ଆଇପିଏଲ 2022: ଲଗାତାର ଅଷ୍ଟମ ପରାଜୟ ପରେ ଏହି 3 ଜଣ ଖେଳାଳିଙ୍କୁ କ୍ଷମା କରିବେ ନାହିଁ ରୋହିତ ଶର୍ମା, ଦଳରୁ କରିଦେବେ ବାହାର !

0

Get real time updates directly on you device, subscribe now.

ଆଇପିଏଲ 2022 ର 37ତମ ମ୍ୟାଚରେ ଲକ୍ନୌ ସୁପର ଜାଏଣ୍ଟ ମୁମ୍ବାଇ ଇଣ୍ଡିଆନ୍ସକୁ 36 ରନରେ ହରାଇ ଦେଇଛି। ମୁମ୍ବାଇର ଏହା ଲଗାତାର ଅଷ୍ଟମ ପରାଜୟ ଥିଲା। ଏହାସହ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ରେସ ରୁ ବାଦ ପଡ଼ିସାରିଛି। ମୁମ୍ବାଇ ପାଇଁ ଏହି ତିନିଜଣ ଖେଳାଳି ବହୁତ ଖରାପ ପ୍ରଦର୍ଶନ କରିଥିଲେ। ବୋଧହୁଏ ରୋହିତ ଶର୍ମା ଏହି ଖେଳାଳି ମାନଙ୍କୁ ଆଗାମୀ ମ୍ୟାଚରେ ମୌକା ଦେଇପାରନ୍ତି।

1. ଇଶାନ କିଶାନ

ଇଶାନ କିଶାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନିଲାମୀରେ ସବୁଠାରୁ ମହଙ୍ଗା ଦରରେ କିଣିଥିଲା କିନ୍ତୁ ସେ ନିଜ ବ୍ୟାଟିଂରେ ସମସ୍ତଙ୍କୁ ନିରାଶ କରୁଛନ୍ତି। ଓପନର ରୂପରେ ସେ ଦଳକୁ ଶାନଦାର ପ୍ରାରମ୍ଭ ଦେଇ ପାରୁନାହାଁନ୍ତି। ଯାହାଦ୍ୱାରା ଆଗାମୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପଡିଯାଉଛି। ସେ ରନ ବନାଇବା ତ ଦୂରର କଥା କିନ୍ତୁ କ୍ରିଜ ଉପରେ ଛିଡ଼ା ହେବାର ସକ୍ଷମ ନାହିଁ। ଲକ୍ନୌ ସୁପର ଜାଏଣ୍ଟ ବିପକ୍ଷରେ ସେ 20 ଟି ବଲରୁ ମାତ୍ର 8 ରନ କରି ପାରିଥିଲେ। ଏମିତିରେ ଅଧିନାୟକ ରୋହିତ ଶର୍ମା ତାଙ୍କୁ ଆଗାମୀ ମ୍ୟାଚରେ ସୁଯୋଗ ଦେଇନପାରନ୍ତି।

2. ଜୟଦେବ ଉନାଦକଟ

ଜୟଦେବ ଉନାଦକଟଙ୍କ ବଲରେ ସେହି ଯାଦୁ ଦେଖିବାକୁ ମିଳୁନାହିଁ ଯେଉଁଥିପାଇଁ ସେ ଜଣାଯାଆନ୍ତି। ସେ ବହୁତ ଖରାପ ଫର୍ମରେ ଚାଲୁଛନ୍ତି। ବିରୋଧୀ ଟିମର ବ୍ୟାଟ୍ସମ୍ୟାନ ତାଙ୍କ ବିରୁଦ୍ଧରେ ବହୁତ ରନ ବନାଉଛନ୍ତି। ଆଇପିଏଲ 2022 ରେ ସେ ବିଲକୁଲ ନଜର ଆସୁନାହାନ୍ତି। ଲକ୍ନୌ ସୁପର ଜାଏଣ୍ଟ ବିପକ୍ଷରେ ସେ 36 ରନ ଦେଇ ଗୋଟିଏ ଉଇକେଟ ମଧ୍ୟ ପାଇନଥିଲେ।

3. ରିଲେ ମେରେଡିଥ

ରିଲେ ମେରେଡିଥ ମୁମ୍ବଇ ଇଣ୍ଡିଆନ୍ସ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେ ନିଜ ଓଭରରେ ବହୁତ ରନ ବ୍ୟୟ କରିଥିଲେ। ଲକ୍ନୌ ସୁପର ଜାଏଣ୍ଟ ବିପକ୍ଷରେ ସେ ନିଜର 4 ଓଭରରୁ 40 ରନ ବ୍ୟୟ କରିଥିଲେ। ସେ ରନ ଅଟକାଇବାରେ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ ନଜର ଆସିଥିଲେ। ରିଲେଙ୍କ ବୋଲିଂରେ ସେହି ଗତି ଦେଖା ଯାଇନଥିଲା ଯେଉଁଥିପାଇଁ ସେ ଖାଆସ ଜଣାଯାଆନ୍ତି। ଲଗାତାର ଅଷ୍ଟମ ପରାଜୟ ପରେ ମୁମ୍ବଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାହାରି ସାରିଛି। ଆଗାମୀ ମ୍ୟାଚରେ ରୋହିତ ମେରେଡିଥଙ୍କ ସ୍ଥାନରେ କାହାକୁ ସ୍ଥାନ ଦେଉଛନ୍ତି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.