ଏପଟେ ଆଇପିଏଲରେ ଧୋନୀ ବ୍ୟସ୍ତ,ସେପଟେ ମିଳିଲା ୨ ହଜାର କଡକ୍କନାଥ କୁକୁଡା,ଚିନ୍ତାରେ ଧୋନୀ…….

0

Get real time updates directly on you device, subscribe now.

ବର୍ତ୍ତମାନ ଆଇପିଏଲ୍‌ ପାଇଁ ମହେନ୍ଦ୍ର ସିଂ ଧୋନୀ ବ୍ୟସ୍ତ ଅଛନ୍ତି। ଏପଟେ ଧୋନୀଙ୍କର ଫାର୍ମକୁ ୨ ହଜାର କଡକ୍କନାଥ କୁକୁଡା ପଠାଯାଇଛି। ମଧ୍ୟପ୍ରଦେଶର ଏକ ସହକାରୀ ସଂସ୍ଥା ଧୋନୀଙ୍କର ଫାର୍ମକୁ ଏହି କୁକୁଡା ପଠାଇଛି। ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଏହି ଫାର୍ମ ରହିଛି। ଯାହାର ଦେଖାଶୁଣା ଧୋନୀ କରନ୍ତି। ଧୋନୀ ଏହି ଫାର୍ମ ପାଇଁ ୨ ହଜାର କୁକୁଡା ଚିଆଁର କଡକ୍କନାଥ କୁକୁଡାର ଅର୍ଡର ଦେଇଥିଲେ।

କଡକ୍କନାଥ କୁକୁଡା ପ୍ରଜାତିର କୁକୁଡା ଦେଖିବାକୁ କଳା ରଙ୍ଗର ହୋଇଥାନ୍ତି। ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଏହି ଫାର୍ମ ଅଛି। ୨୦୧୮ ମସିହାରେ ଛତିଶଗଡ ସହ ଆଇନଗତ ବିବାଦ ପରେ ମଧ୍ୟପ୍ରଦେଶକୁ ଏହି କୁକୁଡା ପାଇଁ ଜିଆଇ ଟ୍ୟାଗ ମିଳିଥିଲା। କଡକ୍କନାଥ କୁକୁଡାର ମାଂସ ଏବଂ ଅଣ୍ଡାର ଦାମ ଅନ୍ୟ କୁକୁଡା ତୁଳନାରେ ଅଧିକ ଅଟେ।

ଧୋନୀଙ୍କର ଫାର୍ମର ଜଣେ ଅଧିକାରୀ ୨ ହଜାର କଡକ୍କନାଥ କୁକୁଡା ପାଇଁ ଅର୍ଡର ଦେଇଥିଲେ। ଶୁକ୍ରବାର ଦିନ ଅର୍ଥାତ ଏପ୍ରିଲ ୨୨ ତାରିଖ ଦିନ ଏହି କୁକୁଡାକୁ ପଠାଯାଇଛି। ଆପଣ ଚାହିଁଲେ ଅନଲାଇନରେ ମଧ୍ୟ ଏହି କୁକୁଡାର ମାଂସକୁ ମଗାଇପାରିବେ। ଯାହାଦ୍ୱାରା ଜିଲ୍ଲାର ଆଦିବାସୀ ଲୋକମାନଙ୍କୁ ଲାଭ ମିଳିବ।

ଝାବୁଆ କୃଷି ବିଜ୍ୟାନ କେନ୍ଦ୍ରର ମୁଖ୍ୟ ଡାକ୍ତର ଆଇଏସ ତୋମରଙ୍କ କହିବା ଅନୁସାରେ, ଗତ କିଛିମାସ ପୂର୍ବେ ଏହାର ଅର୍ଡର ଦିଆଯାଇଥିଲା। କିନ୍ତୁ ସେତେବେଳେ ବାର୍ଡଫ୍ଲୁ ପାଇଁ ସପ୍ଲାଏ ଆଦୌ ହୋଇପାରିନଥିଲା। ଧୋନୀ ରୁଣ୍ଡିପାଡା ଗାଁରେ ଥିବା ସହକାରୀ ସଂସ୍ଥା ପରିଚାଳନା କରୁଥିବା ବିନୋଦ ମୈଦାଙ୍କୁ ଏହି ଅର୍ଡର ଦେଇଥିଲେ। ଆଉ ଧୋନୀଙ୍କୁ ପଠାଯାଇଥିବା ସମସ୍ତ କୁକୁଡାକୁ ଭ୍ୟାକସିନ ମଧ୍ୟ ଦିଆଯାଇଛି। ଧୋନୀଙ୍କ ମ୍ୟାନେଜର କହିଛନ୍ତିକି, ଫାର୍ମ ହାଉସରେ କୁକୁଡା ପାଳନ କରିବାର ବ୍ୟବସ୍ଥା ହୋଇସାରିଛି। ୨୦୧୯ ମସିହାରେ ମଧ୍ୟପ୍ରଦେଶ ସରକାର ଏହାକୁ ଅନଲାଇନରେ ଅର୍ଡର କରିବା ପାଇଁ ଏକ କଡକ୍କନାଥ ଆପକୁ ଲଞ୍ଚ କରିଥିଲେ।

ଆଇପିଏଲ୍‌ ଚଳିତ ସିଜନରେ ପଏଣ୍ଟ ତାଲିକାରେ ୯ ନଂ ସ୍ଥାନରେ ରହିଛି ଧୋନୀଙ୍କର ଦଳଚେନ୍ନାଇ ସୁପର କିଙ୍ଗସ। ଚଳିତବର୍ଷ ଧୋନୀ ଅଧିନାୟକ ପଦ ଛାଡିବା ପରେ ସେ ରବିନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଚେନ୍ନାଇ ଟିମ୍‌ ୭ଟି ମ୍ୟାଚ ଖେଳି ୨ଟିରେ ବିଜୟ ପାଇଥିବା ସମୟରେ ଅନ୍ୟ ୫ଟି ମ୍ୟାଚ ହାରିଯାଇଛି। ଚେନ୍ନାଇ ମୁମ୍ବାଇ ବିପକ୍ଷରେ ହେଉଥିବା ଗତ ମ୍ୟାଚରେ ୧୫୬ ରନର ଟାର୍ଗେଟକୁ ପୂରଣ କରିଥିଲା। ଏହି ମ୍ୟାଚକୁ ଚେନ୍ନାଇ ଧୋନୀ ପାଇଁ ଜିତିଥିଲା। ଧୋନୀ ୧୩ଟି ବଲରେ ୨୮ ରନ କରିଥିଲେ। ଏଥିରେ ଗୋଟିଏ ଛକା ଥିବା ସମୟରେ ୩ଟି ଚଉକା ଥିଲା। ଏଥିରେ ରାୟୁଡୁ ୪୦ ରନ କରିଥିଲେ। ଧୋନୀଙ୍କର ଫିନିସିଂ ସଟ ଫଳରେ ଚେନ୍ନାଇ ୨୦ ଓଭର ଖେଳି ୭ଟି ଓ୍ଵିକେଟ ହରାଇ ଟାର୍ଗେଟକୁ ପୂରଣ କରିଥିଲା।

Leave A Reply

Your email address will not be published.