ଦେଖନ୍ତୁ ସକିଙ୍ଗ ଭିଡିଓ : ପାର୍କିଂରେ ଛିଡା ହୋଇଥିଲା କାର, ଅଚାନକ ଆପେଆପେ ଚକ ଗଡିଲା ଓ ପଡିଲା ନଦୀରେ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଆପଣ ବହୁତ ଗୁଡିଏ ସଡକ ଦୁର୍ଘଟଣାର ଭିଡିଓ ଦେଖିଥିବେ|ସାଧାରଣତଃ ସଡକ ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇଥାଏ|କିଛି ଦୁର୍ଘଟଣା ଏତେ ଭୟାବହ ଯେ ଦେଖିକି ଲୋକଙ୍କ ଲୋମ ଟାଙ୍କୁରି ଉଠେ|ଏଵେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ|ଏହି ଭିଡିଓରେ ଗୋଟିଏ କାର ବିନା ଡ୍ରାଇଭରରେ ଆପେ ଆପେ ଗଡିଯାଇ ସିଧା ନଦୀରେ ଖସିପଡେ|

ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଇଣ୍ଟରନେଟ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଗଲେ|ଯିଏ ବି ଏହାକୁ ଦେଖିଲା ଆଖିରେ ବିଶ୍ୱାସ କରୁନାହାନ୍ତି|ଲୋକ କହୁଛନ୍ତି ଯଦି କାର ପାର୍କିଂରେ ଛିଡା ହୋଇଥିଲା କିପରି ଆପେଆପେ ଯାଇ ନଦୀରେ ଖସି ପଡିଲା|ଭିଡିଓରେ ଦେଖାଯାଏ ଗୋଟିଏ ଲାଲ ରଙ୍ଗର କାର ପାର୍କିଂ ରେ ଅନ୍ୟ କାର ସହ ଛିଡା ହୋଇଛି|ପୁଣି ଜଣାନାହିଁ କ’ଣ ହୁଏ ଏହି କାର ଆପେ ଆପେ ପଛକୁ ଚାଲିବାକୁ ଲାଗେ|ଆପଣ ଦେଖିପାରିବେ କାର ପଛକୁ ପଛକୁ ଯାଇ ସିଧା ନଦୀରେ ପଡେ|

ଭିଡିଓରେ ଦେଖିପାରିବେ କାର ଦୁଇଟି ସଡକକୁ ଅତିକ୍ରମ କରି ନଦୀରେ ଖସିପଡେ|ଏହି ସମୟରେ ସଡକରେ ଗାଡି ମଧ୍ୟ ଯିବା ଆସିବା କରୁଥିବା ଦେଖାଯାଏ|ସୈାଭାଗ୍ୟ ବଶତଃ ଯେତେବେଳେ କାର ନଦୀରେ ପଡେ ସେତେବେଳେ କେହି ବସି ନଥାନ୍ତି ଓ ସେ କୈାଣସି ଗାଡି ସହ ଧକ୍କା ହୋଇନାହିଁ|ଭିଡିଓ ଲାଲବିୟା ରାଜଧାନୀ ରିଗାର ଅଟେ|ରିଗା ପୋଲିସ ଏହାକୁ ସେୟାର କରିଛନ୍ତି|

ପ୍ରକୃତରେ କାରରେ ହ୍ୟାଣ୍ଡବ୍ରେକ ଲାଗି ନଥିଲା ଓ ସେ ଗଡାଣିଆ ରାସ୍ତାରେ ରହିଥିଲା|ଏଥିପାଇଁ ହାଲକା ଝଟକା ଫଳରେ ଥଳକୁ ଗଡିଯାଇ ନଦୀରେ ଖସି ପଡିଲା|ଭିଡିଓ ଇଣ୍ଟରନେଟରେ ଜୋରରେ ଭାଇରାଲ ହେଉଛି|ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି|କୁହାଯାଏ ଇମେରଜେନ୍ସି ସର୍ଭିସ କାରକୁ ବହୁ କଷ୍ଟରେ ପାଣିରୁ ବାହାର କରିଛନ୍ତି|ଏହି ଘଟଣା ଲାତାବିୟାର ରାଜଧାନୀ ରିଗାରେ ୧୪ ଅପ୍ରେଲରେ ଘଟିଛି|

Leave A Reply

Your email address will not be published.