Business Idea : ମାତ୍ର 1 ଲକ୍ଷ ଟଙ୍କାରେ ଆରମ୍ଭ କରନ୍ତୁ ଏହି ସୁପରହିଟ ବିଜନେସ, ପ୍ରତି ମାସରେ ହେବ 8 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର, ଜାଣନ୍ତୁ ଏହି ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

Business Idea: ଯଦି ଆପଣ ମଧ୍ୟ ଚାକିରିର ପ୍ରେସର ଯୋଗୁଁ ଚାପଗ୍ରସ୍ତ ଅଛନ୍ତି ଏବଂ ବିଜନେସ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ହିଁ ଅଟେ । ଆଜି ଆମେ ଆପଣଙ୍କୁ ଗୋଟିଏ ଚମତ୍କାର ବିଜନେସ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କର ଜବରଦସ୍ତ ଲାଭ ହେବ । ଏହି ବିଜନେସକୁ ଆପଣ କମ ପଇସାରେ ଆରମ୍ଭ କରିପାରିବେ । ଏହି ବିଜନେସ ହେଉଛି କାକୁଡି ଚାଷ । ଆସନ୍ତୁ ଜାଣିବା ଏହି ବିଜନେସକୁ ଆପଣ କେବେ, କେଉଁଠି ଏବଂ କିପରି ଆରମ୍ଭ କରିପାରିବେ ।

ଯଦି ଆପଣ ବିଜନେସରୁ ଅଧିକ ଲାଭ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ କାକୁଡି ବିଜନେସ ବହୁତ୍ ଭଲ ବୋଲି ପ୍ରମାଣିତ ହୋଇପାରେ । ଏଥିରେ ଆପଣଙ୍କୁ ସରକାରଙ୍କ ଠାରୁ ସବ୍ସିଡି ମଧ୍ୟ ମିଳିବ । ଏହି ବିଜନେସରେ ଆପଣ ପ୍ରାୟ ଏକ ଲକ୍ଷ ଟଙ୍କା ଲଗାଇ ପ୍ରତି ମାସରେ 8 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

ସରକାର ଦେବେ ସବ୍ସିଡି :-

କାକୁଡି ଚାଷରୁ ଲାଭ ରୋଜଗାର କରିବାପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ମଞ୍ଜି ଲଗାଇବାର ମାତ୍ର 4 ମାସ ପରେ ଆପଣ 8 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ନୂତନ ଉପାୟରେ ଚାଷ କରିବାକୁ ପଡ଼ିବ । ୟୁପିର କୃଷକ ନିଦରଲ୍ୟାଣ୍ଡରୁ ବିଶେଷ ପ୍ରଜାତିର କାକୁଡି ମଞ୍ଜି ଲଗାଇଥିବା ପ୍ରଥମ କୃଷକ ଅଟନ୍ତି । ଏହି କାକୁଡି ବିଜନେସରେ ବହୁତ୍ ଫାଇଦା ରହିଛି । ଆପଣ ସର୍ବ ପ୍ରଥମେ ଏହି ବିଜନେସ ପାଇଁ ସରକାରଙ୍କ ଠାରୁ ସବ୍ସିଡି ନିଅନ୍ତୁ ।

କେତେ ଦିନରେ ମିଳିବ ଲାଭ ?

ଉଲ୍ଲେଖଯୋଗ୍ୟ ଯେ ଏହି ଚାଷକୁ ପ୍ରସ୍ତୁତ ହେବାପାଇଁ 60 ରୁ 80 ଦିନ ଲାଗିଥାଏ । ବର୍ଷାଋତୁରେ କାକୁଡି ଚାଷ ଅଧିକ ହୋଇଥାଏ । ଏହି କାକୁଡି ଚାଷ ପାଇଁ ମାଟିର ପି. ଏଚ. 5.5ରୁ 6.8 ପର୍ଯ୍ୟନ୍ତ ଥିଲେ ଭଲ ବୋଲି କୁହାଯାଏ । କାକୁଡି ଚାଷକୁ ନଦୀ କିମ୍ବା ପୋଖରୀ କୂଳରେ ମଧ୍ୟ କରାଯାଇପାରିବ ।

କେତେ ଖର୍ଚ୍ଚ ହେବ ?

ଏଥିପାଇଁ ଆପଣ ସର୍ବପ୍ରଥମେ ଗୋଟିଏ ସେଡନେଟ ହାଉସ ତିଆରି କରିବେ । ୟୂପିର କୃଷକ ଦୁର୍ଗା ପ୍ରସାଦ ଜି ଏହି ଚାଷ ପାଇଁ ନିଜ ଜମିରେ ହିଁ ସେଡନେଟ ତିଆରି କରିଛନ୍ତି । ଏହାପରେ ସେ ନିଦରଲ୍ୟାଣ୍ଡରୁ 72 ହଜାର ଟଙ୍କାର ମଞ୍ଜି ମଗାଇଲେ । ମଞ୍ଜି ଲଗାଇବାର 4 ମାସ ପରେ ସେ 8 ଲକ୍ଷ ଟଙ୍କାର କାକୁଡି ବିକ୍ରି କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଦୁର୍ଗା ପ୍ରସାଦ ଜି ସରକାରଙ୍କ ଠାରୁ 18 ଲକ୍ଷ ଟଙ୍କା ଋଣ ନେଇଥିଲେ ।

ଏହି ଚାଷର ବିଶେଷତା ଏହା ଯେ ଏଥିରେ ମଞ୍ଜି କମ୍ ହୋଇଥାଏ ଏବଂ ଏଥିପାଇଁ ଏହାକୁ ଅଧିକ ପସନ୍ଦ କରାଯାଏ । ଏହି କାରଣରୁ ଏହାର ମୂଲ୍ୟ ମଧ୍ୟ ଦେଶୀ କାକୁଡି ତୁଳନାରେ ଅଧିକ ହୋଇଥାଏ । ଏହି କାକୁଡି କିଲୋ ପ୍ରତି 40 ରୁ 45 ଟଙ୍କା ହିସାବରେ ବିକ୍ରି ହୋଇଥାଏ । ଏହାର ଡିମାଣ୍ଡ ମଧ୍ୟ ବର୍ଷସାରା ରହିଥାଏ ।

Leave A Reply

Your email address will not be published.