ସ୍ତ୍ରୀ କରାଇଲେ ସ୍ୱାମୀଙ୍କ ଦ୍ବିତୀୟ ବାହାଘର, ବରଯାତ୍ରୀରେ ଧୁମ ନାଚିଲେ ଓ ଶଉତୁଣୀକୁ ନେଇ ଘରକୁ ଆସିଲେ !

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର ବରେଲୀରୁ ହଇରାଣ କରି ଦେବାପରି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପତ୍ନୀ ନିଜ ପତିଙ୍କ ଦ୍ଵିତୀୟ ବିବାହ କରାଇଲେ। ମହିଳା ଜଣକ ଖୁସିରେ ନାଚୁଥିବାର ମଧ୍ୟ ସାମ୍ନାକୁ ଆସିଥିଲେ ଓ ଶେଷରେ ଶଉତୁଣୀକୁ ବିଦା କରି ଘରକୁ ନେଇଆସିଥିଲେ। ଯାହାକି ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କଥା ଏହାକି ଯେ, ବିବାହର ଚାରିବର୍ଷ ପରେ ଦମ୍ପତିଙ୍କର କୌଣସି ସନ୍ତାନ ନଥିଲେ। ସ୍ୱାମୀ ଏକ ସନ୍ତାନ ପାଇବାକୁ ଚାହୁଁଥିଲେ ଓ ପତ୍ନୀ ତାଙ୍କୁ ଦ୍ବିତୀୟ ବିବାହ କରିବାକୁ କହିଥିଲେ। ଏହି ବିବାହରେ ମହିଳାଙ୍କ ଘର ଲୋକେ ରାଜି ନଥିଲେ ଓ ସେ ଥାନାକୁ ଯାଇଥିଲେ କିନ୍ତୁ ମହିଳା ଜଣକ ନିଜ ସ୍ୱାମୀଙ୍କ ରକ୍ଷା କରି ଥାନାରେ ଏତଲା ଦେଇଥିଲେ କି, ମୋ ସହମତିରେ ମୋ ସ୍ୱାମୀ ଦ୍ଵିତୀୟ ବିବାହ କରୁଛନ୍ତି।

ବରେଲି ର ଫରିଦପୁରରେ ଗୋଟିଏ ପରିବାର ନିଜ ଝିଅର ବିବାହ ଚାରିବର୍ଷ ପୂର୍ବରୁ ଭାଗବନ୍ତପୁରର ଜଣେ ଯୁବକ ସହିତ କରିଥିଲେ। ପତି ଓ ପତ୍ନୀ ବହୁତ ଖୁସିରେ ରହୁଥିଲେ କିନ୍ତୁ ଚାରିବର୍ଷ ପର୍ଯ୍ୟନ୍ତ କୌଣସି ସନ୍ତାନ ନହେବାରୁ ସ୍ୱାମୀ ଦ୍ବିତୀୟ ବିବାହ କରିବାକୁ କହିଥିଲେ ଓ ସ୍ତ୍ରୀ ଏଥିରେ ରାଜି ହୋଇ ଅନୁମତି ଦେଇଥିଲେ।

ଏହାପରେ ସମ୍ପର୍କୀୟ ଓ ବନ୍ଧୁବର୍ଗ ମହିଳାଙ୍କ ଦ୍ବିତୀୟ ବିବାହ ପିଲିଭିତି ର ବିଲସଣ୍ଡାରେ ତୟ କଲେ। ବିଗତ ଗୁରୁବାର ଦିନ ଯୁବକ ବରଯାତ୍ରୀ ନେଇଗଲେ। ପିଲିଭିତି ରେ ବରଯାତ୍ରୀ ପହଞ୍ଚିବାପରେ ଲୋକେ ସ୍ୱାମୀ ସହିତ ସ୍ତ୍ରୀ କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ଗ୍ରାମ ଲୋକେ ଏହାକୁ ଜାଣିଲେ କି, ଯୁବକ ଦ୍ବିତୀୟ ବିବାହ କରିବାକୁ ଆସିଛନ୍ତି ତ ସେ ତତକ୍ଷଣାତ ପୋଲିସରେ ଖବର ଦେଇଥିଲେ।

ଫରିଦପୁର ଇନ୍ସପେକ୍ଟର ରାଜକୁମାରଙ୍କୁ ଯେତେବେଳେ ଏହା ବିଷୟରେ ପଚରାଗଲା ତ ସେତେବେଳେ ସେ କହିଥିଲେ, ଅଭିଯୋଗ ପରେ ଯାଞ୍ଚ ପାଇଁ ଟିମ ପଠାଯାଇଥିଲା ଓ ଏଥିରୁ ଜଣାପଡିଥିଲା କି, ପତ୍ନୀଙ୍କ ଆଦେଶ ଅନୁସାରେ ପତି ଦ୍ବିତୀୟ ବିବାହ କରୁଛନ୍ତି। ଏହାପରେ ପୋଲିସ ଏହି ବିବାହରେ କୌଣସି ହସ୍ତକ୍ଷେପ କରିନଥିଲା।

Leave A Reply

Your email address will not be published.