Business Idea: ରେଲୱେ ଦେଉଛି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ, ଜାଣନ୍ତୁ କିପରି ଉଠାଇବେ ଏହି ସୁଯୋଗର ଫାଇଦା ?

0

Get real time updates directly on you device, subscribe now.

ଯଦି ଆପଣ କୌଣସି ନୂତନ ବିଜନେସ ଆରମ୍ଭ କରିବାକୁ ପ୍ଲାନିଙ୍ଗ କରୁଛନ୍ତି, ତେବେ ଏହି ଖବର ଖାସ ଆପଣଙ୍କ ପାଇଁ ହିଁ ଅଟେ । ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ Indian Railways ସୂକ୍ଷ୍ମ, ଲଘୁ ଏବଂ ମାଧ୍ୟମ ଉଦ୍ୟମ(MSME) କୁ ନିଜର ସହଭାଗୀ ହେବାର ସୁଯୋଗ ଦେଉଛି ।

ଆପଣ ମଧ୍ୟ ନିଜର ଛୋଟ ପୁଞ୍ଜି ସହିତ ରେଲୱେ ସହିତ ଯୋଡି ଭଲ ଲାଭ ବାଲା ବିଜନେସ ଆରମ୍ଭ କରିପାରିବେ । ଆସନ୍ତୁ ଜାଣିବା କିପରି ଏହି ବିଜନେସ ଆରମ୍ଭ କରାଯାଏ ।

କୁହାଯାଉଛି ଯେ ଭାରତୀୟ ରେଳୱେ ବାର୍ଷିକ 70, 000 କୋଟି ଟଙ୍କାରୁ ଅଧିକ ପ୍ରଡକ୍ଟ କିଣି ଥାଏ । ଏହି ପ୍ରଡକ୍ଟ ମଧ୍ୟରେ Technical ଏବଂ Engineering Product ସହିତ Daily Use Product ର ପ୍ରାୟ ସବୁ ପ୍ରକାରର ଜିନିଷ ସାମିଲ ରହିଥାଏ ।

ଏପରି ପରିସ୍ଥିତିରେ ଆପଣ ଛୋଟ ବ୍ୟବସାୟ ଭାବରେ Railway କୁ ନିଜ Product ବିକ୍ରି କରି ନିଜର Earning increase କରିପାରିବେ । ଯଦି ଆପଣ ମଧ୍ୟ ରେଲୱେ ସହିତ ବିଜନେସ କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ https://ireps.gov.in ଏଵଂ https://gem.gov.in ରେ Registration କରିବାକୁ ପଡିବ ।

ଏହିପରି ଆରମ୍ଭ କରନ୍ତୁ ରେଲୱେ ସହିତ ବିଜନେସ :-

Railway ଯେକୌଣସି ପ୍ରଡକ୍ଟ ସେହି କମ୍ପାନୀ ଠାରୁ କିଣି ଥାଏ, ଯିଏ ମାର୍କେଟରେ ସବୁଠାରୁ ଶସ୍ତା ଜିନିଷ ସପ୍ଲାଇ କରୁଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ ଏପରି କୌଣସି ପ୍ରଡକ୍ଟ ଖୋଜିବାକୁ ପଡ଼ିବ, ଯାହା ଆପଣଙ୍କୁ କୌଣସି କମ୍ପାନୀ କିମ୍ବା ମାର୍କେଟରୁ ସହଜରେ ଆହୁରି ଶସ୍ତା ଦାମରେ ମିଳିଥାଏ ।

ଏହାପରେ ଆପଣ ଗୋଟିଏ Digital Signature ତିଆରି କରନ୍ତୁ । ଯାହା ସାହାଯ୍ୟରେ ଆପଣ ରେଲୱେର ୱେବସାଇଟ https://ireps.gov.in ଏଵଂ https://gem.gov.in ରେ ଯାଇ New Tender ଦେଖିପାରିବେ ।

ନିଜ ବିନିଯୋଗ ଏବଂ ଲାଭକୁ ଆଧାର କରି ଟେଣ୍ଡର ଦିଅନ୍ତୁ । ଧ୍ୟାନ ରଖିବେ ଯେ ଆପଣଙ୍କ ରେଟ ଯେପରି କମ୍ପିଟେଟିଭ ରହିବ, ସେତେବେଳେ ଯାଇ ଆପଣଙ୍କୁ ଟେଣ୍ଡର ମିଳିବାରେ ସହଜ ହେବ । ଏହାସହିତ Service ସପ୍ଲାଇ ପାଇଁ ରେଲୱେ କିଛି ଟେକନିକ ଯୋଗ୍ୟତା ମଧ୍ୟ ମାଗିଥାଏ ।

MSME କୁ କରୁଛି ପ୍ରୋତ୍ସାହିତ :-

ରେଲୱେ MSME କୁ ପ୍ରୋତ୍ସାହିତ କରିବାପାଇଁ ବଡ ନିଷ୍ପତ୍ତି ନେଇଛି । ରେଲୱେର କୌଣସି ଟେଣ୍ଡରର ନିବେଶର 25 ପ୍ରତିଶତ ପର୍ଯ୍ୟନ୍ତର କ୍ରୟରେ MSME କୁ 15 ପ୍ରତିଶତ ପର୍ଯ୍ୟନ୍ତ ପ୍ରାଥମିକତା ମିଳିବ ।

Leave A Reply

Your email address will not be published.