ତୁରନ୍ତ ଛାଡି ଦିଅନ୍ତୁ ଏହି ୫ ଟି ଅଭ୍ୟାସ, ନଚେତ ଶୀଘ୍ର ବୁଢା ହୋଇଯିବେ, ଏହି ଲକ୍ଷଣ ଦେଖାଗଲେ ଆଜି ହିଁ ସୁଧାରି ନିଅନ୍ତୁ

0

Get real time updates directly on you device, subscribe now.

ଏ ଦୁନିଆରେ ଏପରି କୌଣସି ବ୍ୟକ୍ତି ନଥିବେ, ଯିଏ ଏହା ଚାହିଁବ ଯେ ସେ ଶୀଘ୍ର ବୁଢା ଦେଖାଯାଉ | ସମସ୍ତେ ୟଙ୍ଗ ଏବଂ ଫିଟ ଦେଖାଯିବା ପାଇଁ ଚାହାନ୍ତି | ଲୋକମାନେ ଚାହିଁଥାନ୍ତି ଯେ ସେ ନିଜ ବୟସର କିଛି ବର୍ଷ କମର ହିଁ ଦେଖାଯାଉ | ଲୋକମାନେ ନିଜ ଚେହେରାରେ ବୟସର ଚିହ୍ନ ଲୁଚାଇବା ପାଇଁ ବଜାରରେ ଉପଲବ୍ଧ ମହଙ୍ଗା କ୍ରିମ ଏବଂ ମଇଶ୍ଚରାଇଜର ବ୍ୟବହାର କରନ୍ତି, କିନ୍ତୁ ଆମେ ବୁଢା ହେବାକୁ ଲାଗିବା ମାତ୍ରେ ଆମ ଚେହେରାରେ କିଛି ଅଂଶରେ ବୟସର ପ୍ରଭାବ ଦ୍ରୁତ ଗତିରେ ବଢିବାକୁ ଲାଗିଥାଏ |

ଲୋକମାନଙ୍କ ଉପରେ ବୟସର ପ୍ରଭାବ ଯେପରି ଦେଖାଯିବ ନାହିଁ, ଏଥିପାଇଁ ଯୋଗ ଏବଂ ଉପଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତି ଏବଂ ଏଗୁଡ଼ିକୁ ନିଜର ଅଭ୍ୟାସର ଏକ ଅଂଶ କରିନିଅନ୍ତି | କିନ୍ତୁ କିଛି ଅଭ୍ୟାସ ଏମିତି ଅଛି, ଯାହା ଆମକୁ ଫିଟ ରଖିବା ପରିବର୍ତ୍ତେ ଏଜିଙ୍ଗ ପ୍ରୋସେସକୁ ଆହୁରି ବଢ଼ାଇ ବଢ଼ାଇଥାଏ | କେବଳ ଏତିକି ନୁହେଁ, ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ, ଏସବୁ ଖରାପ ଅଭ୍ୟାସ ଯୋଗୁଁ ଲୋକମାନେ ସମୟ ପୂର୍ବରୁ ବୁଢା ଦେଖାଯିବା ଆରମ୍ଭ କରନ୍ତି | ତେବେ ନିମ୍ନଲିଖିତ କାରଣ ଗୁଡିକ ଆପଣଙ୍କୁ ବୁଢା କରି ଦେଇଥାଏ |

ଫିଜିକାଲ ଆକ୍ଟିଭିଟିଜକୁ ଅଣଦେଖା କରିବା :-

ଯଦି କୌଣସି ମଣିଷ ଲଗାତାର ବସି ରୁହେ ଏବଂ ସେ ଫିଜିକାଲ ଆକ୍ଟିଭିଟି କରେନାହିଁ, ତେବେ ସେ ମୋଟାପଣର ଶିକାର ହେବାକୁ ଲାଗିଥାଏ | ବୟସ ବଢିବା ସହିତ ତାକୁ ଅନେକ ପ୍ରକାରର ଶାରୀରିକ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଯାଏ |

ଚାପ :-

ଯଦି ଆପଣ ଅଧିକ ଚିନ୍ତା କରୁଛନ୍ତି, ତେବେ ଏହାଦ୍ୱାରା ଆପଣ ବହୁତ ଶୀଘ୍ର ବୁଢା ହେବାକୁ ଲାଗିବେ | ଯେଉଁ ବ୍ୟକ୍ତି ଅଧିକ ଚାପ ନିଅନ୍ତି, ସେ ମନ କିମ୍ବା ଶାରୀରିକ ରୋଗର ଶିକାର ସହଜରେ ହୋଇପାରେ | ତେଣୁ ଯଦି ଆପଣ ସବୁବେଳେ ଯବାନ ରହିବାକୁ ଚାହୁଁଛନ୍ତି, ତେବେ ଆପଣ ଅଧିକ ଚାପ ନିଅନ୍ତୁ ନାହିଁ |

ଯଥେଷ୍ଟ ପରିମାଣରେ ନ ଶୋଇବା :-

ଯଦି କୌଣସି ବ୍ୟକ୍ତି ଠିକ ଭାବରେ ଶୋଇନଥାଏ, ତେବେ ଏହି କାରଣରୁ ଚାପ ବଢିଥାଏ | ଯଦି ଲଗାତାର ନିଦ ପୁରା ହୁଏନାହିଁ, ତେବେ ଏହାଦ୍ୱାରା ଆମର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡିଯାଏ | ଏହା ଆମକୁ ଶୀଘ୍ର ବୁଢା କରିବାକୁ ଲାଗେ | ଯୁବାମାନଙ୍କ ମଧ୍ୟରେ ବହୁତ ଦ୍ରୁତ ଗତିରେ ଏହି ସମସ୍ୟା ବହୁତ ବଢୁଛି |

ସ୍ମୋକିଙ୍ଗ ଏବଂ ଡ୍ରିକିଙ୍ଗ :-

ପ୍ରାୟତଃ ଲୋକମାନେ ଚାପରୁ ମୁକ୍ତି ପାଇବାପାଇଁ ଲଗାତାର ସ୍ମୋକିଙ୍ଗ ଏବଂ ଡ୍ରିକିଙ୍ଗ କରିଥାନ୍ତି, କିନ୍ତୁ ଏହି ଅଭ୍ୟାସ ବିଲକୁଲ ଠିକ ନୁହେଁ | ଯଦି ଏହି ନିଶାଦ୍ରବ୍ୟକୁ ଲଗାତାର ଏବଂ ଅଧିକ ପରିମାଣରେ ସେବନ କରାଯାଏ, ତେବେ ଏହା ଆମକୁ ବୁଢା ହେବା ଦିଗକୁ ଧକ୍କା ଦେଇଥାଏ | ତେଣୁ ଆପଣମାନେ ସ୍ମୋକିଙ୍ଗ ଏବଂ ଡ୍ରିକିଙ୍ଗ ଠାରୁ ଦୂରରେ ରୁହନ୍ତୁ |

ଖାଇବା ପିଇବାର ଭୁଲ ଅଭ୍ୟାସ :-

ଭୁଲ ଖାଇବା ପୀଇବା କାରଣରୁ ପାଚନ ସହିତ ଜଡିତ ଅନେକ ପ୍ରକାରର ରୋଗ ଉତ୍ପନ୍ନ ହୋଇପାରେ ଏବଂ ଅନେକ ରୋଗର ବିପଦ ମଧ୍ୟ ବଢିବାକୁ ଲାଗେ | ଯଦି ଆପଣ ୟଙ୍ଗ ଏବଂ ଫିଟ ରହିବାକୁ ଚାହୁଁଛହାନ୍ତି, ତେବେ ସୁସ୍ଥକର ଖାଦ୍ୟ ଖାଆନ୍ତୁ | ଏହାଦ୍ୱାରା ଆମର ସ୍ୱାସ୍ଥ୍ୟ ଠିକ ରହିବ |

Leave A Reply

Your email address will not be published.