ବିରାଟ କୋହଲିଙ୍କୁ ଫ୍ୟାନଙ୍କ ଖୋଲା ଚିଠି : ଏବେ ବହୁତ ହୋଇଗଲା ବିରାଟ…. ପଢନ୍ତୁ ଚିଠିରେ କଣ କଣ ଲେଖା ହୋଇଛି !

0

Get real time updates directly on you device, subscribe now.

ପ୍ରିୟର ବିରାଟ ଭାଇ, ତୁମେ ଏହି ଇଣ୍ଡିଆନ ପ୍ରିମିୟର ଲିଗ ଓ ମୁମ୍ବାଇର ଉତ୍ତପ୍ତ ଗରମ ଭିତରେ ଜାରି ରହିଥିବା ଆଇପିଏଲ ମ୍ୟାଚ ଖେଳୁଛ ଏହି ସମୟରେ କରୋନା ସାଙ୍ଗକୁ ଆଇସୋଲେସନ ମଧ୍ୟ ତୁମକୁ ସାମ୍ନା କରିବାକୁ ପଡୁଛି। ତୁମେ ନିଜ ପରିବାର ଓ ବନ୍ଧୁବର୍ଗଙ୍କୁ ମଧ୍ୟ ଛାଡ଼ି ଆଇପିଏଲ ଖେଳୁଛ। ଯାହାକି ବହୁତ ଭଲ କଥା।

କିନ୍ତୁ ଏହି ଆଇପିଏଲ ସିଜିନରେ ତୁମ ବ୍ୟାଟିଂରେ ଯାହା ହେଉଛି ତାହା ଦେଖିବାକୁ ଇଛା ହେଉନି। ଲଗାତାର ଦୁଇଟି ମ୍ୟାଚରେ ଗୋଲଡେନ ଡକ ରେ ଆଉଟ ହେବା କୌଣସି ବ୍ୟାଟ୍ସମ୍ୟାନ ପାଇଁ ସହଜ କଥା ନୁହେଁ। ଖାଆସ କରି ଆପଣଙ୍କ ଭଳି ବ୍ୟାଟ୍ସମ୍ୟାନ ପାଇଁ ତ ବିଲକୁଲ ନୁହେଁ। ଆମେ କ୍ରିକେଟ ଫ୍ୟାନ ଅଟୁ, ଆଲୋଚକ ମଧ୍ୟ ଅଟୁ, ଆମକୁ ଦୁଃଖ ହେଉଛି କିନ୍ତୁ ମୁଁ ଜାଣିଛି ଆମ ଠାରୁ ବହୁତ ଯନ୍ତ୍ରଣା ତୁମକୁ ହେଉଛି।

ଏହା କେବଳ ଏହି ଆଇପିଏଲରେ ନୁହେଁ, ଏହି ଧାରା 2019 ମସିହାରୁ ଚାଲି ଆସୁଛି। ଯେତେବେଳେ ତୁମେ ନିଜର ଶେଷ ଅନ୍ତରାଷ୍ଟ୍ରୀୟ ଶତକ ମାରିଥିଲ। ଆପଣଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା ଯେତେବେଳେ ସେତେବେଳେ ତୁମେ ଶତକର ଲାଇନ ଲଗାଇ ଦେଇଥିଲା। ପ୍ରତ୍ୟେକ କହିଲେ ଏ ବ୍ୟକ୍ତି ଜଣକ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିବ କିନ୍ତୁ ମୁଁ ବିଶ୍ବାସ କରୁନଥିଲି କିନ୍ତୁ ତୁମେ ତାହା କରି ଦେଖାଉଥିଲା ଯାହାଦ୍ୱାରା ସମସ୍ତଙ୍କ ମନରେ ଏହି ବିଶ୍ବାସ ଭରିଗଲା।

2019 ରୁ 2022 ଭିତରେ ଯାହା ହେଲା ଏହା ଆମ ଧାରଣାକୁ ବଦଳାଇ ଦେଲା। ଆମେ ଜାଣିବାକୁ ପାଇଲୁ ଗୋଟେ ଜିନିଷ ସର୍ବଦା ସେମିତି ରୁହେନାହିଁ। ସକାଳ ଅଛି ତ ସନ୍ଧ୍ୟା ଯେମିତି ହେଲେ ଆସିବ। ଠିକ ସେହିପରି ଗୋଟିଏ ଖେଳାଳି ଭଲ ଫର୍ମରେ ଚାଲୁଛି ତ ଦିନେ ନା ଦିନେ ସେ ଖରାପ ଫର୍ମର ସାମ୍ନା ମଧ୍ୟ କରିବ। ଏଥିରେ ଆପଣଙ୍କ ଫ୍ୟାନଙ୍କୁ ମଧ୍ୟ ବହୁତ ଦୁଃଖ ହେଉଛି।

ଏହାସହ ଅଧିନାୟକ ପଦ ଯିବାପରେ ସେହିପରି ଜୋସ ଓ ଆଗ୍ରେସନ ଆଉ ଦେଖିବାକୁ ମିଳୁନାହିଁ କାରଣ ରନ ପାଇଁ ଏବେ ବହୁତ ଭୋକରେ ରହିଛନ୍ତି ବିରାଟ। ବିରୋଧୀ ଟିମ ପଛରେ ପଡିଯାଇଥିବା ବିରାଟ କୋହଲି ବର୍ତ୍ତମାନ ନଜର ଆସୁନାହାଁନ୍ତି। ଖରାପ ଫର୍ମ ଠାରୁ ସବୁଠାରୁ ଦୁଃଖର ବିଷୟ ଏହାକି ଯେ, ଯେଉଁ କିଙ୍ଗ କୋହଲିଙ୍କୁ ଆମେ ପୂର୍ବରୁ ଜାଣିଆସୁଛୁ, ସେ ବର୍ତ୍ତମାନ ହଜି ଯାଇଛନ୍ତି।

ଆପଣଙ୍କ ସହିତ ଲମ୍ବା ସମୟ ଧରି ଭାରତୀୟ ଟିମରେ ରହିସାରିଥିବା ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଓ କିଛି ପୂର୍ବ କ୍ରିକେଟର କହୁଛନ୍ତି କି, ଆପଣଙ୍କୁ କ୍ରିକେଟରୁ ଏକ ବିଶ୍ରାମ ଦରକାର। କିନ୍ତୁ ତୁମେ ଗୋଟିଏ ସିରିଜର ତ ବିଶ୍ରାମ ନେଉଛ କିନ୍ତୁ ତାହା ମଧ୍ୟରେ କୌଣସି ଏକ ଆଡ଼ କରିବାରେ ବ୍ୟସ୍ତ ହୋଇପଡ଼ୁଛ। ମୋତେ ଲାଗୁଛି ଆପଣ ସେହି ସିନିୟରଙ୍କ କଥା ମାନି କିଛି ସମୟ ବିଶ୍ରାମ ନେଇଗଲେ ବହୁତ ଭଲ ହୁଅନ୍ତା।

କ୍ରିକେଟ ମୈଦାନ ବାହାରେ ଓ ଆଡ଼ ଫିଲ୍ମ ଠାରୁ ବାହାରେ ରହି ଆପଣଙ୍କୁ ନିହାତି ରୂପରେ ଏକ ବ୍ରେକ ନେବାକୁ ହେବ। ଯେଉଁଠାରେ କେବଳ ଆପଣ ଓ ଆପଣଙ୍କ ପତ୍ନୀ, ଝିଅ ଓ ପରିବାର ରହିଥିବ। ନାଲୋକଙ୍କ ନଜରରେ ନା ଆମ ଭଳି ଫ୍ୟାନଙ୍କ ନଜରରେ ଯିଏକି ସର୍ବଦା ଆପଣଙ୍କ ଆକ୍ସନକୁ ନଜରରେ ରଖୁଛନ୍ତି ତାଙ୍କ ସାମ୍ନାକୁ ଆସିବାକୁ ହେବ। ବାସ ଏହି କିଛି ସମୟର ବ୍ରେକ ଆପଣଙ୍କ ହୁଏତ ମନୋବଳ ବଢାଇବା ସହିତ ଆପଣଙ୍କ ଫର୍ମ ଆଣିଦେବ ଯାହାକି ଭାରତୀୟ ଦଳ ପାଇଁ ଏହା ସଞ୍ଜୀବନୀ ବୁଟି ଭଳି କାମ ଦେବ। ଏମିତିରେ ତ କଥାରେ ଅଛି ସିଂହ ଯେତେବେଳେ ଦୁଇପାଦ ପଛକୁ ପକାଏ ସେତେବେଳେ ସେ ହାରି ଯାଏନାହିଁ ବରଂ ନିଜର ଶିକାରକୁ ପାଇବାପାଇଁ ପ୍ରସ୍ତୁତି କରୁଥାଏ।

ଏହି ବ୍ରେକ କଥା ଏମିତି ସାମ୍ନାକୁ ଆସିନାହିଁ। ଏହି ଆଇପିଏଲରେ ଏବେପର୍ଯ୍ୟନ୍ତ ଆପଣ 8 ମ୍ୟାଚରେ 119 ରନ ବନାଇଛନ୍ତି। ଯଦି ସବୁ ପାଳି କଥା ଦେଖିବା ତାହେଲେ 41*,12,5,48,1,12,0,0 ସ୍କୋର ରହିଛି। ପ୍ରଥମ ମ୍ୟାଚରେ ଆପଣ ରନ ବନାଇବା ପାଇଁ ଦେଖିଥିଲ ଯେଉଁଥିରେ ଲାଗିଥିଲା କି, ଏହିଥର ଇତିହାସ ରଚାଯିବ। କିନ୍ତୁ ରହ ହୋଇନଥିଲା ଓ ସବୁକିଛି ଏଥର ବଦଳିଗଲା। ଆଉ କୌଣସି ଆନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ ସହିତ ଏମିତି ହେବ ତାହା ଅଲଗା କଥା କିନ୍ତୁ ଆପଣ ଯେମିତି ଆଉଟ ହେଉଛନ୍ତି ଏହାର ଟେକନିକ ବହୁତ ଅଲଗା।

ଅଧିନାୟକ ପଦରୁ ହଟିବା ପରେ ସୁଦ୍ଧା ଆପଣଙ୍କ ଫ୍ୟାନ୍ସ ଆପଣଙ୍କୁ ଲିଡ଼ର ମାନିଛନ୍ତି। ଆପଣ ଅଧିନାୟକ ନୁହଁନ୍ତି କିନ୍ତୁ ଆପଣ ଗ୍ରୁପରେ ଜଣେ ଲିଡ଼ର ଅଟନ୍ତି ଏବଂ ଦଳର ସବୁଠାରୁ ସିନିୟର ପ୍ଲେୟାର ଅଟନ୍ତି। ଏହି ସମୟରେ ଯଦି ସେହି ଖେଳାଳିକୁ ସେମାନେ ଏହିପରି ଦେଖିବେ ତାହେଲେ ଦେଶର ଓ ଫ୍ୟାନ୍ସ ମାନଙ୍କର ଆଗ୍ରହ ଓ ମନୋବଳ ଭାଙ୍ଗି ଯାଉଛି। ଆପଣ ଏମିତି କରନ୍ତୁ ନାହିଁ।

ଆଇପିଏଲ ମୋହ ମାୟାକୁ ଛାଡ଼ି ଦିଅନ୍ତୁ ଓ ପୂର୍ବ କ୍ରିକେଟରଙ୍କ ଉପଦେଶକୁ ମାନି ନେଇ ଆପଣ ଏକ ବ୍ରେକ ନେଇଯାଆନ୍ତୁ। ଆମ ସାମ୍ନାରେ ଆଗକୁ T-20 ବିଶ୍ୱକପ, ଦିନିକିଆ ବିଶ୍ୱକପ ଓ ଟେଷ୍ଟ ଚାମ୍ପିୟାନସିପ ରହିଛି। ଆମକୁ ଆପଣଙ୍କ ପୁରୁଣା ଅନ୍ଦାଜ ଦରକାର ଓ ଆପଣ ମଧ୍ୟ। କାରଣ ଏବେ ବହୁତ ହୋଇଯାଇଛି ଓ ଆମେ ଏମିତି ବିରାଟ କୋହଲି ଦେଖି ପାରିବୁନାହିଁ।

ଏବେ ଏପ୍ରିଲ 24 ତାରିଖରେ ରାଷ୍ଟ୍ରକବି ରାମଧାରୀ ସିଂହ ଦିନକରଙ୍କ ପୁଣ୍ୟତିଥି ଥିଲା। ତାଙ୍କର ଏକ ଲେଖା ରଶ୍ମିରଥୀ ଲୋକଙ୍କୁ ଏକ ନୂଆ ପ୍ରେରଣା ଦେଇଥାଏ। ଏଥିରେ ଏକ ଲେଖା ଅଛି ଯେତେବେଳେ ମହାଭାରତରେ କର୍ଣ୍ଣଙ୍କ ଠାରୁ ସବୁକିଛି ଛଡ଼ାଇ ନିଆଯାଇଥାଏ କିନ୍ତୁ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥାଆନ୍ତି ଓ କାହାକୁ ଡରିନଥାନ୍ତି। ସେତେବେଳେ କର୍ଣ୍ଣ ନିଜ ଅବସ୍ଥା ବିଷୟରେ କହିଥିଲେ।

‘କବଚ କୁଣ୍ଡଳ ଗୟା; ପର ପ୍ରାଣ ତୋ ହେ,

ଭୁଜା ମେ ଶକ୍ତି, ଧନୁ ପର ବାଣ ତୋ ହେ,

ଗୟି ଏକଗ୍ନି ତୋ ସବ କୁଛ ଗୟା କ୍ୟା ?

ବଚା ମୁଝମେ ନହିଁ କୁଛ ନୟା କ୍ୟା?

ସମର କି ସୁରତା ସାକାର ହୁଁ ମେ,

ମହା ମାରତଣ୍ଡ କା ଅବତାର ହୁଁ ମେ

ବିଭୂଷଣ ବେଦ-ଭୂଷିତ କର୍ମ ମେରା,

କବଚ ହେ ଆଜ ତକ କା ଧର୍ମ ମେରା।

ଆପଣଙ୍କ ଧର୍ମ ଏହି କ୍ରିକେଟ ଖେଳ ଅଟେ ଓ ଆମକୁ ଆପଣଙ୍କ ଦରକାର ରହିଛି ବିରାଟ।

Leave A Reply

Your email address will not be published.