21 ବର୍ଷୀୟ MBBS ଛାତ୍ରୀ କଲେ ସୁଇସାଇଡ଼, ସୁଇସାଇଡ଼ ନୋଟରେ ଲେଖିଲେ,’ମମି ମୁଁ ତୁମର ସ୍ୱପ୍ନ ପୂରଣ କରି ପାରିଲିନାହିଁ

0

Get real time updates directly on you device, subscribe now.

ଝିଅଟିର ଲକ୍ଷ୍ୟ ଥିଲା ଜଣେ ଡ଼କ୍ଟର ହେବ ଓ ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବ। କିନ୍ତୁ ଏମିତି କଣ ହେଲା ସେ ନିଜେ ସୁଇସାଇଡ଼ କରି ବସିଲା। ଚଣ୍ଡୀଗଡ଼ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସେକ୍ଟର 22 ରେ ରହୁଥିବା ଏକ ମେଡ଼ିକାଲ କଲେଜ ଛାତ୍ରୀ ହାତର ଶିର କାଟି ଆତ୍ମହତ୍ୟା କରିଦେଇଛନ୍ତି। ଛାତ୍ରୀ ଜଣକ ଏହି ଘଟଣା ଘଟାଇବା ପୂର୍ବରୁ ଏକ ସୁଇସାଇଡ଼ ନୋଟ ଲେଖିଥିଲେ।

ପୋଲିସ ସୁଇସାଇଡ଼ ନୋଟ ଜବତ କରି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ଛାତ୍ରୀ ଜଣକ ସୁଇସାଇଡ଼ ନୋଟରେ ଲେଖିଥିଲେ, ମମି ଓ ମୁନୁ ମୁଁ ତୁମର ଆଶା ପୂରଣ କରି ପାରିଲିନାହିଁ। ଏହାସହ ସେ ଲେଖିଥିଲେ, ଯେଉଁ ଲୋକଙ୍କୁ ଟଙ୍କା ଦେବାର ଅଛି ତାଙ୍କୁ ଜରୁରୀ ଟଙ୍କା ଫେରାଇ ଦେବ। ଏଥିରେ କ୍ଷୀର ବାଲା ଠାରୁ ଆରମ୍ଭ କରି କେତେକ ଲୋକଙ୍କ ନାମ ଲେଖାଯାଇଛି।

ମୃତକାଙ୍କ ପରିଚୟ 21 ବର୍ଷୀୟ ତରୁଶିଖାଙ୍କ ରୂପରେ ହୋଇଥିଲା। ତରୁଶିଖା ଚଣ୍ଡୀଗଡ଼ ସେକ୍ଟର-32 ସ୍ଥିତ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଛାତ୍ରୀ ଥିଲେ। ତରୁଶିଖାଙ୍କ ଡାହାଣ ହାତର ଶିର ମଧ୍ୟ କଟାଥିଲା। ସୁଇସାଇଡ଼ ଘଟଣା ମିଳିବାପରେ ପୋଲିସ ସେଠାରେ ପହଞ୍ଚି ଯାଇଥିଲା। ପୋଲିସର ପ୍ରାଥମିକ ଯାଞ୍ଚରେ ସାମ୍ନାକୁ ଆସିଥିଲା କି, ତରୁଶିଖାର କଲେଜରେ ସେକେଣ୍ଡ ସେସନ ସୋମବାର ଦିନ ଆରମ୍ଭ ହୋଇଥିଲା। ଯେବେକି ସେ ପ୍ରଥମ ଦିନରୁ ଘରେ ଏକା ଥିଲା।

ସେହିପରି ଛାତ୍ରୀ ଜଣକର ପ୍ରଥମ ସେସନ କୌଣସି କାରଣ ବଶତଃ ମିସ ହୋଇଯାଇଥିଲା। ବର୍ତ୍ତମାନ ପୋଲିସ ମାମଲାର ଯାଞ୍ଚ କରୁଛି। ପୋଲିସର ଯାଞ୍ଚରେ ଏହାମଧ୍ୟ ସାମ୍ନାକୁ ଆସିଥିଲା କି, ତରୁଶିଖା ସର୍ଜରୀ ବାଲା ଛୁରୀରେ ନିକ ହାତର ଶିର କାଟିଥିଲା। ପୋଲିସ ସିଆରପିସି ଧାରା 174 ଅନ୍ତର୍ଗତ କାର୍ଯ୍ୟବାହୀ କରିଥିଲେ।

ସୁଇସାଇଡ଼ ନୋଟ ଜରିଆରେ ମାଆଙ୍କୁ କ୍ଷମା ମାଗିଲେ:-

ସୁଇସାଇଡ଼ ନୋଟରେ ଛାତ୍ରୀ ଜଣକ ଲେଖିଥିଲେ- ମାଆ ଓ ମୋନୁ ମୋତେ କ୍ଷମା କରିଦେବ।ମୁଁ ଏହି ପଦକ୍ଷେପ ଏଥିପାଇଁ ଉଠାଇଲି କାରଣ ମୋ ପାଖରେ ଆଉ କୌଣସି ଅପ୍ସନ ନାହିଁ। ଏହାପରେ ସେ କହିଥିଲେ, ଯାହାର ଟଙ୍କା ବାକି ଅଛି ତାଙ୍କୁ ଟଙ୍କା ଦେବ। ସେ ଲିଷ୍ଟରେ କ୍ଷୀର ବାଲାର ଏକ ହଜାର ଟଙ୍କା ଓ ଅନ୍ୟ ମାନଙ୍କ ଠାରୁ ଆଣିଥିବା ଟଙ୍କା ବିଷୟରେ କହିଥିଲେ।

ପୋଲିସ ଯାଞ୍ଚ କାର୍ଯ୍ୟ ଜାରି ରଖିଛି ଓ ପ୍ରଶ୍ନ ଉଠୁଛି କି, ସବୁ ଜିନିଷ ଠିକ ଥିବା ସତ୍ତ୍ୱେ ଆଜିର ଯୁବଗୋଷ୍ଠୀ କଣପାଇଁ ଏମିତି ପଦକ୍ଷେପ ନେଉଛନ୍ତି ଓ ନିଜର ଜୀବନ ହାରୁଛନ୍ତି। କଣ ଆଜିର ଦୁନିଆରେ ସାମାଜିକ ଓ ସଂସ୍କାର ବଦଳି ଯାଇଛି ଯାହାଦ୍ୱାରା ପିଲାମାନେ ଟିକେମାତ୍ର ଉଚ୍ଚ-ନୀଚ ସହ୍ୟ କରିପାରୁନାହାନ୍ତି ଓ ପରିସ୍ଥିତି ଆଗରେ ଏମିତି ଭାଙ୍ଗି ପଡ଼ୁଛନ୍ତି। ଜଣେ ଭବିଷ୍ୟତର ଡ଼କ୍ଟର ଏହିପରି ଚାଲିଯିବା ଏକ ଚିନ୍ତାର ବିଷୟ ଅଟେ।

Leave A Reply

Your email address will not be published.