ପାଣି ବିଲ ଆସିଲା ୨୦ ଲକ୍ଷ ଟଙ୍କାରୁ ଅଧିକ,ଶିକ୍ଷକଙ୍କ ଦାୟିତ୍ବହୀନତା ଯୋଗୁଁ ବିଦ୍ୟାଳୟକୁ ଭରିବାକୁ ପଡ଼ିଲା ଏତେ ଟଙ୍କା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଜଣେ ଶିକ୍ଷକଙ୍କ ମୁଣ୍ଡକୁ ଆସିଲା କି, ଫ୍ରେଶ ୱାଟରକୁ ଲଗାତାର ପୁଲ ଭିତରକୁ ଛାଡ଼ିବା ଦ୍ୱାରା କୋଭିଡ଼ରୁ ରକ୍ଷା ମିଳିପାରିବ। ଏହା ଭାବି ସେ ପୁଲର ନଳ ବିଗତ ଜୁନ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଖୋଲା ଛାଡ଼ିଦେଲେ।

2 ମାସରେ ଏତେ ପାଣି ନଷ୍ଟ:-

ଏହାର ଫଳାଫଳ ଏହା ହେଲା କି ଯେ, ଦୁଇମାସ ଭିତରେ ମୋଟ 4,000 ଟନ ପାଣି ନଷ୍ଟ ହୋଇଗଲା। ଶିକ୍ଷକଙ୍କୁ ପୁଲ ର ମେଣ୍ଟେନାନ୍ସ ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ଶିକ୍ଷକଙ୍କ ଦାୟିତ୍ବହୀନତାର କ୍ଷତି ସମ୍ପୂର୍ଣ୍ଣ ବିଦ୍ୟାଳୟ ଉପରେ ପଡ଼ିଛି।

ଶିକ୍ଷକଙ୍କ ଭୁଲ ଧାରଣା:-

ମନି କଣ୍ଟ୍ରୋଲରେ ଛପା ଯାଇଥିବା ଏକ ଖବର ମୁତାବିକ ପୁଲରେ ଥିବା ପାଣିକୁ କ୍ଲୋରିନ ଓ ଫିଲଟର ମେସିନ ସଫା ରଖିଥାନ୍ତି। କିନ୍ତୁ ଶିକ୍ଷକ ଭାବିଥିଲେ ଫ୍ରେଶ ପାଣି ପୁଲ ଭିତରକୁ ଆସିଲେ କରୋନାରୁ ରକ୍ଷା ମିଳିବ ଓ ସେ ଏହାଭାବି ଖୋଲା ଛାଡ଼ିଦେଲେ।

ଷ୍ଟାଫ ଜାରି କଲେ ନୋଟିସ:-

ଷ୍ଟାଫ ମାନଙ୍କ ମଧ୍ୟରୁ କିଛି ଲୋକ ଯେତେବେଳେ ବାହାରୁଥିବା ପାଣିକୁ ନେଇ ନୋଟିସ କଲେ ସେତେବେଳେ ଟ୍ୟାପ କୁ ବନ୍ଦ କରିଦିଆଗଲା। କିନ୍ତୁ ଶିକ୍ଷକ ଏହିକଥାରେ ନାରାଜ ହୋଇ ପୁଣିଥରେ ଟ୍ୟାପ ଖୋଲିଦେଲେ। ଏହାଦ୍ୱାରା 4,000 ଟନ ପାଣି ନଷ୍ଟ ହୋଇଥିଲା ଯାହାଦ୍ୱାରା 11 ଥର ସେହି ପୁଲକୁ ଭରାଯାଇପାରିବ।

ଟିଚରଙ୍କୁ ଭରିବାକୁ ହେବ ଜରିମାନା:-

ଲୋକାଲ ଅଥରିଟି ସ୍କୁଲ ଶିକ୍ଷକ ଓ କିଛି ସୁପର ଭାଇଜରଙ୍କ ଏହି ଖାମ ଖିଆଲି ପାଇଁ ସେମାନଙ୍କ ଉପରେ 20,66,081 ଟଙ୍କାର ଜରିମାନା ଲଗାଇଛନ୍ତି। ୟୋକୋସୁକା ଅଥରିଟିଜ ସହରର ଏହି କ୍ଷତି ପାଇଁ ଲୋକଙ୍କ ପାଖରେ କ୍ଷମା ମାଗିଲେ।

Leave A Reply

Your email address will not be published.