PM କିଷାନ ସମ୍ମାନ ନିଧି ଯୋଜନା: ଫାଇନାଲ ହେଲା ତାରିଖ, ଏହି ଦିନ ଆସିବ ଟଙ୍କା |

0

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀ କିଷାନ ସମ୍ମନ ନିଧି ଯୋଜନାର ୧୧ତମ କିସ୍ତି ବର୍ତ୍ତମାନ ପୁରା ହେବାକୁ ଯାଉଛି। ଯୋଜନାରେ 12 କୋଟି 50 ଲକ୍ଷ ଲାଭାର୍ଥୀଙ୍କୁ ଜଲଦି ଖୁସି ଖବର ମିଳିବାକୁ ଯାଉଛି। ୧୧ ତମ କିସ୍ତି ଏପ୍ରିଲ ମାସରୁ ଜୁଲାଇ ପର୍ଯ୍ୟନ୍ତ ଜାରି ହେବ। କିନ୍ତୁ ବିଗତ ବର୍ଷ ଭଳି ଏଥର କିସ୍ତି ମେ ମାସରେ ହିଁ ମିଳିବାର ଅଧା ରହିଛି।

୧୧ତମ କିସ୍ତି ମେ ୩ ତାରିଖରେ ଆସିବାର ରହିଛି:-

ଏମିତିରେ ଆଶା କରାଯାଉଛି ୧୧ତମ କିସ୍ତି ବହୁତ ଜଲଦି ଆପଣଙ୍କ ଖାତାକୁ ଆସିବ। ଆପଣଙ୍କୁ ଜଣାଇଦେଉଛୁ କି, ରାଜ୍ୟ ସରକାର ପାତ୍ର କୃଷକଙ୍କ ରିକ୍ୱେଷ୍ଟ ଫର ଟ୍ରାନ୍ସଫର ସାଇନ କରିଦେଇଛନ୍ତି। ମିଡ଼ିଆ ରିପୋର୍ଟ କଥା ମାନିବାକୁ ଗଲେ, ଆଶା କରାଯାଉଛି ଅକ୍ଷୟ ତୃତୀୟା ଅଥବା ମେ 3 ତାରିଖରେ ପିଏମ ମୋଦି କିସ୍ତି ଜାରି କରିବେ। ଏହା ଏଥିପାଇଁ କାରଣ ମେ 15 ତାରିଖରେ କିସ୍ତି ଜାରି ହୋଇଥିଲା।

ଏହି ଷ୍ଟେଟସ ଦେଖିବାକୁ ଗଲେ ଜଲଦି ଆସିବାକୁ ଯାଉଛି କିସ୍ତି:-

ଆପଣଙ୍କ କିସ୍ତିର ବର୍ତ୍ତମାନ କଣ ହାଲ ରହିଛି, ଏଥିପାଇଁ ଆପଣଙ୍କୁ ନିଜର ପିଏମ କିଷାନ ଆକାଉଣ୍ଟ ଚେକ କରିବାକୁ ହେବ। ଯଦି ଆପଣଙ୍କୁ ନିଜ ପିଏମ କିଷାନ ଖାତାରେ Rft Singned By state for 11th installment ଦେଖନ୍ତି ତ ବୁଝି ଯାଆନ୍ତୁ ୧୧ତମ କିସ୍ତି ବହୁତ ଜଲଦି ଆପଣଙ୍କ ଖାତାକୁ ଆସିବାକୁ ଯାଉଛି।

ଫଣ୍ଡ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି:-

ପିଏମ କିଷାନ ଆକାଉଣ୍ଟ ଷ୍ଟେଟସ ଚେକ କରିବା ଉପରେ ଯଦି Waiting for approval by state ଲେଖିବା ଦେଖାଯାଏ ତାହେଲେ ଏବେ ଆପଣଙ୍କ ଖାତାରେ ରାଜ୍ୟ ସରକାରଙ୍କ ଆପରୁଭଲ ବାକି ରହିଛି। ଯଦି Fto is generated and payment confirmation is pending ଲେଖାଅଛି ତାହେଲେ ଏହାର ଅର୍ଥ ଫଣ୍ଡ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

୧୧ତମ କିସ୍ତି ପାଇଁ e-kyc କରିବା ନିହାତି ଆବଶ୍ୟକ:-

ଜଣାଇଦେଉଛୁ ପିଏମ କିଷାନ ସମ୍ମନ ନିଧି ଯୋଜନାର ୧୧ତମ କିସ୍ତି ପାଇଁ ସରକାରଙ୍କ ତରଫରୁ e-kyc କରିବା ଜରୁରୀ କରାଯାଇଛି। e-kyc କରିବାର ଶେଷ ସମୟ ସୀମା ସରକାରଙ୍କ ତରଫରୁ ମେ 31 ତାରିଖ ଯାଏଁ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ସରକାର କୃଷକ ମାନଙ୍କ ଆକାଉଣ୍ଟ ବାର୍ଷିକ 6000 ଟଙ୍କା ପଠାନ୍ତି। ଏହି ରାଶି 2000-2000 ଟଙ୍କା କରି ତିନିଥର ପଠାଯାଇଥାଏ। ଏଥିରେ ମୋଟ 12.5 କୋଟି ଚାଷୀ ଭାଇ ରେଜିଷ୍ଟ୍ରେସନ କରାଇଛନ୍ତି।

Leave A Reply

Your email address will not be published.