ଛିଡା ହେବା ବେଳେ ଓଲା ଇ-ସ୍କୁଟରରେ ଲାଗି ଯାଉଛି ନିଆଁ,ବଜାରରୁ ୧୪୪୧ ଟି ଇ-ସ୍କୁଟର ରିଟର୍ଣ୍ଣ କରିନେଲା ଓଲା

0

Get real time updates directly on you device, subscribe now.

ବର୍ତ୍ତମାନ ଦେଶରେ ଇ-ସ୍କୁଟରର ଦୁର୍ଘଟଣା ଧୀରେ ଧୀରେ ବଢିବାରେ ଲାଗିଛି। ବାରମ୍ବାର ଏଭଳି ଇ-ସ୍କୁଟରର ଦୁର୍ଘଟଣା ଖବର ଶୁଣିବାକୁ ମିଳୁଛି। ଆହୁରି ପୁଣି ବର୍ତ୍ତମାନ ଦିନରେ ଇ-ସ୍କୁଟର କିଣିଲେ ରାତିରେ ବିସ୍ଫୋରଣ ହେଉଛି। ଯାହାକି ଦେଶର ସବୁଠାରୁ ଏକ ବଡ ଚିନ୍ତାର କାରଣ ପାଲଟିଗଲାଣି। ନିକଟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଘଟିଥିଲା। ଏହା ପୂର୍ବରୁ ତେଲେଙ୍ଗାନାରେ ଏକ ଇ-ସ୍କୁଟର ଘଟଣା ସାମ୍ନାକୁ ଆସିଥିଲା। କେବଳ ଏତିକି ନୁହେଁ ଏଭଳି ସ୍କୁଟର ବିସ୍ଫୋରଣ ଘଟି କିଛି ଲୋକଙ୍କର ଜୀବନ ମଧ୍ୟ ଚାଲିଗଲାଣି। ଯାହାକି ନିଶ୍ଚିତ ଭାବରେ ଏକ ଗୁରୁତର ଘଟଣା ଅଟେ। ବର୍ତ୍ତମାନ ଦେଶରେ ଇ-ସ୍କୁଟରର ଚାହିଦା ବଢୁଥିବା ସମୟରେ ଏଭଳି ସମସ୍ୟାକୁ ଅଣଦେଖା ଆଦୌ କରିହେବ ନାହିଁ। ବ୍ୟାଟେରୀ ଚାର୍ଜରେ ବସାଇଲେ ତାହା କେତେବେଳେଯେ ଫାଟିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ।

ଏଭଳି ଭାବରେ ଓଲା କମ୍ପାନୀ ତରଫରୁ ଏକ ନିଷ୍ପତ୍ତି ନିଆଯାଇଛି। କମ୍ପାନୀ ଏମିତିରେ ବର୍ତ୍ତମାନ ପ୍ରସ୍ତୁତ ଅଛିକି ବଜାରରୁ ତାର ୧,୪୪୧ଟି ସ୍କୁଟରକୁ ଫେରେଇ ନେବ। ଜାତୀୟ ଗଣମାଧ୍ୟମ ଅନୁସାରେ ଓଲା ଇଲେକ୍ରଟିକ କମ୍ପାନୀ ଦ୍ୱାରା ଏହି ନିଷ୍ପତ୍ତି ପ୍ରକାଶ ପାଇଛି। ଅନ୍ୟପଟେ ଇଲେକ୍ରିଟିକ ବ୍ୟବହାର ଉପରେ ସରକାର ଗୁରୁତ୍ୱ ଦେଇ ଆସୁଥିବା ସମୟରେ ଇ-ସ୍କୁଟର ଦର ଉପରେ ସରକାର ରିହାତି ମଧ୍ୟ ଦେଇ ଆସୁଥିଲେ। ତେବେ ଗତ କିଛିଦିନ ହେବ ଇ-ସ୍କୁଟର ଜଳି ଯିବା ଖବର ସାମ୍ନାକୁ ଆସିବା ପରେ ସରକାରଙ୍କ ପାଇଁ ଯାହାକି ଏକ ଚିନ୍ତାଜନକ ବିଷୟ ପାଲଟିଗଲାଣି। ଏହା ସହ କେନ୍ଦ୍ର ପରିବହନ ମନ୍ତ୍ରୀ ଏ ସଂପର୍କରେ କଡା ନିୟମର ଆଭୁମୁଖ୍ୟ ଗ୍ରହଣ କରିଥିଲେ। ଯଦି ଆଗକୁ କୌଣସି ଇ-ସ୍କୁଟରରେଚ ତ୍ରୁଟି ପରିଲକ୍ଷିତ ହୁଏ ତେବେ ଇ-ଯାନ କମ୍ପାନୀ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯିବ।

ରିପୋର୍ଟ ଅନୁସାରେ ଓଲା ଇଲେକ୍ରିକ କମ୍ପାନୀ ନିଜର ବ୍ୟାଟେରୀ ସିଷ୍ଟମ ଏଆଇଏସ୍-୧୫୬ ଯାହାକି ଭାରତ ବଜାର ପାଇଁ ଏହାକୁ ପ୍ରସ୍ତାବିତ କରାଯାଇଥିଲା। ଏହା ସହିତ ପୁଣି ତାଙ୍କର ଟେଷ୍ଟିଙ୍ଗ ମଧ୍ୟ ସେହି ଅନୁସାରେ କରାଯାଇଥାଏ। ଅନ୍ୟପଟେ ଦେଖିବାକୁ ଗଲେ ଦେଶରେ ଏହି ଇ-ସ୍କୁଟରର ଦୁର୍ଘଟଣା ବଢିବା ପରେ କେବଳ ଓଲା କମ୍ପାନୀ ନୁହେଁ ଆହୁରି ଅନ୍ୟ ଇସ୍କୁଟର ନିର୍ମାତା କମ୍ପାନୀମାନେ ମଧ୍ୟ ନିଜର ଇ-ଯାନକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ। ଏହା ସହ ଓକିନାୱା କମ୍ପାନୀ ନିଜର ୩୦୦୦ରୁ ଅଧିକ ସ୍କୁଟର ଫେରାଇ ଆଣିଛି। ଏହା ସହ ପିଓର ଇଭି କମ୍ପାନୀକୁ ମଧ୍ୟ ନିଜର ୨୦୦୦ ୟୁନିଟ ଫେରାଇ ନେବାକୁ ବାଧ୍ୟ ହୋଇଥିଲା।

Leave A Reply

Your email address will not be published.