ଧ୍ୱଂସ ପାଇବ କି ପୃଥିବୀ ? ସାରା ବିଶ୍ୱବାସୀଙ୍କୁ ଭୟଭୀତ କଲା ନାସାର ଏହି ଗୋଟିଏ ମନ୍ତବ୍ୟ !

0

Get real time updates directly on you device, subscribe now.

ନାସାର ଗୋଟିଏମନ୍ତବ୍ୟ ଅନେକ ପ୍ରଶ୍ନ ନେଇ ଆସିଛି। ପୃଥିବୀ ପ୍ରତି ଏକ ବଡ ବିପଦ ମାଡି ଆସୁଥିବା କଥା କହିଛି ନାସା। ଆଉ ଏହି ବିପଦର ନାଁ ବର୍ଣ୍ଣାଡନେଲି-ବର୍ଣ୍ଣଷ୍ଟେନ(ମ/୨୦୧୪ ଟଘ୨୭୧)। ବହୁତ ଦ୍ରୁତ ଗତିରେ ଏହି ବିଶାଳ ଧୂମକେତୁ ପୃଥିବୀ ପୃଷ୍ଠ ଆଡକୁ ମାଡି ଆସୁଛି। ୧୨୮ କିଲୋମିଟର ବ୍ୟାସ ବିଶିଷ୍ଟ ଏହି ଧୂମକେତୁ ୟୁ ଏସ୍ ର ରଡ ଆଇଲ୍ୟାଣ୍ଡ ଠାରୁ ମଧ୍ୟ ବଡ ବୋଲି ଅନୁମାନ କରାଯାଇଛି। କେବଳ ସେତିକି ନୁହେଁ, ଏହାର ନ୍ୟକ୍ଲିୟସ ଅନ୍ୟ ଧୂମକେତୁ ଅପେକ୍ଷା ପ୍ରାୟ ୫୦ ଗଣ ଅଧିକ ହୋଇପାରେ। ସବୁଠାରୁ ଅଧିକ ଭୟ ସୃଷ୍ଟି କରୁଛିକି, ଏହା ଖୁବ ଦ୍ରୁତ ଗତିରେ ପୃଥିବୀ ଆଡକୁ ମାଡି ଆସୁଥିବାର ଦେଖିବାକୁ ମିଳିଛି। ହବଲ ସ୍ପେସ ଟେଲିସ୍କୋପ ଏହି ବିଶାଳ ଧୂମକେତୁକୁ ଚିହ୍ନଟ କରିଥିବା କଥା ନାସା କହିଛି।

ଏହାକୁ ନେଇ ବୈଜ୍ଞାନିକମାନଙ୍କର ମତ ଭୟକୁ ଆହୁରି ଦୁଇ ଗୁଣିତ କରିଦେଉଛି। ଯଦି ଏହି ଧୂମକେତୁ ପୃଥିବୀ ସହ ଧକ୍କା ହୁଏ, ତେବେ ଏହାର ପରିଣାମ କଣ ହେବ ଥରେ ଭାବି ଦେଖନ୍ତୁ । ପୃଥିବୀ ଧ୍ୱଂସ ହେବା ହିଁ ଏକମାତ୍ର ଫଳାଫଳ ହୋଇପାରେ। ଧୂମକେତୁର ଆକାର, ବେଗ ଏବଂ ଏହାର କମ୍ପୋଜିସନ। ଏହି ୩ଟି ଫ୍ୟାକ୍ଟରକୁ ନେଇ ନାସା ଏହି ଭୟଙ୍କର ସଂକେତ ଦେଇଛି। ପୃଥିବୀ ସହ ଧକ୍କା ହେଲେ ଏହା ମାତ୍ର କିଛି କ୍ଷଣ ମଧ୍ୟରେ ପୃଥିବୀକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରି ଦେବାର କ୍ଷମତା ରଖିଛି ଏହି ବିଶାଳ ଧୂମକେତୁ।

ତେବେ ଏହି ଧୂମକେତୁ ପୃଥିବୀର ଏକ ବିଲିୟନ ମାଇଲ ଦୂରରୁ ଅତିକ୍ରମ କରୁଛି ବୋଲି ଜଣାପଡିଛି। ଏହାବ୍ୟତୀତ ୨୦୩୧ ମସିହା ପୂର୍ବରୁ ଏହା ପୃଥିବୀର ନିକଟତର ହୋଇ ପାରିବ ନାହିଁ ବୋଲି ନାସାର ମନ୍ତବ୍ୟ ବିଶ୍ୱବାସୀମାନଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି। କିନ୍ତୁ ଏହାର ଗତିପଥ ପରିବର୍ତ୍ତନ ହୋଇଗଲେ ଏହାର ପରିଣାମ ଲୋକଙ୍କ ମନକୁ ବିଚଳିତ କରି ଦେଉଛି। ତେଣୁ ପୃଥିବୀ ସହ ଏହାର ଘର୍ଷଣ ନ ହେଲେ ବିଶ୍ୱ ପାଇଁ ଏହା ଆଶୀର୍ବାଦ ହୋଇଯିବ।

Leave A Reply

Your email address will not be published.