ଅଶୋକ ସାହୁଙ୍କ ସହିତ ମୋର ଭାଇ-ଭଉଣୀର ସମ୍ପର୍କ। ତାଙ୍କ ହାତରେ ମୁଁ ରାକ୍ଷୀ ପିନ୍ଧିଛି….

0

Get real time updates directly on you device, subscribe now.

ନିଜର ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ସିଲସିଲା ବେହେରାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ପାଉନାହିଁ। ସେ ରାଜଧାନୀ ଭୁବନେଶ୍ୱରରେ ଘୂରି ବୁଲୁଛନ୍ତି। ଆଉ ଖୋଲମ୍‌ଖୋଲା ସାମ୍ୱାଦିକଙ୍କୁ ସାକ୍ଷାତକାର ଭେଟ ଦେଉଛନ୍ତି। ନିଜର ସ୍ୱାମୀ ଆଣିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରୁଛନ୍ତି। ସେ କହିଛନ୍ତିକି, ଅଶୋକ ସାହୁଙ୍କ ସହ ମୋର ଭାଇ-ଭଉଣୀର ସମ୍ପର୍କ ଅଛି। ତାଙ୍କ ହାତରେ ମୁଁ ରାକ୍ଷୀ ବାନ୍ଧିଛି।

ଆଜି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସିଲ୍‌ସିଲା କହିଛନ୍ତିକି, ଅଶୋକ ସାହୁ କାହାରିକୁ ଆକ୍ରମଣ କରିନାହାନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଅଶୋକ ସାହୁ ଓ ମେତେ ନେଇ ମନଗଢ଼ା କାହାଣୀ ତିଆରି କରୁଛନ୍ତି। ମୋତେ ଓ ମୋ ପୁଅକୁ ନ ନେବା ପାଇଁ ଏପରି କାହାଣୀ ସବୁ କୁହାଯାଉଛି। କାରଣ ତାଙ୍କର ପରକୀୟା ପ୍ରୀତି ଅଛି। ଅଶୋକ ସାହୁଙ୍କ ସହ ମୋର ଭାଇ ଓ ଭଉଣୀର ସମ୍ପର୍କ ରହିଛି। ତାଙ୍କ ହାତରେ ମୁଁ ରାକ୍ଷୀ ବାନ୍ଧିଛି। ତାହାର ପ୍ରମାଣ ମୋ ପାଖରେ ଅଛି ବୋଲି ସିଲସିଲା ବେହେରା କହିଛନ୍ତି।

ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେବାକୁ ନେଇ ସିଲ୍‌ସିଲା ବେହେରା କହିଛନ୍ତିକି, ମୋ ବିରୁଦ୍ଧରେ ଯାହା ସବୁ ଅଭିଯୋଗ ଆସିଛି, ତାହା ସମ୍ପୂର୍ଣ୍ଣ ମିଛ ଅଟେ। କୌଣସି ହିନ୍ଦୁ ନାରୀ ଏପରି କରିପାରିବ ନାହିଁ। ଯଦି ମାରିବାର ଥିଲା, ତେବେ ୧୮ ବର୍ଷର ଦାମ୍ପତ୍ୟ ଜୀବନ ଭିତରେ କଣ ମାରି ପାରିନଥାନ୍ତି? ସୁପାରୀ ଦେବାର ଆବଶ୍ୟକତା କଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସିଲ୍‌ସିଲା ଆହୁରି କହିଛନ୍ତିକି, ଏହା ସବୁ ମନଗଢ଼ା କାହାଣୀ କହୁଛନ୍ତି। ୨୦୨୦ ମସିହାଠାରୁ ଆମେ ଅଲଗା ରହୁଛୁ। ଯେତେବେଳେ ସମାଜ ଓ ବନ୍ଧବାନ୍ଧବ କହିଲେ ସ୍ତ୍ରୀ ଓ ଛୁଆକୁ ପାଖକୁ ଆଣ, ସେତେବେଳେ ତାଙ୍କର ମୁଣ୍ଡକୁ ଏମିତି ବୁଦ୍ଧି ଆସିଛି। ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଯାଇ ଏମିତି ମନଗଢ଼ା କାହାଣୀ ସେ କହୁଛନ୍ତି। ସେ ଏମିତି କାହିଁକି କରିଲେ, ଏକଥା ମୁଁ ମଧ୍ୟ ବୁଝି ପାରୁ ନାହିଁ ବୋଲି ସିଲସିଲା କହିଛନ୍ତି।

Leave A Reply

Your email address will not be published.