ନଦୀରେ ଚୁମ୍ବକ ପକାଇବାରୁ ଲାଗିଗଲା ବହୁତ ବଡ ବାକ୍ସ, ଆଉ ବାକ୍ସ ଖୋଲିଲା ପରେ ଯାହା ଦେଖିଲେ…..ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଇଂଲଣ୍ଡରେ ରହୁଥିବା ଜର୍ଜ ଟିଣ୍ଡଲେ 15 ବର୍ଷର ଅଟନ୍ତି । ସେ ନିଜ ବାପା କେବିନ ଯିଏକି 52 ବର୍ଷର ଅଟନ୍ତି, ତାଙ୍କ ସହିତ ଲିଙ୍କନସାୟରର ଗ୍ରେନ୍ଥମରେ ରୁହନ୍ତି । ଦୁହେଁ ମାଛ ଧରିବାକୁ ଖୁବ୍ ଭଲ ପାଆନ୍ତି । ଏହାବ୍ୟତୀତ ଦୁହିଁଙ୍କର ଗୋଟିଏ ଅଜବ ପ୍ରକୃତି ମଧ୍ୟ ରହିଛି । ଏମାନେ ନଦୀରେ ଚୁମ୍ବକ ପକାନ୍ତି ଏବଂ ରହସ୍ୟମୟୀ ଜିନିଷ ଖୋଜନ୍ତି ।

ନିକଟରେ ଦୁହେଁ ବାପା ଆଉ ପୁଅ ବିଟହ୍ଯାମ ନଦୀରେ ମାଛ ଧରିବାପାଇଁ ଯାଇଥିଲେ । ଏମାନେ ନିଜ ସହିତ ଚୁମ୍ବକ ମଧ୍ୟ ନେଇଥିଲେ, ଯେପରିକି ନଦୀରୁ କିଛି ଅନନ୍ୟ ଜିନିଷକୁ ଲଗାଇ ବାହାର କରିପାରିବେ । ଦୁହେଁ ଚୁମ୍ବକକୁ ଯେତେବେଳେ ନଦୀରେ ପକାଇଲେ, ସେତେବେଳେ ଅଚାନକ ତାଙ୍କ ଚୁମ୍ବକ ସହିତ କୌଣସି ଭାରି ଜିନିଷ ଲାଗିଗଲା । ଯେତେବେଳେ ବାହାରକୁ ଅଣାଗଲା, ସେତେବେଳେ ଗୋଟିଏ ବାକ୍ସ ବାହାରିଲା ।

ବାକ୍ସକୁ ଖୋଲିବାପରେ ଉଡ଼ିଗଲା ହୋସ :-

ଦୁହେଁ ବୁଝିପାରିଲେ ନାହିଁ ଯେ ତାଙ୍କ ଚୁମ୍ବକ ସହିତ ସେ ବାକ୍ସ କେମିତି ଲାଗିଗଲା । ଏହାପରେ ଦୁହେଁ ଜାଣିବାକୁ ଇଚ୍ଛା କଲେ ଯେ ପ୍ରକୃତରେ ଏହି ବାକ୍ସ ଭିତରେ କଣ୍ ରହିଛି । ଏହାପରେ ଦୁହେଁ ସେହି ବାକ୍ସକୁ ଖୋଲିବାକୁ ନିଷ୍ପତ୍ତି ନେଲେ । ତେବେ ବାକ୍ସକୁ ଖୋଳିବା ଏତେ ବି ସହଜ ନଥିଲା । ତାପରେ ମଧ୍ୟ ଦୁହେଁ ଚେଷ୍ଟା କରି ବାକ୍ସ ଖୋଲିଦେଲେ ।

ବାକ୍ସ ଖୋଲିବାପରେ ତା ଭିତରେ ରଖାଯାଇଥିବା ଜିନିଷ ଦେଖି ଦୁହିଁଙ୍କର ହୋସ ଉଡ଼ିଗଲା । ସେହି ବାକ୍ସ ପଇସାରେ ଭର୍ତ୍ତି ହୋଇଥିଲା । ତା ଭିତରେ ପ୍ରାୟ ଦେଢ଼ ଲକ୍ଷ ଅଷ୍ଟ୍ରେଲିଆନ ମୁଦ୍ରା ଥିଲା । ଏତେ ପଇସା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଯେତେବେଳେ ବାକ୍ସକୁ ଭଲ ଭାବେ ଚେକ୍ କଲେ, ସେତେବେଳେ ସେମାନଙ୍କୁ ବ୍ୟାଙ୍କର କାର୍ଡ ଏବଂ ଗୋଟିଏ ସାର୍ଟିଫିକେଟ ମଧ୍ୟ ଦେଖାଗଲା ।

ଦୁହେଁ ସଚ୍ଚୋଟତା ଦେଖାଇ ଫେରାଇ ଦେଲେ ବାକ୍ସ :-

ବାପା ଏବଂ ପୁଅ ଉଭୟେ ଯେତେବେଳେ କାଗଜ ଗୁଡ଼ିକୁ ପଢ଼ିଲେ, ସେତେବେଳେ ସେଥିରେ ରବ ଏଭରେଟ ବେପାରୀଙ୍କ ନାମ ଲେଖାଥିଲା । ଏହାପରେ ଦୁହେଁ ନିଷ୍ପତ୍ତି ନେଲେ ଯେ ସେମାନେ ଏହି ବାକ୍ସକୁ ତାର ପ୍ରକୃତ ମାଲିକଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦେବେ । ଦୁହେଁ ଏହାକୁ ନେଇ ସିଧା ରବଙ୍କ ପାଖକୁ ଚାଲିଗଲେ । ଯେତେବେଳେ ରବ ନିଜ ବାକ୍ସ ଏବଂ ସେଥିରେ ରଖିଥିବା ଧନକୁ ଦେଖିଲେ, ସେତେବେଳେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।

ରବ କହିଛନ୍ତି ଯେ ତାଙ୍କର ଏହି ବାକ୍ସ ଅଫିସରେ ରଖାଯାଇଥିଲା । 2000 ମସିହାରେ ତାଙ୍କ ଅଫିସରୁ ହିଁ ଏହା ଚୋରି ହୋଇଯାଇଥିଲା । ଏହାପରେ ବାକ୍ସ କୁଆଡେ ଗଲା, କେହି ବି ଖବର ପାଇନଥିଲେ । ଶେଷରେ 22 ବର୍ଷ ପରେ ତାଙ୍କୁ ସେ ବାକ୍ସ ମିଳିଗଲା । ରବ୍ ସେ ଦୁହିଁଙ୍କ ସଚ୍ଚୋଟତାକୁ ପ୍ରଶଂସା କଲେ । ଏହାସହିତ ସେ କହିଲେ ଯେ ତାଙ୍କର ଗୋଟିଏ ୱେଲ୍ଥ ମ୍ୟାନେଜମେଣ୍ଟ କମ୍ପାନୀ ଅଛି, ଯେଉଁଥିରେ ସେ ଯେବେ ଚାହିବେ ଜବ କରିପାରିବେ ।

Leave A Reply

Your email address will not be published.