe now.

ଆପଣମାନେ ସମସ୍ତେ ପିଲାଦିନେ ଜାଦୁ ଖେଳ ଦେଖିଥିବେ । ଜାଦୁ ଖେଳ ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି । ତେବେ ଜାଦୁ ଭଳି କୌଣସି ଜିନିଷ ନଥାଏ, ବରଂ ଜାଦୁଗର ନିଜ ହାତ ଦ୍ଵାରା ଖେଳ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହାପରେ ମଧ୍ୟ ସମସ୍ତେ ଜାଦୁ ଦେଖିବାପାଇଁ ଉତ୍ସାହିତ ଥାଆନ୍ତି । ଆପଣମାନେ ପ୍ରାୟତଃ ରାସ୍ତା କଡ଼ରେ କୌଣସି ବ୍ୟକ୍ତିଙ୍କୁ ଜାଦୁ ଖେଳ ଦେଖାଉଥିବାର ଦେଖିଥିବେ । ଏହି ସମୟରେ ସେଠାରେ ଲୋକମାନଙ୍କ ଭିଡ ଲାଗିଯାଏ ।

ଜାଦୁଗର ଦେଖାଇଲା ଅଜବ ପ୍ରକାରର ଜାଦୁ :-

ଆଜିକାଲି ସୋସିଆଲ ମିଡିଆରେ ଏମିତି ଗୋଟିଏ ଭିଡିଓ ହିଁ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ଲେମ୍ବୁ ଦ୍ଵାରା ଜାଦୁ ଦେଖାଉଛନ୍ତି, ତାକୁ ଦେଖିବାପରେ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଆସିବ ଯେ ପ୍ରକୃତରେ ବ୍ୟକ୍ତି ଜଣକ ଏପରି କେମିତି କଲେ । ଭିଡିଓ ଦେଖିବାପରେ ଲୋକମାନେ ବିଶ୍ୱାସ କରିପାରୁ ନାହାନ୍ତି । କୁହାଯାଉଛି ଯେ ବ୍ୟକ୍ତି ଜଣକ ହାତ ମାଧ୍ୟମରେ ଏପରି ଜାଦୁ କରିଛନ୍ତି ।

ଭିଡ଼ିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତିଜଣକ ତିନୋଟି ଲେମ୍ବୁ ନେଇଛନ୍ତି । ଏହି ଲେମ୍ବୁକୁ ନେଇ ହିଁ ବ୍ୟକ୍ତିଜଣକ ଜାଦୁ ଦେଖାଉଛନ୍ତି । 29 ସେକେଣ୍ଡର ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡ଼ିଓରେ ଦେଖାଯାଇପାରେ ଯେ ଜଣେ ଜାଦୁଗର ଦୁଇଟି ଗିନା ଓଲଟା କରି ରଖିଛନ୍ତି । ମଝିରେ ତିନୋଟି ଲେମ୍ବୁ ରଖାଯାଇଛି । ସେ ପ୍ରଥମେ ଲୋକଙ୍କୁ ଗୋଟିଏ ଗିନା ସିଧା କରି ଦେଖାଏ । ଏହାପରେ ଗୋଟିଏ ଲେମ୍ବୁକୁ ଉଠାଇ ଗିନାରେ ରଖିଦିଏ ।

ଦେଖନ୍ତୁ ଭିଡିଓ :-

ଜାଦୁଗରର ଚମତ୍କାରିତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ :-

ଏହାପରେ ଦ୍ୱିତୀୟ ଗିନାକୁ ଉଠାଇ ଆଉ ଗୋଟିଏ ଲେମ୍ବୁ ରଖିଦିଏ ଏବଂ ବାକି ଗୋଟିଏ ଲେମ୍ବୁ ଉପରେ ବାଡି ବୁଲାଏ । ଏହାପରେ ସେ ଏମିତି ଜାଦୁ କରେ ଯେ ତିନୋଟି ଯାକ ଲେମ୍ବୁ ଗୋଟିଏ ଗିନାକୁ ଚାଲି ଆସନ୍ତି । ଏହି ଚମତ୍କାର ଦେଖି ସେଠାରେ ଠିଆ ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାନ୍ତି । କୁହାଯାଉଛି ଯେ ବ୍ୟକ୍ତି ଜଣକ ନିଜର ହାତ ମାଧ୍ୟମରେ ଚାଲାକି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । ଏହି ଭିଡିଓକୁ @TheFigen ନାମକ ଟୁଇଟର ଆକାଉଣ୍ଟରୁ ସେୟାର କରାଯାଇଛି ।

Leave A Reply

Your email address will not be published.