ପ୍ରଧାନମନ୍ତ୍ରୀ ପଦରୁ ହଟିବାପରେ ଇମ୍ରାନ ଖାନ ବର୍ତମାନ କରିବେ କ’ଣ ? ସାମ୍ନାକୁ ଆସିଲା ବଡ ଖୋଲାସା !

0

Get real time updates directly on you device, subscribe now.

ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ହଟିବାପରେ ଇମ୍ରାନ ଖାନ ବର୍ତ୍ତମାନ ଖାଲି ବସିଛନ୍ତି। ଏମିତିରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ରହିବ ପାକିସ୍ତାନ ନଜର ରଖିଛି।

ପାକିସ୍ତାନର ପୂର୍ବ ବିଦେଶ ମନ୍ତ୍ରୀ ଓ ପାକିସ୍ତାନ ତାହାରିକ-ଏ- ଇଂସାଫ ନେତା ଶାହ ମହମୁଦ କୁରେସି ତାଙ୍କର ଆଗାମୀ ପଦକ୍ଷେପ ଉପରେ ପରଦା ଉଠାଇଛନ୍ତି। କୁରେସି ରବିବାର ଦିନ ଘୋଷଣା କରିଛନ୍ତି କି, ଇମ୍ରାନ ଖାନ ମେ 10 ତାରିଖରେ ମୁଲତାନ ରେ ଏକ ସାର୍ବଜନିକ ରାଲିକୁ ସମ୍ବୋଧିତ କରିବେ।

ଇମ୍ରାନ ସରକାରଙ୍କୁ ହଟାଇବାକୁ ରଚା ଯାଇଥିଲା ଷଡ଼ଯନ୍ତ୍ର:-

ମୁଲତାନର ବାବର ଚୌକ ଠାରେ PTI କାର୍ଯ୍ୟକର୍ତାଙ୍କ ରାଲିକୁ ସମ୍ବୋଧିତ କରି କୁରେସି କହିଥିଲେ କି, ଇମ୍ରାନ ସରକାରଙ୍କୁ ଗାଦିରୁ ହଟାଇବା ଓ ଭ୍ରଷ୍ଟ ନେତାଙ୍କୁ ବସାଇବା ପାଇଁ ଷଡ଼ଯନ୍ତ୍ର ରଚା ଯାଇଥିଲା। ଏଥିରେ ପାକିସ୍ତାନର କିଛି ନେତାଙ୍କ ସହିତ କିଛି ବିଦେଶ ସରକାରଙ୍କ ହାତ ରହିଛି। ସେ ପାର୍ଟି କାର୍ଯ୍ୟକର୍ତାଙ୍କୁ ମେ 10 ତାରିଖରେ ଇମ୍ରାନଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି କରିବାକୁ କହିଥିଲେ।

ଏବେ ଇମ୍ରାନଙ୍କୁ ଅଯୋଗ୍ୟ ଦର୍ଶାଇବାର ଷଡ଼ଯନ୍ତ୍ର:-

ଶାହ ମହମୁଦ କୁରେସିଙ୍କ କହିବାହେଲା ପାକିସ୍ତାନୀ ନିର୍ବାଚନ ଆୟୋଗ ତରଫରୁ PTI ଉପରେ ପ୍ରତିବନ୍ଧ ଲଗାଇବା ସହିତ ଇମ୍ରାନ ଖାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ବୋଲି ଦର୍ଶା ଯାଇଛି। ସେ ଘୋଷଣା କରିଥିଲେ କି, ଏହି ଷଡ଼ଯନ୍ତ୍ର ବିରୋଧରେ ତାଙ୍କ ପାର୍ଟି ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଫଇସଲା ନେଇଛନ୍ତି।

ବେଇମାନ ଅଟନ୍ତି ପାକିସ୍ତାନର CEC: ଫୱାଦ ଚୌଧୁରୀ

ଏହାମଧ୍ୟରେ ପାର୍ଟିର ଦ୍ଵିତୀୟ ନେତା ଫୱଦ ଚୌଧୁରୀ ମଧ୍ୟ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିବା ଲୋକଙ୍କ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ରବିବାର ଦିନ ପାର୍ଟିର ରାଜନୀତିକ ସମିତିର ଏକ ବୈଠକ ହୋଇଥିଲା। ଯେଉଁଠାରେ ECP ଉପରେ ବିଚାର-ବିମର୍ଶ କରାଯାଇଥିଲା। ଚୌଧୁରୀ ପାକିସ୍ତାନର ମୁଖ୍ୟ ନିର୍ବାଚନୀ ଆୟୁକ୍ତ ଉପରେ ପକ୍ଷପାତପୂର୍ଣ୍ଣ ଓ ବେଇମାନ ହେବାର ଆରୋପ ଲଗାଇଲେ।

ମଙ୍ଗଳବାର ଦିନ ଆୟୋଗର କାର୍ଯ୍ୟାଳୟ ଉପରେ ପ୍ରଦର୍ଶନ:-

ସେ କହିଥିଲେ PTI ଅସନ୍ତୁଷ୍ଟ ବିଧାନସଭା ସଦସ୍ୟଙ୍କୁ ହଟାଇବାର ଦାବି ପାର୍ଟି ତରଫରୁ କରାଯାଇଥିଲା କିନ୍ତୁ ECP ଏବେପର୍ଯ୍ୟନ୍ତ ଏହା ଉପରେ କୌଣସି ଫଇସଲା ନେଇନାହିଁ। ଚୌଧୁରୀ କହିଥିଲେ ECP ର ଏହି ଭେଦଭାବପୂର୍ଣ୍ଣ ନୀତିକୁ ବିରୁଦ୍ଧରେ ପାର୍ଟି କାର୍ଯ୍ୟକର୍ତା ମଙ୍ଗଳବାର ଦିନ ଦେଶସାରା ନିର୍ବାଚନୀ ଆୟୋଗ ସାମ୍ନାରେ ବିରୋଧ ପ୍ରଦର୍ଶନ କରିବେ।

ନିଜ ପଦ ଛାଡି ଦିଅନ୍ତୁ ପାକିସ୍ତାନୀ CEC:-

ଫୱାଦଙ୍କ ପୂର୍ବରୁ ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନ ମଧ୍ୟ ପାକିସ୍ତାନୀ ମୁଖ୍ୟ ନିର୍ବାଚନୀ ଆୟୁକ୍ତ ଠାରୁ ପଦ ଛାଡ଼ିବାର ଦାବି କରିଛନ୍ତି। ମିଡ଼ିଆ ସହିତ କଥା ହୋଇ ଇମ୍ରାନ ଖାନ କୁହନ୍ତି କି, ତାଙ୍କ ପାର୍ଟି CEC କୁ ପକ୍ଷପାତୀ ମାନିଥାନ୍ତି। ତାଙ୍କର ସବୁ ଫଇସଲା ପାକିସ୍ତାନୀ PTI ବିପକ୍ଷରେ ଥିଲା। ଏଥିପାଇଁ ତୁରନ୍ତ ତାଙ୍କୁ ନିଜ ପଦରୁ ଇସ୍ତଫା ଦେଇ ଘରକୁ ଚାଲି ଯିବାପାଇଁ କହିଲେ।

Leave A Reply

Your email address will not be published.