ଚାର୍ଜିଂ ସମୟରେ ଇଲେକ୍ଟ୍ରିକ ସ୍କୁଟି ବ୍ଲାଷ୍ଟ, ଜଣଙ୍କର ମୃତ୍ୟୁ, ଅନେକ ଆହତ, EV ରେ ଏହି ସାବଧାନତା ବହୁତ ଜରୁରୀ !

0

Get real time updates directly on you device, subscribe now.

ତେଲେଙ୍ଗାନାର ନିଜାମାବାଦରୁ ଗୋଟିଏ ଦୁଃଖଦ ଖବର ଆସିଛି | ଏହା ଲୋକମାନଙ୍କୁ ସାବଧାନ କରିବା ଭଳି ଖବର ମଧ୍ୟ ଅଟେ | ନିଜାମାବାଦରେ ଇଲେକ୍ଟ୍ରିକ ସ୍କୁଟର କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ଏବଂ ପୁରା ପରିବାର ଆହତ ହୋଇଯାଇଛି | ବାସ୍ତବରେ ତାଙ୍କର pureEV ଇଲେକ୍ଟ୍ରିକ ସ୍କୁଟରର ବ୍ୟାଟେରୀ ରାତିସାରା ଚାର୍ଜ ହେବା କାରଣରୁ ଫାଟିଗଲା | କୁହାଯାଉଛି ଯେ PureEV ର ବ୍ୟାଟେରୀ ଫାଟିବାର ଏହା ପଞ୍ଚମ ମାମଲା ଅଟେ |

ମୃତକଙ୍କ ପରିଚୟ ନିଜାମାବାଦ ସହରର ସୁବାସନଗରର ୮୦ ବର୍ଷୀୟ ବି ରାମାସ୍ଵାମୀ ବୋଲି ଜଣାପଡିଛି | ପୋଲିସ ଅନୁଯାୟୀ, ରାମାସ୍ଵାମୀଙ୍କ ପୁଅ ବି ପ୍ରକାଶ ଇଲେକ୍ଟ୍ରିକ ଟୁ-ହ୍ୱିଲରର ମାଲିକ ଅଟନ୍ତି | ସ୍ଥାନୀୟ ପୋଲିସ PureEV ତିଆରି କରୁଥିବା କମ୍ପାନୀ ବିରୋଧରେ IPC ର ଧାରା 304 -A ଅନୁଯାୟୀ ମାମଲା ରୁଜ୍ଜୁ କରିଛି |

ଚାରଜିଙ୍ଗ ସମୟରେ ବ୍ୟାଟେରୀ ଫାଟିଲା :-

ପ୍ରକାଶ ଏହି ଇଲେକ୍ଟ୍ରିକ ସ୍କୁଟରକୁ ରାତି ୧୨.୩୦ମିନିଟ ସମୟରେ ଚାର୍ଜ ପାଇଁ ଲଗାଇଥିଲେ | ଯାହାପରେ ସକାଳ ୪ଟା ସମୟରେ ସେଥିରେ ବ୍ଲାଷ୍ଟ ହୋଇଗଲା | ଅର୍ଥାତ ୩.୩୦ ଘଣ୍ଟାରେ ହିଁ ବ୍ୟାଟେରୀ ଫାଟିଗଲା | ଏହାଦ୍ୱାରା ସ୍କୁଟରରେ ନିଆଁ ଲାଗିଗଲା | ନିଆଁ ଲିଭାଇବା ଚେଷ୍ଟାରେ ପରିବାରର ଅନେକ ଲୋକଙ୍କୁ ମଧ୍ୟ ଆଘାତ ଲାଗିଛି | ସମତା ଆହତ ବ୍ୟକ୍ତିଙ୍କୁ ନିଜାମାବାଦର ହସ୍ପିଟାଲରେ ଭର୍ତ୍ତି କରି ଦିଆଯାଇଛି | ରାମାସ୍ଵାମୀଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା, କିନ୍ତୁ ସେ ରାସ୍ତାରେ ହିଁ ମୃତ୍ୟୁବରଣ କରିଥିଲେ |

ଏହି ସାବଧାନତା ଅବଲମ୍ବନ କରିବା ବହୁତ ଜରୁରୀ :-

୧. ଟୁ-ହ୍ୱିଲରର ବ୍ୟାଟେରୀକୁ ଘରେ ଏପରି ସ୍ଥାନରେ ଚାର୍ଜ କରନ୍ତୁ, ଯାହା ଆଉଟର ଏରିଆ ହୋଇଥିବ | ତାକୁ କପଡା କିମ୍ବା କାଠର ସରଫେସରେ ରଖନ୍ତୁ ନାହିଁ |

୨. ବ୍ୟାଟେରୀକୁ ସାରାରାତି ଚାରଜିଙ୍ଗରେ ଛାଡ଼ନ୍ତୁ ନାହିଁ, ଯେପର୍ଯ୍ୟନ୍ତ ଆପଣ ଜାଗ୍ରତ ଅଛନ୍ତି, ସେପର୍ଯ୍ୟନ୍ତ ଚାର୍ଜ କରନ୍ତୁ | ଶୋଇବା ସମୟରେ ଚାରଜିଙ୍ଗ ବନ୍ଦ କରିଦିଅନ୍ତୁ |

୩. ଇ-ହ୍ୱିକିଲ ପାଣିରେ ଭିଜିଯିବା ପରେ ଚାରଜିଙ୍ଗ ଠାରୁ ଦୁରେଇ ରୁହନ୍ତୁ | ଭଲ ଭାବେ ଶୁଖିବା ଏବଂ ସଫା କରିବାପରେ ହିଁ ତାକୁ ଚାର୍ଜରେ ଲଗାନ୍ତୁ |

୪. ଡ୍ରାଇଭିଙ୍ଗ ସମୟରେ ଆପଣଙ୍କୁ ଟିକେ ବି ଗନ୍ଧ ଅନୁଭବ ହେଲେ, ତାକୁ ଅଣଦେଖା କରନ୍ତୁ ନାହିଁ | ତୁରନ୍ତ ଗାଡିକୁ ବନ୍ଦ କରନ୍ତୁ ଏବଂ ସର୍ବପ୍ରଥମେ ସିଟକୁ ଓପନ କରନ୍ତୁ | ଯେପରିକି ଭିତରର ହିଟ ବାହାରକୁ ଚାଲିଯିବ |

୫. ଗାଡିର ଇନ୍ସ୍ୟୁରାନ୍ସକୁ ଅପ-ଟୁ-ଡେଟ ରଖନ୍ତୁ | ଚେଷ୍ଟା କରନ୍ତୁ ଯେ ଯଦି ତାହା ଏକ୍ସପେୟାର ହେବାକୁ ଯାଉଛି, ସେତେବେଳେ ଏକ ସପ୍ତାହ ଆଗରୁ ହିଁ ତାକୁ ରିନ୍ୟୁ କରାଇନିଅନ୍ତୁ |

Leave A Reply

Your email address will not be published.