ସୁନାରେ ଲଦି ହୋଇଛି ଦିଲ୍ଲୀ ଦଙ୍ଗାର ମାଷ୍ଟର ମାଇଣ୍ଡ..ଗୋଡ BMW ଉପରେ; ଜହାଙ୍ଗୀରପୁରୀ ଅଞ୍ଚଳର ଡନ ଅଟେ ଅଂସାର

0

Get real time updates directly on you device, subscribe now.

ଦିଲ୍ଲୀର ଜହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ଦଙ୍ଗାର ମାଷ୍ଟର ମାଇଣ୍ଡ ଅଂସାରକୁ ନେଇ ବହୁ ରହସ୍ୟ ଖୋଲୁଛି|ସେ ଅପରାଧ ଦୁନିଆର ପୁରୁଣା ଖେଳାଳି|ପୋଲିସ ଅନୁସାରେ ମହମ୍ମଦ ଅଂସାର ଅଞ୍ଚଳରେ ଖରାପ ଚରିତ୍ର ଭାବେ ଲିଷ୍ଟରେ ରହିଛି|ପୋଲିସ ୨୦୦୯ ମସିହାରେ ଅବୈଧ ଅସ୍ତ୍ରଶସ୍ତ୍ର ରଖିବାରୁ ଆର୍ମ ଆକ୍ଟରେ ଗିରଫ କରିଥିଲା|

ଜହାଙ୍ଗୀରପୁରୀରେ ହିଂସା ମାମଲାରେ ଗିରଫ ପରେ କୋର୍ଟରେ ପେଶ୍ କରିବା ସମୟରେ ପୁଷ୍ପା ଫିଲ୍ମର ଝୁକେଗା‌ ନାହିଁ ଇସାରା କରିଥିଲେ|ଏହାପରେ ସେ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଥିଲେ|ତା ସହ ବିମଡବ୍ଲୁ କାର,ମଦ ବୋତଲ ,ଗହଣାରେ ସଜା ଫଟୋ ସାମନାକୁ ଆସିଛି|

ପୋଲିସ ଫାଇଲରେ ଅଂସାର ସେ ଅଞ୍ଚଳରେ ଅବୈଧ ମଦ ଓ ଜୁଆ ରାକେଟ ଚଳାଉଥିବା ଅପରାଧୀ ଅଟେ|ତାକୁ ବହୁବାର ପୋଲିସ ଗିରଫ କରିଛି|ତାକୁ ୧୩ ବର୍ଷ ପୂର୍ବେ ଗିରଫ କରି ଜେଲ ପଠାଇଥିଲା|୨୦୧୩ରେ ନିଶାସକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଘରେ ପଶିବା ଅଭିଯୋଗରେ ଗିରଫ କରାଯାଇଥିଲା|ତା ବିରୁଦ୍ଧରେ ଅପରାଧ ଧମକ,ଆଘାତ କରିବା,ରେପ ମାମଲା ରୁଜୁ କରାଯାଇଥିଲା|

ପୋଲିସ ଟିଓଆଇକୁ କହିଲା ସେ ଜୁଆ ସର୍କିଟ ଭାବେ ପରିଚିତ|ଜଣେ ପୋଲିସ ଅଧିକାରୀ କହିଛନ୍ତି ସେ ଜୁଆ ରାକେଟ ଚଳାଇବା ସହ ନିଜେ ଖେଳେ|ତା ବିରୁଦ୍ଧରେ ୩-୪ ଥର ଜୁଆ ଅଧିନିୟମ ଅନୁସାରେ ମାମଲା ଦାୟର ହୋଇଛି|୨୦୧୧ରେ ଥରେ ଓ ୨୦୧୯ରେ ଦୁଇଥର ମାମଲା ରୁଜୁ କରାଯାଇଛି|ତାକୁ ଜଣେ ପୋଲିସ କର୍ମଚାରୀ କୁ ପିଟିଥିବାରୁ ଉଠା ଯାଇଥିଲା|

ଏଥିରେ ଆଇପିସି ଧାରା ୩୫୩ ଓ ୧୮୬ ଅନ୍ତର୍ଗତ ମାମଲା ରୁଜୁ କରାଯାଇଥିଲା|ଏହା ବ୍ୟତୀତ ତାର ଅପରାଧିକ ମାମଲାକୁ ଦେଖି ପୋଲିସ ବହୁବାର ତାକୁ ଜାମିନରେ ନେଇଛନ୍ତି|ପୋଲିସ ଏଵେ ତାର ଅବୈଧ ସମ୍ପତ୍ତି ଯାଞ୍ଚ କରୁଛି|

Leave A Reply

Your email address will not be published.