IPL No Ball Controversy: ନୋ ବଲ ବିବାଦକୁ ନେଇ ଫସିଲେ ପନ୍ତ ଓ ଶାର୍ଦୁଲ ଠାକୁର। ଆଇପିଏଲ କମିଟି ଦେଲେ ଏହି ବଡ଼ ଦଣ୍ଡ……

0

Get real time updates directly on you device, subscribe now.

ଆଇପିଏଲ ୨୦୨୨ ର ୩୪ ତମ ମ୍ୟାଚରେ ବଡ଼ ବବାଲ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ଟିମକୁ ରାଜସ୍ଥାନ ରୟାଲସ ୧୫ ରନରେ ହରାଇ ଦେଇଛି। କିନ୍ତୁ ଏହି ମ୍ୟାଚ ସମୟରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଚର୍ଚ୍ଚାକୁ ଆସିଥିଲେ। ଏହି ମ୍ୟାଚର ଏକ ବଲରେ ନୋ ବଲ ନଦିଆଯିବା କାରଣରୁ ପନ୍ତ ନିଜର ଖେଳାଳି ମାନଙ୍କୁ ପଡ଼ିଆରୁ ଚାଲି ଆସିବା ପାଇଁ କହିଥିଲେ। ଯାହାପାଇଁ ଏବେ ତାଙ୍କୁ ଦଣ୍ଡ ଦିଆଯାଉଛି।

ପନ୍ତ ଓ ଶାର୍ଦୁଲଙ୍କୁ ମିଳିଲା ଦଣ୍ଡ:-

ଋଷଭ ପନ୍ତ ନୋ ବଲକୁ ନେଇ ନିଜର ଖେଳାଳିଙ୍କୁ ଡ଼କାଇ ଦେଇଥିଲେ। ଏହାପରେ ବଡ଼ ବିବାଦ ମୈଦାନରେ ମଚି ଯାଇଥିଲା ଓ ଏହାପରେ ପନ୍ତଙ୍କୁ ବଡ଼ ଦଣ୍ଡ ଦିଆଯାଇଥିଲା। ଆଇପିଏଲ କମିଟି ମ୍ୟାଚର ୧୦୦ ପ୍ରତିଶତ ଜରିମାନା ପନ୍ତଙ୍କ ଉପରେ ଲଗାଇଛନ୍ତି। ଏହାସହ ଡଗ ଆଉଟରେ ତାଙ୍କ ସାଥିରେ ଥିବା ଶାର୍ଦୁଲ ଠାକୁରଙ୍କ ଉପରେ ୫୦ ପ୍ରତିଶତ ଜରିମାନା ଲାଗିଥିଲା। ଏହି ଦୁଇ ଖେଳାଳି ଡ଼ଗ ଆଉଟରେ ମ୍ୟାଚକୁ ରୋକିବାପାଇଁ ଚେଷ୍ଟା କରୁଥିଲେ।

ମାମଲା କଣ ଥିଲା ?:-

ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ସାମ୍ନାରେ ନିର୍ଦ୍ଧାରିତ ୨୨୩ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଦିଲ୍ଲୀ ଟିମ ବହୁତ ସହଜରେ ହାରୁଥିବାର ନଜର ଆସୁଥିଲା ଓ ଶେଷ ଓଭରରେ ୩୬ ରନ ଆବଶ୍ୟକ ଥିଲା। ଏହା କୌଣସି ବ୍ୟାଟ୍ସମ୍ୟାନ ପାଇଁ ଅସମ୍ଭବ ଅଟେ। କିନ୍ତୁ ଦିଲ୍ଲୀ ବ୍ୟାଟ୍ସମ୍ୟାନ ରୋଭମାନ ପାୱେଲ ରାଜସ୍ଥାନ ରୟାଲସ ବୋଲର ଓବେଦ ମ୍ୟାକୟଙ୍କ ପ୍ରଥମ ତିନୋଟି ବଲରେ ତିନୋଟି ଛକା ମାରିଥିଲେ। ତୃତୀୟ ବଲ ଫୁଲ ଟୋସ ଥିଲା ଓ ଅଣ୍ଟା ଉପରେ ଥିବାରୁ ନୋ ବଲର ବିବାଦ ହୋଇଥିଲା। ଆମ୍ପାୟାର କିନ୍ତୁ ନୋ ବଲ ନଦେବାରୁ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ନିଜ ଖେଳାଳିଙ୍କୁ ପଡ଼ିଆ ଛାଡ଼ି ଚାଲି ଆସିବାକୁ କହିଥିଲେ। କିଛି ସମୟ ପର୍ଯ୍ୟନ୍ତ ମ୍ୟାଚ ଅଟକିଥିଲା ଓ ଶେଷରେ ଦିଲ୍ଲୀ ହାରିଥିଲା।

ନୋ ବଲ କାରଣରୁ ହାରିଲା ଦିଲ୍ଲୀ:-

IPL ୨୦୨୨ ର ୩୪ ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲସକୁ ରାଜସ୍ଥାନ ରୟାଲସ ବିପକ୍ଷରେ ଏକ ରୋମାଞ୍ଚକ ମୁକାବିଲାରେ ୧୫ ରନର ପରାଜୟ ମିଳିଥିଲା। ଏକ ନୋ ବଲ ଯୋଗୁଁ ସମୟ ଲାଗିବାରୁ ଦିଲ୍ଲୀ ମ୍ୟାଚ ହାରି ଯାଇଥିଲା ଓ ଦିଲ୍ଲୀ ନିଜ ସପ୍ତମ ମ୍ୟାଚରୁ ୪ଟି ପରାଜୟ ସହିତ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି।

Leave A Reply

Your email address will not be published.