IPL 2022 : ଏବେବି ଚାହିଁଲେ ପ୍ଲେ ଅଫରେ ନିଜ ସ୍ଥାନ ପକା କରିପାରିବ ମୁମ୍ବାଇ ଇଣ୍ଡିଆନ୍ସ ! ଦଳ ପାଖରେ ରହିଛି ଏହି ଗୋଟିଏ ଉପାୟ !

0

Get real time updates directly on you device, subscribe now.

ଆଇପିଏଲ ୨୦୨୨ ବହୁତ ରୋମାଞ୍ଚକ ମୋଡ଼ରେ ଆସି ପହଞ୍ଚି ସାରିଛି, ପ୍ରତ୍ୟେକ ମ୍ୟାଚର ଫଳାଫଳ ପରେ ପଏଣ୍ଟ ଟେବୁଲରେ ଲଗାତାର ଉଥାନ ପତନ ଜାରି ରହିଛି। ପ୍ରତ୍ୟେକ ଟିମ ନିଜକୁ ପ୍ଲେ ଅଫରେ ବନାଇ ରଖିବାକୁ କଳେ ବଳେ କୌଶଳେ ମ୍ୟାଚ ଜିତିବାକୁ ଚାହୁଁଛନ୍ତି। ସେହିପରି 5 ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ନିଜର ଲଗାତାର ସପ୍ତମ ପରାଜୟ ପରେ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବାର ଆଶଙ୍କା ମୁଣ୍ଡେଇଛି। ଏହି ରିପୋର୍ଟରେ ଆମେ ମୁମ୍ବାଇ ଓ ସିଏସକେ ମଧ୍ୟରେ ହୋଇଥିବା ମ୍ୟାଚର ଫଳାଫଳ ସହିତ ଲିଗ ଟେବୁଲ ପ୍ରସଙ୍ଗରେ କହିବାକୁ ଯାଉଛୁ।

ମୁମ୍ବାଇ ପାଖରେ ଏବେବି ଶେଷ ରାସ୍ତା ?:-

ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଦିନ ମ୍ୟାଚରେ ସିଏସକେ ଠାରୁ 3 ଉଇକେଟରେ ହାରିବାପରେ ଦଳର ଆଶା ପ୍ଲେ ଅଫ ଯିବାରେ କମ ହୋଇସାରିଛି। ମୁମ୍ବାଇ ପାଖରେ ମାତ୍ର ଗୋଟିଏ ଉପାୟ ଏହାକି ଯେ, ଦଳ ନିଜର ବାକି ମ୍ୟାଚ ଗୁଡ଼ିକ ଜିତିଯାଉ ଓ ଅନ୍ୟ ଦଳ ହାରିବାର ଅପେକ୍ଷା କରୁ। ବର୍ତ୍ତମାନ ସମୟକୁ ଦେଖିଲେ ଏହା ଅସମ୍ଭବ ମନେ ହେଉଛି।

ସିଏସକେ କୁ କେତେ ମାତ୍ରାରେ ଫାଇଦା:-

ସେହିପରି ମୁମ୍ବାଇକୁ ହରାଇବା ପରେ ଚେନ୍ନାଇ 7 ମ୍ୟାଚରୁ ନିଜର ଦ୍ଵିତୀୟ ବିଜୟ ସହିତ ପ୍ଲେ ଅଫ ଯିବାରେ କର ବା ମର ସ୍ଥିତିରେ ରହିଛି। ଏମିତିରେ ସିଏସକେ ପାଇଁ ମଧ୍ୟ ପ୍ଲେ ଅଫ ଯିବା ବହୁତ ମୁସ୍କିଲ ଲାଗୁଛି। ଆରସିବି ଓ ଗୁଜୁରାଟ 10-10 ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ବସିଛନ୍ତି ଓ ଏହି ଦୁଇଟି ଟିମ ଟ୍ରଫି ଜିତିବାର ସବୁଠାରୁ ଦାବିଦାର ଟିମ ରହିଛନ୍ତି।

ବାକି ଟିମ ଅବସ୍ଥା:-

ସେହିପରି ରାଜସ୍ଥାନ ରୟାଲସ (8 ପଏଣ୍ଟ), ଲକ୍ନୌ ସୁପର ଜାଏଣ୍ଟ (8 ପଏଣ୍ଟ) ଓ ସନରାଇଜର୍ସ ହାଇଦ୍ରାବାଦ (8 ପଏଣ୍ଟ)ରେ ରହିଛନ୍ତି। ଏହାପରେ ଦିଲ୍ଲୀ କ୍ୟାପିଟାଲସ, ପଞ୍ଜାବ ଓ କେକେଆର ନମ୍ବର ରହିଛି। ଜଣାଇଦେଉଛୁ, ଏହି ସମୟରେ ସିଏସକେ ଓ ମୁମ୍ବାଇକୁ ଛାଡ଼ି ବାକି ସମସ୍ତ ଟିମ ପାଇଁ ଲିଗ ଟେବୁଲରେ ନିଜର ଜାଗା ବନାଇବାର ବହୁତ ସୁଯୋଗ ରହିଛି। ସେପଟେ ସିଏସକେ ଓ ମୁମ୍ବାଇ ପାଇଁ ନିଜର ସମସ୍ତ ମ୍ୟାଚ ଜିତିବାପରେ ମଧ୍ୟ କୌଣସି ଚାନ୍ସ ନାହିଁ।

Leave A Reply

Your email address will not be published.