ସିଗାରେଟ ପାଇଁ ମଣିଷ ସହିତ ବନ୍ଧୁ ସାଜିଲା କାଉ,ପାଟିରୁ ଛଡାଇ ନେଇ ଟାଣେ ସିଗାରେଟ !

0

Get real time updates directly on you device, subscribe now.

ଦୁନିଆରେ ଆପଣ ଜାନୁଆର ଓ ମଣିଷ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ଶୁଣିଥିବେ। ମଣିଷ ଦ୍ୱାରା ଦିଆଯାଇଥିବା ଖାଦ୍ୟ ଖାଇ ଜାନୁଆର ମଣିଷର ବନ୍ଧୁ ହୋଇଯାଇଥାଏ। କିନ୍ତୁ ଆଜି ମଣିଷ ଓ କାଉ ର ବନ୍ଧୁତା ହେବାର କାରଣ ଏକ ସିଗାରେଟ ପାଲଟିଛି। ବିଗତ ବର୍ଷ କରୋନାରେ ଲାଗିଥିବା ଲକଡାଉନ ଯୋଗୁଁ ଇଂଲଣ୍ଡର ଇଷ୍ଟ ସସେକ୍ସରେ ରହୁଥିବା ପିଟଙ୍କ ବନ୍ଧୁତା ଏକ କାଉ ସହିତ ହୋଇଗଲା। ଉଭୟ ଏକାସହ ସିଗାରେଟ ଏଞ୍ଜୟ କରୁଥିବାର ନଜର ଆସିଥିଲେ।

37 ବର୍ଷୀୟ ପିଟ କୁହନ୍ତି କାଉ ଏକଦା ତାଙ୍କର ସିଗାରେଟ ଚାଖିଥିଲା। ସେବେଠାରୁ ସେ ଲଗାତାର ତାଙ୍କ ଘରକୁ ଆସେ। କାଉ ଯାହାର ନାମ ପିଟ କ୍ରେଗ ରଖିଥିଲେ, ସେହି କାଉଟି ପିଟଙ୍କ ମୁହଁରୁ ସିଗାରେଟ ଛଡ଼ାଇ ପିଉଥିଲା। ଏହାସହ ସେ ନିଜେ ପିଟ ପାଇଁ ସିଗାରେଟ ନେଇଅସୁଥିଲା। ପିଟ ବହୁତ ସମୟ ପର୍ଯ୍ୟନ୍ତ କ୍ରେଗ ସହିତ ବନ୍ଧୁତା କଲେ। କିନ୍ତୁ ବିଗତ କିଛି ମାସ ହେବ ସେ ପିଟଙ୍କ ଘରକୁ ଆସୁନାହିଁ। ପିଟଙ୍କର ଭୟ ରହିଛି କି, ଅଧିକ ସିଗାରେଟ ପିଇବାରୁ ହୁଏତ କାଉଟିର ମୃତ୍ୟୁ ହୋଇଯାଇଛି।

ଏମିତି ହୋଇଥିଲା ବନ୍ଧୁତା:-

କ୍ରେଗ ସହିତ ନିଜର ବନ୍ଧୁତା ବିଷୟରେ ପିଟ କୁହନ୍ତି କି, ବିଗତ ବର୍ଷ ସେ ତାଙ୍କ ଗାର୍ଡେନରେ ବସିଥିଲେ ଓ କ୍ରେଗ ଆସି ତାଙ୍କ କାନ୍ଧ ଉପରେ ବସିଲା ଓ ତାଙ୍କ ଦ୍ୱାରା ଫିଙ୍ଗା ଯାଇଥିବା ସିଗାରେଟକୁ କ୍ରେଗ ନିଜ ଥଣ୍ଟରେ ପିଇବାକୁ ଆରମ୍ଭ କଲା। ଏହାପରେ ଦୁହେଁ Smoking ପାର୍ଟନର ହୋଇଗଲେ। ପ୍ରତ୍ୟେକ ଦିନ କ୍ରେଗ Smoke କରିବାପାଇଁ କ୍ରେଗ ଘରକୁ ଆସୁଥିଲା। ସେବେଠାରୁ ସେ ଲଗାତାର ଆସୁଥିଲା କିନ୍ତୁ ବିଗତ ବର୍ଷ ଅକ୍ଟୋବର ମାସରୁ ସେ ଆଉ ଦେଖାଦେଉନାହିଁ।

ଉଠାଇଲେ 6 ହଜାର ଫୋଟ:-

ପିଟ ନିଜ ବନ୍ଧୁ କ୍ରେଗ ସହିତ ମୋଟ 6,000 ଫୋଟ ଉଠାଇଥିଲେ। ସେ ଏହିସବୁକୁ NFT ଆର୍ଟୱାର୍କରେ ବଦଳାଇ ଦେଇଥିଲେ ଓ କ୍ରେଗ ନାମରେ ବନାଯାଇଥିବା ଟ୍ୱିଟର ହ୍ୟାଣ୍ଡଲରେ ମଧ୍ୟ ଫୋଟ ଶେୟର କରିଥିଲେ। ବର୍ତ୍ତମାନ କ୍ରେଗ ଆଉ ଆସୁନଥିବାରୁ ପିଟଙ୍କ ଚିନ୍ତା ହେବାରେ ଲାଗିଛି। ପିଟ କୁହନ୍ତି, କାହିଁକି ଲାଗୁଛି ଯେ କ୍ରେଗ ଆଉ ଦୁନିଆରେ ନାହିଁ ଓ କ୍ରେଗଙ୍କୁ ସେ ଓ ତାଙ୍କ ଦୁଇ ପିଲା ମିସ କରୁଛନ୍ତି।

Leave A Reply

Your email address will not be published.