୨୮ ବର୍ଷ ବୟସରେ ଯାଇଥିଲେ ଜେଲ,ଆଉ ୫୭ ବର୍ଷ ବୟସରେ ନିର୍ଦୋଷ ସାବ୍ୟସ୍ତ,ଜାଣନ୍ତୁ କେମିତି ସାରା ଯବାନୀ ଜେଲରେ କଟିଗଲା…….

0

Get real time updates directly on you device, subscribe now.

ବିହାରର ଗୋପାଳଗଞ୍ଜରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକି ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ରଖିଦେଇଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଆରୋପରେ ଗିରଫ କରାଯାଇଥିଲା। ଯାହାକୁ ବର୍ତ୍ତମାନ ଅଦାଲତ ଦୋଷମୁକ୍ତ କରାଇ ଦେଇଛନ୍ତି। ଉତ୍ତର ପ୍ରଦେଶର 28 ବର୍ଷର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ଓ ତାଙ୍କୁ 57 ବର୍ଷ ବୟସରେ ଛାଡ଼ି ଦିଆଯାଇଛି। ଏହିପରି ଭାବରେ ଜଣେ ନିର୍ଦୋଷ ଭାରତୀୟଙ୍କ ପୁରା ଯବାନୀ ଜେଲରେ ନଷ୍ଟ ହୋଇଯାଇଛି।

ମୁକ୍ତ ହେବାପରେ ଜୋରରେ କାନ୍ଦିବାକୁ ଲାଗିଲେ:-

ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ବିହାରର ଗୋପାଳଗଞ୍ଜ ଜେଲରେ ଅପହରଣ କାଣ୍ଡ ମାମଲାରେ 28 ବର୍ଷ ଜେଲରେ ସଜା କାଟିଲେ। ଅପରଜିଲ୍ଳା ନ୍ୟାୟଧୀଶ ବିଶ୍ବବିଭୂତି କୋର୍ଟ ତାଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହାସହ କୋର୍ଟ ପୋଲିସ ଟିପ୍ପଣୀ ଉପରେ ଆଲୋଚନା କରିଛନ୍ତି। ନିର୍ଦୋଷ ସାବ୍ୟସ୍ତ ହେବାପରେ ବ୍ୟକ୍ତି ଜଣକ କାନ୍ଦିବାକୁ ଲାଗିଲେ।

ଅପର ଲୋକ ଅଭିଯୋଜକ ପରଭେଜ ହାସନଙ୍କ କହିବା ହେଲା ଟ୍ରାୟଲ ସମୟରେ ପୋଲିସ ନିଜର ପକ୍ଷ କିମ୍ବା କୌଣସି ପ୍ରମାଣ ଏକତ୍ରିତ କରି ପାରିନଥିଲା। ପୋଷ୍ଟମାର୍ଟମ କରିଥିବା ଡ଼କ୍ଟର ମଧ୍ୟ କୋର୍ଟରେ ଉପସ୍ଥିତ ହେଲେନାହିଁ। ପ୍ରତିରକ୍ଷା ପକ୍ଷର ଅଧିବ୍ୟକ୍ତା ରାଘବେନ୍ଦ୍ର ସିଂହା କହିଥିଲେ କି, ଏହି କେସ ର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ ଚାଲୁଛି। ବର୍ଷ ବର୍ଷ ଧରି କୋର୍ଟ ବନ୍ଦ ରହିବା କାରଣରୁ ଶୁଣାଣି କରାଯାଇନଥିଲା କିନ୍ତୁ ଶେଷରେ କୋର୍ଟ ନିଜର ଶୁଣାଣି କରିଥିଲେ।

1993 ରେ ଏଥିପାଇଁ ଗିରଫ ହୋଇଥିଲେ:-

ଗୋପାଳଗଞ୍ଜ ଜିଲ୍ଲାର ଭୋରେ ଥାନା ଅଧିନସ୍ଥ ହରିହରପୁର ଗ୍ରାମରେ ରହୁଥିବା ସୂର୍ଯ୍ୟନାରାୟଣ ଭଗତ 11 ଜୁନ 1993 ମସିହାରେ ଦେବରିଆ ର ବନକଟା ଥାନା ଅଧୀନସ୍ଥ ତଣ୍ଡାବା ଗ୍ରାମର ବିରବଲଙ୍କ ସହିତ ମୁଜାଫରନଗର ଯାଇଥିଲେ। ସୁର୍ଯ୍ୟନାରାୟଣ ଏହାପରେ ଗାୟବ ହୋଇଯାଇଥିଲେ। ବହୁତ ଖୋଜାଖୋଜି କରିବାପରେ ସୂର୍ଯ୍ୟନାରାୟଣଙ୍କ ପୁଅ ସତ୍ୟନାରାୟଣ ଥାନାରେ ବିରବଲ ଭଗତଙ୍କ ନାମରେ ଅଭିଯୋଗ ଆଣିଥିଲେ।

ଏହାପରେ ଦେବରିଆ ପୋଲିସ ଏକ ଅଜ୍ଞାତ ଶବକୁ ଜବତ କରି ଏହାକୁ ପୋତି ଦେଇଥିଲେ ଓ ପୋଲିସ ପରିବାରକୁ ଏକ ଫୋଟ ପଠାଇଥିଲେ ଯାହାଦ୍ୱାରା ପରିଜନ ଭାବିଥିଲେ କି, ଏହା ସୂର୍ଯ୍ୟନାରାୟଣଙ୍କ ଶବ। ଏହାପରେ ପୋଲିସ ବିରବଲ ଭଗତଙ୍କୁ 27 ଜାନୁଆରୀ 1994 ମସିହାରେ ଅପରାଧିକ ମାମଲାରେ ଗିରଫ କଲା। 11 ବର୍ଷର ସଜା କାଟିବାପରେ ଭୋରେ ପୋଲିସ ତାଙ୍କୁ ଗୋପାଳଗଞ୍ଜ ଜେଲରେ ବନ୍ଦ କରିଦେଲେ।

ଘର ଲୋକ ସବୁ ସମ୍ପର୍କ ଛିନ୍ନ କରିଥିଲେ:-

ଦେବରିଆ ବନକଟା ଥାନାର ତଣ୍ଡାବା ଗ୍ରାମ ନିବାସୀ ବିରବଲ ଭଗତଙ୍କୁ ପୋଲିସ ଗିରଫ କରିବା ସମୟରେ ତାଙ୍କ ବୟସ 28 ବର୍ଷ ଥିଲା। ସେ ଯେତେବେଳେ ଜେଲ ଗଲେ ଏହା ପରେ ପରେ ତାଙ୍କ ପିତା ମାତାଙ୍କର ମୃତ୍ୟୁ ହୋଇଗଲା ଓ ସେ କାନ୍ଧ ମଧ୍ୟ ଦେଇପାରିଲେନାହିଁ। ପରିବାର ଲୋକେ ସବୁ ସମ୍ପର୍କ ସୂର୍ଯ୍ୟନାରାୟଣଙ୍କ ଠାରୁ ଛିନ୍ନ କରିଦେଲେ।

ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ:-

ଏବେ ପ୍ରଶ୍ନ ଉଠୁଛି ବିରବଲ ଭଗତ ଏବେ କୁଆଡେ ଯିବେ ? ପ୍ରଶ୍ନ ଉଠୁଛି ଏକ ନିର୍ଦୋଷ ନାଗରିକଙ୍କ ଜୀବନ ବର୍ବାଦ କରିବାର ଦାୟିତ୍ୱ କିଏ ନେବ ? ଏହି ମାମଲା ନ୍ୟାୟ ତନ୍ତ୍ରର ମୈଜୁଦା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.