କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ନିୟମରେ ବଡ ପରିବର୍ତନ,ଏବେ ପରିବାରକୁ ମିଳିବ ସର୍ବାଧିକ ୨.୫୦ ଲକ୍ଷ ଟଙ୍କାର ଫ୍ୟାମିଲି ପେନସନ

0

Get real time updates directly on you device, subscribe now.

ଯଦି ଉଭୟ ସ୍ୱାମୀ ଓ ସ୍ତ୍ରୀ ପେନସନ ନିୟମର ଅନ୍ତର୍ଗତ ଆସନ୍ତି ତେବେ ଉଭୟଙ୍କର ମୃତ୍ୟୁ ହେବା ପରେ ତାଙ୍କର ପରିବାରଙ୍କୁ ଫ୍ୟାମିଲି ପେନସନ ମିଳିବ। ୭ମ ବେତନ ଆୟୋଗ ଅଧିନରେ ସରକାର ବିଗତ ଦିନରେ ମହଙ୍ଗା ଭତ୍ତାକୁ ୩୧ ପ୍ରତିଶତରୁ ବୃଦ୍ଧି କରି ୩୪ ପ୍ରତିଶତ କରି ଦେଇଛନ୍ତି। ଏହାପରେ ବିତ୍ତ ମନ୍ତ୍ରାଳୟ ୧ ଜାନୁଆରୀ ୨୦୨୨ରୁ ଏରିଅର ଦେବା ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ। ଆଜି ଆମେ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପରିବାରକୁ ମିଳୁଥିବା ପେନସନ ସମ୍ପର୍କରେ ସୂଚନା ଦେବୁ। ପ୍ରକୃତରେ ଫ୍ୟାମିଲି ପେନସନ ସହିତ ଜଡ଼ିତ କିଛି ନିୟମରେ ସରକାର କିଛି ମାତ୍ରାରେ ନୂଆ ଅପଡେଟ କରିଛନ୍ତି। ଯାହା ସମ୍ପର୍କରେ ଜାଣିବା ଆପଣ ନିଶ୍ଚିତ ଜାଣିବା ଆବଶ୍ୟକ।

କେନ୍ଦ୍ରୀୟ କର୍ମଚାରୀମାନଙ୍କର ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ପେନସନର ସୁବିଧା ମିଳିଥାଏ। ଏମିତିରେ ଯଦି ସ୍ୱାମୀ ସ୍ତ୍ରୀ ଦୁଇଜଣ ସରକାରୀ କର୍ମଚାରୀ ହୋଇଥାନ୍ତି, ତେବେ ସେମାନେ ସେଣ୍ଟ୍ରାଲ ସିଭିଲ ସର୍ଭିସେସ୍‌ ପେନସନ ୧୯୭୨ ଅନ୍ତର୍ଗତ ଆସିଥାନ୍ତି। ତେଣୁ ଏଭଳି ସ୍ଥିତିରେ ତାଙ୍କର ପରିବାରକୁ ଫ୍ୟାମିଲି ପେନସନ ମିଳିଥାଏ। ରିଟାୟରମେଣ୍ଟ ପରେ ଯଦି ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ପିଲାମାନଙ୍କୁ ନୋମିନୀଙ୍କୁ ଦୁଇ ଜଣଙ୍କର ପେନସନ ଏକାଠି ମିଳିବ। ଏହାକୁ ଯୋଡ଼ିଲେ ଅର୍ଥରାଶି ୧.୨୫ ଲକ୍ଷ ଟଙ୍କା ହେଉଥିବା ଆବଶ୍ୟକ।

ସିସିଏସ୍‌ ପେନିସନ ୧୯୭୨ ରୁ ରୁଲ ୫୪(୧୧) ଅନୁସାରେ, ସ୍ୱାମୀ ସ୍ତ୍ରୀ ଉଭୟ କେନ୍ଦ୍ରୀୟ କର୍ମଚାରୀ ହେବା ସହିତ ଯଦି ଦୁଇ ଜଣଙ୍କ ମୃତ୍ୟୁ ହୁଏ ତେବେ ଯାଇ ତାଙ୍କର ପିଲାଙ୍କୁ ଫ୍ୟାମିଲି ପେନସନ ମିଳିବ। ଯଦି ଚାକିରି କରିବାରୁ ଅବସର ମଧ୍ୟରେ କାହାର ମୃତ୍ୟୁ ହୋଇଯାଏ ତେବେ ଫ୍ୟାମିଲି ପେନସନର ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ନିଶ୍ଚିତ ମିଳିବ। ସେ ସ୍ୱାମି ହୁଅନ୍ତୁ ଅବା ସ୍ତ୍ରୀ। କେବଳ ଦୁଇ ଜଣଙ୍କର ମୃତ୍ୟୁ ହେଲେ ଯାଇ ତାଙ୍କର ପିଲାଙ୍କୁ ପେନସନ ମିଳିବ।

ପୂର୍ବରୁ ମୃତ୍ୟୁ ପରେ ପିଲାଙ୍କୁ ଫ୍ୟାମିଲି ପେନସନ ଆକାରରେ ୪୫ ହଜାର ଟଙ୍କା ମିଳୁଥିଲା। ପେନସନ ରୁଲ ୫୪(୩) ଅନ୍ତର୍ଗତ ଏହି ନିୟମ କରାଯାଇଥିଲା। ଯଦି ପିଲାଙ୍କୁ ଏହି ରାଶି ମିଳେ ତେବେ ରୁଲ ୨ ଅନ୍ତର୍ଗତ ୨୭ ହଜାର ଟଙ୍କା ହୋଇଥାଏ। ତେବେ ୭ମ ବେତନ ଆୟୋଗ ଅନୁସାରେ ଅଧିକତମ ପେନସନ ରାଶି ୧.୨୫ ଲକ୍ଷ ଟଙ୍କା ହେବ। କିନ୍ତୁ ବର୍ତ୍ତମାନର ନୂଆ ନିୟମରେ ରିଟାଏରମେଣ୍ଟ ପରେ ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଏ ତେବ ପ୍ରଥମ ରାଶି ୧.୨୫ ଲକ୍ଷ ଟଙ୍କା ହୋଇଥିବା ସମୟରେ ଦ୍ୱିତୀୟ ପେନସନ ରାଶି ୭୫ ହଜାର ଟଙ୍କା ହେବ। ବର୍ତ୍ତମାନ ୭ମ ବେତନ ନିୟମ ଅନୁସାରେ ସରକାର ମାସକ ହିସାବରେ ଫ୍ୟାମିଲି ପେନସନ ୨.୫୦ ଲକ୍ଷ ଟଙ୍କା ହେବ।

Leave A Reply

Your email address will not be published.