ଜୁନ ୧୨ରେ ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍……

0

Get real time updates directly on you device, subscribe now.

ଓଡିଶାର କ୍ରିକେଟ ପ୍ରେମୀମାନଙ୍କ ପାଇଁ ଆସିଛି ଖୁସିର ଖବର। କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ଜୁନ ୧୨ ତାରିଖରେ ଦୁଇ ଦେଶ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ ଖେଳାଯିବ। ଏ ବିଷୟରେ ଓସିଏ ସଂପାଦକ ସଞ୍ଜୟ ବେହେରା ଶୁକ୍ରବାର ଦିନ ସୂଚନା ଦେଇଛନ୍ତି। କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଓ୍ଵେଷ୍ଟଇଣ୍ଡି ଟି-୨୦ ମ୍ୟାଚ ଖେଳାଯାଇ ପାରିନଥିଲା। ଏହା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ନିଜର ଆୟୋଜନସ୍ଥଳ ଘୋଷଣା କରିଛି। ଏଥିରୁ ଗୋଟିଏ ମ୍ୟାଚ କଟକର ବାରବାଟୀରେ ଖେଳାଯିବ। ତେବେ ଆଜି ମ୍ୟାଚ ଆୟୋଜନର ତାରିଖକୁ ଘୋଷଣା କରାଯାଇଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ ଆଇପିଏଲ ୨୦୨୨ ମସିହା ପରେ ଜୁନ ମାସରେ ଖେଳାଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚର ଟି-୨୦ ସିରିଜ ପାଞ୍ଚଟି ସ୍ଥାନରେ ଖେଳାଯିବାର ଅଛି। ଟି-୨୦ ସିରିଜ କଟକ, ବିଶାଖାପଟ୍ଟନମ, ଦିଲ୍ଲୀ, ରାଜକୋଟ ଏବଂ ଚେନ୍ନାଇରେ ଖେଳାଯିବ।

ସୂଚନା ଅନୁସାରେ, ବାରବାଟୀରେ ଫେବୃଆରୀ ୧୫ ତାରିଖରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ କରାଯାଇଥିଲା। ତେବେ କରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ବିସିସିଆଇ କ୍ରୀଡାସୂଚୀରେ ପରିବର୍ତ୍ତନ କରିଥିଲା। ଦିନିକିଆ ଏବଂ ଟି-୨୦ ସିରିଜ ଦୁଇଟି ସହର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏବଂ ଟି-୨୦ ସିରିଜ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିଲା।

Leave A Reply

Your email address will not be published.