ଏକ ଛୋଟ ପିଲାର ଜୀବନ ନେଇଗଲା କ୍ଷୀର ବୋତଲ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ମୃତ୍ୟୁ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର କାସଗଞ୍ଜ ଅଞ୍ଚଳରୁ ଏକ ହୃଦୟ ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଗୋଟିଏ ଶିଶୁ ବୋତଲରେ କ୍ଷୀର ପିଉଥିବା ସମୟରେ ମୃତ୍ୟୁ ବରଣ କରିଛି ଓ ସେ ପରିବାରର ଏକମାତ୍ର ସନ୍ତାନ ମଧ୍ୟ ଥିଲା। ତିନୋଟି ଝିଅ ପରେ ସେ ଏକମାତ୍ର ପୁତ୍ର ଥିଲେ। କିନ୍ତୁ ପରିବାରର ଖୁସି ବହୁତ ସମୟ ରହିନଥିଲା ଓ ଅଚାନକ ଦୁଃଖର ପାହାଡ଼ ତାଙ୍କ ଉପରେ ପଡ଼ିଗଲା।

ପିଲାଟିର ଗଳାରେ ଫସିଲା ନିପଲ:-

ପିଲାଟି କ୍ଷୀର ପିଇବା ସମୟରେ ବୋତଲର ନିପଲ ଗଳାରେ ଫସିଯିବାରୁ ମୃତ୍ୟୁ ହୋଇଗଲା। କଅଁଳା ପିଲାଟିର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଏହି ପିଲାଟି ନିଜ କୂଳର ନନ୍ଦନ ଥିଲା। ତିନୋଟି ଝିଅ ପରେ ଚରଣ ସିଂହଙ୍କ ଘରକୁ ଏକ ପୁତ୍ର ସନ୍ତାନ ଆସିଥିଲା। ଏହିପରି ଭାବରେ ପୁତ୍ର ରୋହିତର ମୃତ୍ୟୁ ପରେ ଘର ଲୋକଙ୍କୁ ବଡ଼ ଝଟକା ଲାଗିଥିଲା। ପିଲାଟିର ମାଆ କାନ୍ଦି କାନ୍ଦି ଅବସ୍ଥା ଖରାପ କରିସାରିଲେଣି।

କ୍ଷୀର ପିଇବା ସମୟରେ ଘଟିଲା ଏହି ଦୁର୍ଘଟଣା:-

ସୂଚନା ମୁତାବିକ ବିଜୟ ନଗର ଗ୍ରାମ ନିବାସୀ ଚରଣ ସିଂହଙ୍କ ଦେଢ଼ ବର୍ଷର ପୁଅ ଗୁରୁବାର ଦିନ ସନ୍ଧ୍ୟାରେ ବୋତଲରେ କ୍ଷୀର ପିଉଥିଲା। କ୍ଷୀର ପିଇବାର କିଛି ସମୟ ପରେ ବୋତଲର ନିପଲ ଖସିଯାଇ ପିଲାଟିର ଗଳାରେ ଅଟକି ଯାଇଥିଲା ଓ ପିଲାଟିର ଶ୍ବାସକ୍ରିୟା ଅଟକିଗଲା ଓ ସେ ଛାଟିପିଟି ହୋଇଥିଲା। ଚିଲାଇବା ଶୁଣି ଲୋକେ ଧାଇଁ ଆସିଥିଲେ ଓ ପିଲାଟିର ପାଟି ଖୋଲି ଦେଖିବାପରେ ନିପଲଟି ଗଳାରେ ଅଟକି ଯାଇଥିଲା। ପରିଜନ ନିପଲଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ଫାଇଦା ହୋଇନଥିଲା।

ନିପଲ ବାହାରିବା ପରିବର୍ତ୍ତେ ଆହୁରି ଗଳା ଭିତରକୁ ଚାଲିଗଲା। ଏମିତିରେ ଘରଲୋକେ ପିଲାଟିକୁ ଡାକ୍ତରଖାନା ନେଉଥିବା ସମୟରେ ବାଟରେ ହିଁ ପିଲାଟି ପ୍ରାଣଛାଡ଼ି ଦେଇଥିଲା। ପିଲାଟିର ମୃତ୍ୟୁରେ ଘରଲୋକେ ଭାରି ମନରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ।

ଡ଼କ୍ଟର କଣ କହିଲେ ?:-

ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼କ୍ଟର ବିକାସ ଭାରତୀଙ୍କ କହିବା ହେଲା ବୋତଲରେ ଶିଶୁଙ୍କ କ୍ଷୀର ପାନ କରାଇବା ତାଙ୍କ ସ୍ୱାସ୍ଥ୍ୟ ପକ୍ଷେ ଭଲନୁହେଁ। ସାଧାରଣତଃ କିଛିଲୋକ ପିଲାଟିର ମୁହଁରେ ବୋତଲ ଲଗାଇ ଛାଡ଼ି ଦିଅନ୍ତି ଯାହାକି ବହୁତ ହାନିକାରକ ଅଟେ। ଆଶଙ୍କା ଏଥିରେ ଲାଗି ରହିଥାଏ। ସେଥିପାଇଁ ଛୋଟ ପିଲା ଉପରେ ଘର ଲୋକଙ୍କର ସଚେତନତା ସର୍ବଦା ରହିବା ଉଚିତ କାରଣ ଏହି ଛୋଟ ପିଲାଙ୍କ ଜୀବନକୁ ସବୁବେଳେ ଶଙ୍କା ଲାଗି ରହିଥାଏ। ପିଲାଟିର ମୃତ୍ୟୁରେ ଘର ଲୋକେ ଶୋକରେ ଭାଙ୍ଗି ପଡ଼ିଛନ୍ତି।

Leave A Reply

Your email address will not be published.