ମରିବା ପୁର୍ବରୁ ଭିଡିଓ ରେକର୍ଡ କଲେ,ଆଉ କହିଦେଇ ଗଲେ ଦୋଷୀଙ୍କର ନାଁ

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରି ଦେଇଛନ୍ତି। ଚିକିତ୍ସା ସମୟରେ ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଯାଇଛି। ଶମଶାବାଦ ଥାନା ଅନ୍ତର୍ଗତ ଏହି ଘଟଣାଟି ଘଟିଛି। ମୃତ ବ୍ୟକ୍ତିଙ୍କର ନାମ ଭଗବାନଦାସ ଧାକଡ଼ ବୋଲି ଜଣାପଡ଼ିଛି। ଆତ୍ମହତ୍ୟା କରିବା ପୁର୍ବରୁ ବ୍ୟକ୍ତିଜଣକ ତାଙ୍କର ମୃତ୍ୟୁ ପାଇଁ ତାଙ୍କର ସ୍ତ୍ରୀ, ଶାଶୁ ଏବଂ ସମ୍ପର୍କିୟ ଶଶୁରଙ୍କୁ ଦୋଷୀ ବୋଲି କହିଛନ୍ତି।

ସେ ବିଷ ପିଇବା ପୁର୍ବରୁ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଏକ ଭିଡିଓକୁ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କର ସ୍ତ୍ରୀ ସମେତ ଶାଶୁ ଏବଂ ଶଶୁର ମିଳିମିଶି ତାଙ୍କୁ କିପରି ହଇରାଣ ହରକତ କରୁଛନ୍ତି, ସେ ବିଷୟରେ ଉଲ୍ଲେଖ କରିଥିଲେ। ଏହି ଭିଡିଓରେ ସେ ତିନି ଜଣଙ୍କର ନାମ ନେବା ପରେ ସେ ବିଷ ପିଇ ଆତ୍ମହତ୍ୟା କରି ଦେଇଥିଲେ। ଏହି ବିଷୟରେ ପୋଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଁଞ୍ଚିଥିଲେ ଓ ଧାକଡ଼ଙ୍କୁ ମେଡିକାଲରେ ନେଇ ପହଁଞ୍ଚିଥିଲା। ଏହା ପରେ ତାଙ୍କୁ ବିଦିଶା ମେଡିକାଲକୁ ତାଙ୍କୁ ରେଫର କରାଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାରେ ବିଦିଶା ପୋଲିସ ଅଧିକାରୀ କହିଛନ୍ତିକି, ଶମଶାଦ ଥାନା ଅନ୍ତର୍ଗତ ଜଣେ ବ୍ୟକ୍ତି ୩ଦିନ ପୂର୍ବେ ବିଷ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ବିଦିଶା ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଏହା ପରେ ଏହି ମାମଲାକୁ ଗମ୍ଭିରତାର ସହ ନିଆଯାଇଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଅଛି। ଏବଂ ସମସ୍ତ ତଥ୍ୟ ବର୍ତ୍ତମାନ ପ୍ରମାଣକୁ ଏକଜୁଟ କରୁଛି।

Leave A Reply

Your email address will not be published.