ଧୀରେଧୀରେ ଖୋଲୁଛି ସିଲସିଲା ବେହେରାଙ୍କ ପୁରୁଣା କ୍ରାଇମ୍‌ ରେକର୍ଡ,ସାମ୍ନାକୁ ଆସିଲା ଏମିତି ଏକ ଅଭିଯୋଗ ………

0

Get real time updates directly on you device, subscribe now.

ସିଲସିଲା ବେହେରା ନିଜକୁ ସମାଜସେବୀର ପରିଚୟ ଦେଉଥିଲେ। ହେଲେ ବର୍ତ୍ତମାନ ସେ ଏକ ସାଙ୍ଘାତିକ ଅଭିଯୋଗରେ ଫସିଛନ୍ତି। ସେ ସୁପାରୀ ଦେଇ ସେ ନିଜର ଇଂଜିନିୟର ସ୍ୱାମୀ ବିନାୟକ ବେହେରାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହାକୁ ନେଇ ସିଲ୍‌ସିଲା ବେହେରା ଚର୍ଚ୍ଚାରେ ଥିବା ବେଳେ ସାମ୍ନାକୁ ତାଙ୍କର ପୁରୁଣା କ୍ରାଇମ୍‌ ରେକର୍ଡ ଆସିଛି।

ଅଭିଯୋଗରୁ ଜଣାପଡ଼ିଛିକି, ଅନୁଗୁଳରେ ରହୁଥିବା ଏକ ପରିବାରରେ ପାରିବାରିକ କଳହ ଲାଗି ରହିଥିଲା। ଏହାର ସମାଧାନ କରିବା ପାଇଁ ସିଲସିଲା ମଧ୍ୟସ୍ତି ସାଜିଥିଲେ। ନକଲି NHRC ଅଧ୍ୟକ୍ଷ ସାଜି ସଂପୃକ୍ତ ପରିବାରଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ସିଲସିଲା ଦାବି କରିଥିଲେ। ଟଙ୍କା ନଦେଲେ ମିଛ ମାମଲାରେ ଫସାଇ ଦେବାର ଧମକ ମଧ୍ୟ ଦେଇଥିଲେ। ସେତେବେଳେ ସିଲସିଲା ବ୍ୟବହାର କରିଥିବା ଗାଡ଼ିର ଫଟୋକୁ ସାଇତି ଅଭିଯୋଗକାରିଣୀ ଅଭିଯୋଗ ରଖିଛନ୍ତି।

ଏ ନେଇ ଗତ ୨୦୨୦ ମସିହାରେ ତାଳଚେର ଥାନାରେ ଏକ ଅଭିଯୋଗ ହୋଇଥିଲା। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଉକ୍ତ ପରିବାର ୨୦୨୧ ମସିହାରେ ଅନୁଗୁଳ ଏସପିଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ। ସବୁଆଡୁ ନିରାଶ ହେବା ପରେ ଉକ୍ତ ପରିବାର ହାଇକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ପରେ ହାଇକୋର୍ଟଙ୍କର ନିର୍ଦ୍ଦେଶ ଅନୁସାରେ ମାମଲାର ତଦନ୍ତ କରି ପୋଲିସ ସିଲସିଲାଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଥିଲା।

ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେବା ଓ ଡ୍ରାଇଭରକୁ ସ୍ୱାମୀର ପରିଚୟ ଦେଇ ସୁନ୍ଦରପଦାସ୍ଥିତ ଆପାର୍ଟମେଣ୍ଟରେ ଭଡ଼ାରେ ରହିବା ଭଳି ଅଭିଯୋଗ ଆସିବା ପରେ ରାଜଧାନୀରେ ଗଲା କିଛି ଦିନ ଧରି ବେଶ୍‌ ଚର୍ଚ୍ଚାରେ ଏହି ମହିଳା ଅଛନ୍ତି। ଏ ମାମଲାରେ ମଞ୍ଚେଶ୍ୱର ପୋଲିସ ମହିଳାଙ୍କର ପ୍ରେମିକ ଡ୍ରାଇଭର ଅଶୋକ ସାହୁକୁ ଗିରଫ କରିଥିବା ବେଳେ ସିଲସିଲା ଓ ଲକ୍ଷେ ଟଙ୍କାର ସୁପାରୀ ନେଇଥିବା ଦୁଇ ବ୍ୟକ୍ତିଙ୍କ ନିକଟରେ ପୋଲିସ ପହଞ୍ଚି ପାରିନି। ସିଲସିଲାଙ୍କର ଠିକଣା ପାଉନଥିବା ସମୟରେ ଗଣମାଧ୍ୟମକୁ ବୟାନ ଦେଇ ତାଙ୍କ ବିରୋଧରେ ସବୁ ଅଭିଯୋଗକୁ ସିଲ୍‌ସିଲା ବାଏଁ ବାଏଁ ଉଡାଉଛନ୍ତି। ସୁନ୍ଦରପଦା ଆପାର୍ଟମେଣ୍ଟରେ ରହୁଥିବା ସିଲସିଲା ନିଜ ନାମକୁ ପରିବର୍ତ୍ତନ କରି ଏଠାରେ ଛଦ୍ମ ନାମରେ ରହୁଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ତା’ ସହ ରାଜଧାନୀର ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱର ତାଙ୍କ ବିରୋଧରେ ଦୁଇ ଦୁଇଟି ମାମଲା ଥିବା କଥା ମଧ୍ୟ ଜଣାପଡ଼ିଛି। ତେଣୁ ଏହି ମହିଳାଙ୍କର କ୍ରାଇମ ରେକର୍ଡ ଏତିକି ନା ଆହୁରି ଖୋଲିବାକୁ ବାକି ଅଛି, ତାକୁ ନେଇ ବର୍ତ୍ତମାନ ଜୋରରେ ଚର୍ଚ୍ଚା ଧରିଛି।

Leave A Reply

Your email address will not be published.