ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣକ ଦେବେ ଦଶମ ବୋର୍ଡ ପରୀକ୍ଷା,11 ବର୍ଷ ଝିଅର ପ୍ରତିଭା ଦେଖି ଶିକ୍ଷକମାନେ ମଧ୍ୟ ଆଶ୍ଚର୍ଯ୍ୟ !

0

Get real time updates directly on you device, subscribe now.

ଯଦି ଜଣଙ୍କ ପାଖରେ ଅତ୍ୟଧିକ ପ୍ରତିଭା ଥାଏ, ତେବେ ସେ ବଡ ବଡ ବାଧାଗୁଡ଼ିକୁ ପାର କରି ବାହାରି ଆସିଥାଏ । ଛତିଶଗଡର ବାଲୋଦର ବାସିନ୍ଦା 11 ବର୍ଷୀୟ କୃଷକଙ୍କ ଝିଅର ପ୍ରତିଭା ଏପରି କିଛି କରି ଦେଖାଇଛି । ଗାଁରେ ରହି ପଢ଼ୁଥିବା ଏହି ଝିଅର ପ୍ରତିଭାକୁ ଦେଖି ତାଙ୍କ ଶିକ୍ଷକ ମଧ୍ୟ ଆଶ୍ଚର୍ଯ୍ୟ । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଏହି ଝିଅ ନିଜ ପ୍ରତିଭା ବଳରେ ଦଶମ ବୋର୍ଡ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି । ତାଙ୍କ ଆବେଦନ ପରୀକ୍ଷା ବୋର୍ଡ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।

ଅନନ୍ୟ ପ୍ରତିଭାର ଧନୀ ଏହି 11 ବର୍ଷୀୟ ଛାତ୍ରୀଙ୍କ ନାମ ହେଉଛି ନରଗିସ ଖାନ । ଗାଁରେ ରହି ପାଠ ପଢୁଥିବା କୃଷକଙ୍କ ଝିଅ KG 1 ରୁ ନେଇ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷାରେ ସବୁବେଳେ ପ୍ରଥମ ସ୍ଥାନରେ ରହି ଆସିଛନ୍ତି । ବର୍ତ୍ତମାନ ଷଷ୍ଠ ଶ୍ରେଣୀର ନରଗିସ 10 ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଚାହୁଁଛନ୍ତି ।

ବାପା ନିଜ ଝିଅର ବଢାଇଲେ ସାହାସ :-

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନରଗିସ ଖାନ ପିଏସସି ଟପର ହେବାକୁ ଚାହୁଁଛନ୍ତି । ଯେତେବେଳେ ଝିଅଟି ନିଜ ବାପାଙ୍କୁ ପରୀକ୍ଷା ଦେବାର ଅନୁମତି ଦେବାକୁ କହିଲା, ସେତେବେଳେ କୃଷକ ବାପା ଝିଅ ନରଗିସ ଖାନଙ୍କ ସ୍ବପ୍ନକୁ ପୁରା କରିବାପାଇଁ ସହମତି ପ୍ରକାଶ କଲେ । ତାଙ୍କ ବାପା କହିଛନ୍ତି ଏହା ତାର ସାହାସ ଏବଂ ଆତ୍ମଚେଷ୍ଟ ଅଟେ, ଯେଉଁଥିପାଇଁ ସେ ନିଜ ଘରଠାରୁ ପ୍ରାୟ 10 କିଲୋମିଟର୍ ବାଟ ଅତିକ୍ରମ କରି ଜିଲ୍ଲା ମୁଖ୍ୟାଳୟ ବାଲୋଦକୁ ପାଠ ପଢ଼ିବାପାଇଁ ଯାଆନ୍ତି ।

ପ୍ରତିଭା ଦେଖି ଶିକ୍ଷକ ଆଶ୍ଚର୍ଯ୍ୟ :-

ନରଗିସ ଖାନଙ୍କ କଥା ଶୁଣି ବାପା ଖୁସି ହୋଇଗଲେ ଏବଂ ସେ ତାଙ୍କ ସ୍କୁଲ ଶିକ୍ଷକଙ୍କ ସହିତ କଥା ହେବାକୁ ପହଞ୍ଚି ଗଲେ । ସେ ଝିଅର ପ୍ରତିଭାକୁ ଆକଳନ କରିବାକୁ ଅନୁରୋଧ କଲେ । ଶିକ୍ଷକମାନେ ମଧ୍ୟ ତାର ପାଠ ପଢ଼ିବାର ଶୈଳୀ ଏବଂ ତାର କ୍ୟାଚିଙ୍ଗ ପାୱାରକୁ ବୁଝିଲେ ଏବଂ ବାପା ଫିରୋଜ ଖାନଙ୍କୁ ପରବର୍ତ୍ତୀ ପ୍ରୋସେସ ବିଷୟରେ କହିଲେ । ଏହାପରେ ଫିରୋଜ ଖାନ ଡିଇଓ ବାଲୋଦଙ୍କୁ ନିଜ ଝିଅକୁ ଦଶମ ବୋର୍ଡ ପରୀକ୍ଷାରେ ସାମିଲ କରିବାକୁ ଆବେଦନ କଲେ ।

ନରଗିସ କହିଛନ୍ତି ଯେ ସେ ଇଣ୍ଟରନେଟରେ ବହୁତ୍ କିଛି ସର୍ଚ୍ଚ କଲେ । ଯେତେବେଳେ ସେ ବହୁତ୍ ଲୋକଙ୍କ ବିଷୟରେ ପଢ଼ିଲେ ଏବଂ ଦେଖିଲେ, ସେତେବେଳେ ତାଙ୍କୁ ନିଜ ପ୍ରତିଭା ବିଷୟରେ ଜଣାପଡ଼ିଲା । ସେ କହିଛନ୍ତି ୟଙ୍ଗେଷ୍ଟ ୟୁପିଏସସି ଟପର ମଧ୍ୟ ହୋଇପାରିବେ, ତେବେ ମୁଁ କାହିଁକି ହୋଇପାରିବି ନାହିଁ । ଏହା ଭାବି ପ୍ରସ୍ତୁତି ଆରମ୍ଭ କରିଦେଲି ।

ମାଧ୍ୟମିକ ଶିକ୍ଷା ବୋର୍ଡରେ ପହଞ୍ଚିଲା ଆବେଦନ :-

ଆବେଦନ ପରେ ଡିଇଓ ନରଗିସଙ୍କୁ 2022-23 ଅଧିବେଶନରେ ଦଶମ ପରୀକ୍ଷାରେ ସାମିଲ କରିବାପାଇଁ ନିର୍ଦ୍ଦେଶାଳୟକୁ ଏକ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ ବୋର୍ଡ ପରୀକ୍ଷାରେ ବସିବାକୁ ଅନୁମତି ମାଧ୍ୟମିକ ଶିକ୍ଷା ବୋର୍ଡରୁ ମିଳିଥାଏ । ଯେଉଁଠାରେ ଏକ ଆବେଦନକୁ ବିଚାର କରିବାକୁ ଗୋଟିଏ ବୋର୍ଡ ବସିବ ଏବଂ ଛାତ୍ରୀଙ୍କ IQ ଟେଷ୍ଟ ହେବା ପରେ ହିଁ ଏହାକୁ ଅନୁମତି ଦେବା ଉପରେ ବିଚାର କରିବ | DEO ମଧ୍ୟ ଶିକ୍ଷକମାନଙ୍କ ମୂଲ୍ୟାଙ୍କନ ଉପରେ ସ୍ୱୀକାର କରିଛନ୍ତି ଯେ ନରଗିସ ଖାନ ବହୁତ ଟାଲେଣ୍ଟଡ ।

Leave A Reply

Your email address will not be published.